Advertisment

ଓଡ଼ିଶାରେ ନଡ୍ଡା, ଉନ୍ମୋଚନ କରିବେ ବିଜେପି ନିର୍ବାଚନୀ ଇସ୍ତାହାର

୮ରେ ରାୟଗଡ଼ା ଯିବେ ରାଜନାଥ ସିଂ । ଏନେଇ ସୂଚନା ଦେଇଛନ୍ତି ବିଜେପି ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର।

ଅଦ୍ୟତନ ହୋଇଛି
JP Nadda

JP Nadda

Advertisment

ଓଡ଼ିଶାରେ ପହଞ୍ଚିଲେ ନଡ୍ଡା । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଆଜି ବିଜେପି ନିର୍ବାଚନୀ ଇସ୍ତାହାର ପ୍ରକାଶ କରିବେ ନଡ୍ଡା । ଏଥିସହ ଭୁବନେଶ୍ୱରରେ କର୍ମକର୍ତ୍ତାଙ୍କ ସହ ନିର୍ବାଚନ ରଣନୀତି ନେଇ ଆଲୋଚନା କରିବେ ନଡ୍ଡା। ବିଜେପି କେଉଁ ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯିବ, ସେନେଇ ବାର୍ତ୍ତା ଦେବେ । ଗତ ୮ ଦିନ ଭିତରେ ଏହା ତାଙ୍କର ଦ୍ୱିତୀୟ ଓଡ଼ିଶା ଗସ୍ତ। ପୂର୍ବରୁ ଗତ ୨୮ ତାରିଖରେ ସେ ବ୍ରହ୍ମପୁର ଯାଇଥିଲେ। ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଥିଲେ ନଡ୍ଡା।

Advertisment

ଅନ୍ୟପଟେ ଆଜି ନଡ୍ଡାଙ୍କ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଓଡ଼ିଶା ଆସିବେ । ସେହିଭଳି ଆଜି ମୋଦି ଗସ୍ତ କରି କାଲି ଫେରିବା ପରେ ୮ ତାରିଖ ଦିନ ଓଡ଼ିଶା ଆସିବେ ରାଜନାଥ ସିଂହ । ତାର ୩ ଦିନ ପରେ ଅର୍ଥାତ ୧୨ ତାରିଖରେ ପୁଣି ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ତେବେ ଆଜି ସନ୍ଧ୍ୟାରେ ମୋଦି ଆସିବା ପରେ କାଲି  ବ୍ରହ୍ମପୁର ଓ ନବରଙ୍ଗପୁରରେ କ୍ୟାମ୍ପେନିଂ କରିବେ । ସେହିଭଳି ୮ରେ ରାୟଗଡ଼ା ଯିବେ ରାଜନାଥ ସିଂ । ଏନେଇ ସୂଚନା ଦେଇଛନ୍ତି ବିଜେପି ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର।

ମିଶନ ଓଡ଼ିଶା ଦଖଲ ଲକ୍ଷ୍ୟରେ ରହିଛି ରାଜ୍ୟ ବିଜେପି । ଏଥିପାଇଁ ଓଡ଼ିଶା ମୁହାଁ ବିଜେପିର କେନ୍ଦ୍ରୀୟ ନେତୃତ୍ୱ । ଟପ୍ ଲିଡର ଆସୁଛନ୍ତି ଓଡ଼ିଶା । ଡେରା ପକାଇ ପ୍ରଚାର କରିବେ। ନିର୍ବାଚନ ନେଇ ଗୁରୁମନ୍ତ୍ର ଦେବେ ବିଜେପି ହେଭିୱେଟ୍ । ଦଳୀୟ ନେତା ଓ କର୍ମୀଙ୍କ ଭିତରେ ଜୋସ୍ ଭରିବେ।

Advertisment

ତେବେ ମୋଦିଙ୍କ ପ୍ରଚାରରେ କମ୍ପିବ ଓଡ଼ିଶା। ଆସନ୍ତାକାଲି ବ୍ରହ୍ମପୁର ଓ ନବରଙ୍ଗପୁରରେ ତାଙ୍କର କ୍ୟାମ୍ପେନିଂ ଅଛି। ଏଥିପାଇଁ ଆଜି ସଂଧ୍ୟାରେ ଭୁବନେଶ୍ୱର ଆସିବେ ପ୍ରଧାନମନ୍ତ୍ରୀ । ତାଙ୍କ ଗସ୍ତ ପାଇଁ ଭୁବନେଶ୍ୱରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବିମାନ ବନ୍ଦରରୁ ରାଜଭବନ ପର୍ଯ୍ୟନ୍ତ କଡ଼ା ସୁରକ୍ଷା ହୋଇଛି। ଏସପିଜି ସହିତ ସିଆଇଏସଏଫ୍ ମଧ୍ୟ ସିକ୍ୟୁରିଟି ଦାୟିତ୍ୱରେ ରହିବେ। ରାଭବନରେ ରାତ୍ରୀଯାପନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଏସବୁ ଦୃଷ୍ଟିରୁ ରାଜଭବନରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଥିବା ବେଳେ କିଛି ଅଞ୍ଚଳକୁ ନୋ ଫ୍ଲାଇଂ ଜୋନ୍ ଘୋଷଣା କରାଯାଇଚି। ଆଜି ସଂଧ୍ୟାରେ କାରକେଡ୍ ରିହର୍ସଲ ହେବ। ମୋଦିଙ୍କ ଗସ୍ତ ପାଇଁ ୩ ଡିସିପି, ୧୦ ଏସିପି, ୧୭ ଆଇଆଇସି, ୯୦ ଏସଆଇ ଓ ଏଏସଆଇଙ୍କ ସହିତ ୨୦ ପ୍ଲାଟୁନ ଫୋର୍ସ ନିୟୋଜିତ ହେବେ। ରାସ୍ତାରେ ବ୍ୟାରିକେଡ୍ କରାଯିବା ସହିତ ନିଜେ ପୋଲିସ କମିଶନର୍ ତଦାରଖ କରିବେ।

Advertisment
BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ