Advertisment

କମ୍ପୁଛି କବିସୂର୍ଯ୍ୟନଗର ନିର୍ବାଚନୀ ମୈଦାନ; ତ୍ରିମୁଖୀ ଲଢ଼େଇ ପାଇଁ ବଳ କଷୁଛନ୍ତି ୩ ଯୋଦ୍ଧା

କମ୍ପୁଛି ନିର୍ବାଚନୀ ମଇଦାନ। କିଏ ଜିତିବ ଜନତାଙ୍କ ମନ ? କିଏ ହରାଇବ ଅମାନତ ? ସାଧାରଣ ନିର୍ବାଚନ ଲାଗି ଭୋଟରଙ୍କ ପାଖରେ ପହଞ୍ଚିଲେଣି ପ୍ରାର୍ଥୀ।

ଅଦ୍ୟତନ ହୋଇଛି
Odisha Politics

Odisha Politics

Advertisment

ସରଗରମ ହେଲାଣି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀ ରାଜନୀତି। ତିନି ପ୍ରମୁଖ ଦଳ ନିଜ ନିଜର ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଜୋର ହେଉଛି ପ୍ରଚାର। କାହାକୁ ସମର୍ଥନ କରିବେ ଜନତା। ଜନମତ ପ୍ରଭାବିତ କରିବାକୁ ପ୍ରତିଶ୍ରୁତିର ବର୍ଷା କରୁଛନ୍ତି ପ୍ରାର୍ଥୀ।

Advertisment

କମ୍ପୁଛି ନିର୍ବାଚନୀ ମଇଦାନ। କିଏ ଜିତିବ ଜନତାଙ୍କ ମନ ? କିଏ ହରାଇବ ଅମାନତ ? ସାଧାରଣ ନିର୍ବାଚନ ଲାଗି ଭୋଟରଙ୍କ ପାଖରେ ପହଞ୍ଚିଲେଣି ପ୍ରାର୍ଥୀ। ଗାଁକୁ ଗାଁ ଘରକୁ ଘର ବୁଲି କରୁଛନ୍ତି ପ୍ରଚାର। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ଜୋର ସୋରରେ ଚାଲିଲାଣି ପ୍ରଚାର। ତିନି ପ୍ରମୁଖ ଦଳ ନିଜ ନିଜର ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ମଇଦାନରେ ଚାଲିଛି ବଳ କସାକସି।

ବିଜେଡି ଦ୍ୱିତୀୟ ଥର ଲାଗି ଲତିକା ପ୍ରଧାନଙ୍କୁ ସୁଯୋଗ ଦେଇଥିବା ବେଳେ ବିଜେପି ନୁଆଁ ମୁହଁ ପ୍ରତାପ ନାୟକଙ୍କୁ ପ୍ରାର୍ଥୀ କରିଛି। କଂଗ୍ରେସ ପୂର୍ବରୁ ଘୋଷଣା କରିଥିବା ପ୍ରାର୍ଥୀ ବିପିନ ବିହାରୀ ସ୍ୱାଇଁଙ୍କୁ ପରିବର୍ତ୍ତନ କରି ସଞ୍ଜୟ କୁମାର ମଣ୍ଡଳଙ୍କୁ ପ୍ରାର୍ଥୀ କରିଛି। ଘରେ ଘରେ ଶଙ୍ଖ ନାମରେ ବିଜେଡି ପ୍ରଚାର କରୁଥିବା ବେଳେ ମୋଦିଙ୍କ ଗ୍ୟାରେଣ୍ଟି ନେଇ ଲୋକଙ୍କ ପାଖରେ ପହଞ୍ଚୁଛନ୍ତି ବିଜେପି ପ୍ରାର୍ଥୀ।

Advertisment

କବିସୂର୍ଯ୍ୟନଗରରୁ ୨୦୧୯ରେ ଲତିକା ପ୍ରଧାନ ବିଜୟୀ ହୋଇଥିଲେ। ଚଳିତ ନିର୍ବାଚନରେ ଦଳରେ ଅସନ୍ତୁଷ୍ଟ କର୍ମୀଙ୍କୁ ମନାଇବାରେ ବିଜେଡି ଅକ୍ଷମ ହେଲେ ଏହା ବିଜେପିକୁ ସହାୟକ ହେବ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପଟେ ବିଜେପିର ଭୋଟ ପ୍ରତିଶତ ବୃଦ୍ଧିପାଇଥିବା ବେଳେ ବିଜେଡି ସହ କଡା ଟକ୍କର ହେବ। ଗତ ନିର୍ବାଚନ ଅପେକ୍ଷା କଂଗ୍ରେସକୁ ଅଧିକ ଭୋଟ ମିଳିବ ବୋଲି ବୁଦ୍ଧିଜୀବୀ ଓ ରାଜନୈତିକ ସମୀକ୍ଷକ ଅନୁମାନ କରିଛନ୍ତି।

ତେଜୁଛି ବିଜେଡ଼ିରେ ଗୋଷ୍ଠୀ କନ୍ଦଳ। ବିଜେଡିରୁ ଲତିକା ପ୍ରଧାନ ପୁଣି ଗଞ୍ଜାମ କବିସୂର୍ଯ୍ୟନଗରରୁ ଟିକେଟ୍ ପାଇବା ପରେ ଦଳରେ ଅସନ୍ତୋଷ ଦେଖାଦେଇଛି। ଲତିକା ପ୍ରଧାନଙ୍କୁ ବିରୋଧ କରି ଶକ୍ତି ପ୍ରଦର୍ଶନ କରିଛନ୍ତି ଅନ୍ୟ ଏକ ଗୋଷ୍ଠୀ। ଦିବଙ୍ଗତ ବିଧାୟିକା ସୁଜ୍ଞାନ ଦେବଙ୍କ କିଛି ଅନୁଗାମୀ କୋଦଳାରେ ଏନେଇ ବିରୋଧ ପ୍ରଦର୍ଶନ କରିଛନ୍ତି। ଲତିକା ହଟାଅ, କବିସୂର୍ଯ୍ୟନଗର ବଞ୍ଚାଅ ନାରା ଦେଇ ଶକ୍ତି ପ୍ରଦର୍ଶନ କରିଛନ୍ତି। ଦଳରେ ଅଣଦେଖା କରାଯାଇଥିବା ଏମାନେ ଅଭିଯୋଗ କରିଛନ୍ତି। ସେପଟେ ଲତିକା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି।

Advertisment
BJD Odisha Politics General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ