Advertisment

‘ନବୀନ ବାବୁ ଯାହା ଦେବାକଥା, କେବଳ ପାଣ୍ଡିଆନଙ୍କୁ ଦେଉଛନ୍ତି’

ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଲେ, ସଭା ମଞ୍ଚରୁ ନବୀନ ଓ ପାଣ୍ଡିଆନକୁ ବି କଡ଼ା ସମାଲୋଚନା କଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ।

ଅଦ୍ୟତନ ହୋଇଛି
undefined

Himanta Biswa Sarma

Advertisment

କାଲିମେଳା, ମାଥିଲି, ଖଲ୍ଲିକୋଟ୍ । ସବୁ ସଭା ମଞ୍ଚରୁ ଗୋଟିଏ ପରେ ଗୋଟିଏ ପଏଣ୍ଟରେ ସିଧା ନିଶାନା । ବିଜେପି ପାଇଁ ପ୍ରଚାରରେ ଆସି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଆଜି ନବରଙ୍ଗପୁର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ କାଲିମେଳା ଓ ମାଥିଲିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଥିଲେ ଓ ମୋଦି ସରକାରର ସଫଳତା ବଖାଣିଥିଲେ ତ ନବୀନ ଓ ପାଣ୍ଡିଆନଙ୍କୁ ବି ଟାର୍ଗେଟ୍ କରିଥିଲେ ।

Advertisment

କାଲିମେଳାର ଏମ୍ ପିଭି-୮୨ ନାଁକୁ ସମାଲୋଚନା କରି ହିମନ୍ତ କହିଥିଲେ- ନବୀନ କେବଳ ଓକେ ଓକେ କହନ୍ତି ବିଜେପି ସରକାର ଆସିଲେ, କୌଣସି କଏଦୀ ନମ୍ବର ଭଳି ନୁହେଁ ବରଂ ଏସବୁ ଗାଁର ନାଁ ଦିଆଯିବ ଓ ରାଜସ୍ୱ ଗ୍ରାମର ମାନ୍ୟତା ମିଳିବ । ଏଠି ବେଙ୍ଗଲୀଙ୍କ ପାଇଁ ବେଙ୍ଗଲୀ ଶିକ୍ଷକ ରହିବେ। ଆସାମରେ ମହିଳାଙ୍କୁ ମାସିକ ୧୨୫୦ ଟଙ୍କା ମିଳୁଛି, ଏଠି ଆମ ସରକାର ଆସିଲେ ମହିଳାଙ୍କୁ ୫୦ ହଜାର ମିଳିବ। ମାଗଣା ଚାଉଳ ମୋଦି ଦେଉଛନ୍ତି, ହେଲେ ଏଠି ନବୀନ ବାବୁ ଯାହା ଦେବାକଥା, କେବଳ ପାଣ୍ଡିଆନଙ୍କୁ ଦେଉଛନ୍ତି ।

ସେହିପରି ଖଲ୍ଲିକୋଟ ସଭାରେ ଆସାମ ମୁଖ୍ୟମନ୍ତ୍ରୀ ନିଶାନା କରି କହିଥିଲେ- ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ ଧାନ କୁଇଣ୍ଟାଲ ପିଛା ହଜାରେ ଟଙ୍କା ଅଧିକ ମିଳୁଛି, ହେଲେ ଓଡ଼ିଶାର ଚାଷୀଙ୍କୁ ମିଳୁନି। କିନ୍ତୁ ପାଣ୍ଡିଆନଙ୍କୁ ତାଙ୍କ ବୋନସ୍ ମିଳିଯାଉଛି । ନବୀନ ଏଥର ରେଷ୍ଟ ନିଅନ୍ତୁ, ମୋଦୀ ଚାଷୀଙ୍କ କଥା ବୁଝିବେ। ସେହିପରି ଓଡ଼ିଶାରେ ଯୁବବର୍ଗଙ୍କୁ ସରକାରୀ ଚାକିରି ମିଳୁନି, କୋଶ୍ଚିନ୍ ଲିକ୍ ହେଉଛି । ବିଜେପି ସରକାର ଆସିଲେ ୩ ଲକ୍ଷ ଯୁବବର୍ଗଙ୍କୁ ଚାକିରି ମିଳିବ ବୋଲି କହିଥିଲେ।

Advertisment

ଓଡ଼ିଶାରେ ଆଉ ବିଜେଡି ସରକାର ହେବାର ସମ୍ଭାବନା ଦିଶୁନି । ୟୁପି, ମଧ୍ୟପ୍ରଦେଶ ଓ ଉତ୍ତର ପ୍ରଦେଶରେ ବିଜେପି ଯାହା ପ୍ରତିଶ୍ରୁତି ଦେଇଥିଲା,ପାଳନ କରିଛି। ତେଣୁ ଓଡ଼ିଶାରେ ଥରେ ସୁଯୋଗ ମିଳିଲେ, ସବୁ ଗ୍ୟାରେଣ୍ଟି ପୂରଣ ହେବ। ତାସହ ଓଡ଼ିଶାରେ ପଦ୍ମ ଫୁଟିଲେ- ୫ ଲକ୍ଷ ଲୋକଙ୍କୁ ରାମ ମନ୍ଦିର ଦର୍ଶନ ପାଇଁ ନିଆଯିବ ବୋଲି କହିଥିଲେ ଆସାମ ମୁଖ୍ୟମନ୍ତ୍ରୀ ।

ଏସି, ଏସଟି ଏବଂ ଓବିସିଙ୍କୁ ସଂରକ୍ଷଣ କାଟ୍ ନେଇ ମୋଦି ସରକାରଙ୍କ ବିରୋଧରେ ଚାଲିଥିବା ମିଥ୍ୟା ଅପପ୍ରଚାରର ବି ସମାଲୋଚନା କରିଥିଲେ ଆସାମ ମୁଖ୍ୟମନ୍ତ୍ରୀ ।

Advertisment
BJP Himanta Biswa Sarma General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ