Advertisment

IASଙ୍କ ଭଳି ନବୀନ ସରକାରରେ ଥିଲେ ବହୁ ଗାଦି ମଡ଼ା IPS

ବିଜେଡି ସରକାରର ଏଜେଣ୍ଟ ସାଜି କାମ କରୁଥିବାର ମିଳିଥିଲା ପ୍ରମାଣ । ନିର୍ବାଚନବେଳେ କେତେକଙ୍କ ବିରୋଧରେ ECI ବି ନେଇଥିଲେ ଆକ୍ସନ ।

ଅଦ୍ୟତନ ହୋଇଛି
undefined

IAS-IPS

Advertisment

ବର୍ଷ ବର୍ଷ ଧରି ଗାଦି ମାଡ଼ି ବସିଥିଲେ । ବିଜେଡି ଏଜେଣ୍ଟ ସାଜି କାମ କରୁଥିଲେ । ନବୀନ ସରକାରଙ୍କ ହାତବାରିସି ସାଜିଥିଲେ । ଆମେ କହୁଛୁ ସେଇ ଆଇପିଏସ୍ ବାବୁମାନଙ୍କ କଥା, ଯେଉଁମାନେ ରାଜ୍ୟରେ ବଦଳୁନଥିବା ସରକାର ସହ ତାଳ ଦେଇ ପଦୋନ୍ନତି ସତ୍ତ୍ୱେ ପୂର୍ବ ପୋଷ୍ଟରେ ରହି ପାଲଟି ଯାଇଥିଲେ ପାୱାରଫୁଲ୍ ଅଫିସର।

Advertisment

ଏଇ ଯେମିତି ଇସିଆଇଙ୍କ ଛାଟ ବାଜିଥିବା ଅତିରିକ୍ତ ଡିଜି ଡିଏସ କୁଟ୍ଟେ। ଦୀର୍ଘ ୧୪ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟ କରୁଥିଲେ। ବିଜେଡିର ଦଳୀୟ କାମରେ ମୁଣ୍ଡ ପୁରାଉଥିଲେ, ହେଲେ ଗତ ନିର୍ବାଚନରେ ଧରାପଡ଼ି ନିଲମ୍ବନ ହେଲେ। ପରେ ଅବଶ୍ୟ ତାଙ୍କ ଉପରୁ ନିଲମ୍ବନ ହଟିଥିଲେ ବି କାର୍ଯ୍ୟାନୁଷ୍ଠାନ ଖଣ୍ଡା ଝୁଲି ରହିଛି। 

ସେମିତି ଆଉ ଜଣେ ଆଇପିଏସ୍ ବାବୁ ହେଲେ ଅତିରିକ୍ତ ଡିଜି ଅରୁଣ ବୋଥ୍ରା। ପରୀ ହତ୍ୟାକାଣ୍ଡ ହେଉ ଅବା ପୂର୍ବତନ ମନ୍ତ୍ରୀ ନବଦାସ ଗୁଳିକାଣ୍ଡ। ଯେତେବେଳେ ବିଜେଡି ସରକାର ଅଡୁଆରେ ପଡିଥିଲା, ସେଠି କାମ ଦେଇଥିଲା ବୋଥ୍ରା ଫର୍ମୁଲା। ବୋଥ୍ରାଙ୍କୁ ଯେକୌଣସି ଅନ୍ୟ ଦାୟିତ୍ୱ ଦିଆଯାଉଥିଲେ ବି ସେ କିନ୍ତୁ କ୍ରାଇମବ୍ରାଞ୍ଚରେ ରହିଛନ୍ତି।

Advertisment

ଆଉ ଜଣେ ଟାଣୁଆ ପୋଲିସ୍ ବାବୁ ହେଲେ ଆଇଜି ଆଶିଷ ସିଂ। ପ୍ରଥମେ ଦକ୍ଷିଣାଞ୍ଚଳ ଡିଆଇଜି, କେନ୍ଦ୍ରାଞ୍ଚଳ ଆଇଜି ଓ ପରେ ଅବକାରୀ କମିଶନର ଭାବେ ୫ ବର୍ଷରୁ ଅଧିକ ସମୟ ରହିଥିଲେ। ତା ପରେ ସିଧା ସିଏମ୍‌ଙ୍କ ସୁରକ୍ଷା ଦାୟିତ୍ୱ । ନିର୍ବାଚନରେ ସିଧା ସଂପୃକ୍ତି ନେଇ ତଥ୍ୟ ପ୍ରମାଣ ଅଭିଯୋଗ ପରେ ଇସିଆଇଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲା। ହେଲେ ସ୍ୱାସ୍ଥ୍ୟଗତ ସମସ୍ୟା ବାହାନା ଦେଖାଇ ଛୁଟିରେ ରହିଲେ ସିନା ହେଲେ ସେ ବିଜେଡି ଏଜେଣ୍ଟ ଭଳି କାମ କରୁଥିବା ନେଇ ଇସିଆଇ ପାଇଥିଲେ ଠୋସ୍ ପ୍ରମାଣ। ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିବା ପରେ ଏବେ ତାଙ୍କ ବିରୋଧରେ କି ଆକ୍ସନ ହେଉଛି, ତାକୁ ଅପେକ୍ଷା।

କେବଳ ଏଇ ୩ ଅଫିସର ନୁହନ୍ତି। ବିଜେଡି ସରକାରଙ୍କ ଏଜେଣ୍ଟ ତାଲିକାରେ ଥାଇ ଅଭିଯୋଗ ଘେରରେ ଥିଲେ ଆହୁରି ଅନେକ ଆଇପିଏସ୍। ଯେମିତିକି ଅତିରିକ୍ତ ଡିଜି ସନ୍ତୋଷ ବାଲା, ବର୍ଷ ବର୍ଷ ଧରି ଗୃହ ବିଭାଗ ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ତାସହ ଚର୍ଚ୍ଚିତ ଅଫିସର ଆଇଜି ଅନୁପ ସାହୁ। ବିଜେଡି ସରକାର ଅମଳରେ ଗୁଇନ୍ଦା ବିଭାଗରେ ରହି ସବୁ ଆଗୁଆ ସୂଚନା ଦେଉଥିଲେ। ଗଲା ୪ବର୍ଷ ଧରି ସମାନ ସ୍ଥାନରେ ଆସ୍ଥାନ ଜମାଇ ଅଛନ୍ତି ଅନୁପ।

Advertisment

ସେହିପରି ରାଜ୍ୟ ଫରେନସିକ ଲ୍ୟାବ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଡିଜି ରାଜେଶ କୁମାର ବର୍ଷ ବର୍ଷ ଧରି ବଦଳି ନହୋଇ ବସିଛନ୍ତି। ସେପଟେ ଏତେ ସବୁ ଭିତରେ ଡିଜିପି ସୁନୀଲ ବଂଶଲ ଡିଜିପି ଭାବେ ଅବସର ନେବାର ୫ମାସରୁ ଅଧିକ ସମୟ ବିତିଥିବାବେଳେ ଏଯାଏଁ ରାଜ୍ୟକୁ ମିଳିପାରିନି ଜଣେ ଫୁଲଟାଇମ୍ ଡିଜି।

କାମଚଳା ଡିଜି ଭାବେ ଅରୁଣ ଷଡଙ୍ଗୀ ଦାୟିତ୍ୱ ତୁଲାଉଛନ୍ତି। ଆଉ କାମଚଳା ଡିଜିପି ସହ ସେ ବି ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ୍ ଏକାଡେମୀର ନିର୍ଦ୍ଦେଶକ ବି ରହିଛନ୍ତି। ଏବେ ରାଜ୍ୟରେ ନୂଆ ବିଜେପି ସରକାର କ୍ଷମତାକୁ ଆସିବା ପରେ ଚର୍ଚ୍ଚା, ବିଜେଡି ସରକାର ଅମଳର ଏସବୁ ଗାଦି ମଡ଼ା ଆଇପିଏସ୍ ବାବୁଙ୍କର ଭବିଷ୍ୟତ କଣ ?

BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ