୧୭ ବର୍ଷରେ ସେ ପାଲଟିଥିଲେ ସନ୍ନ୍ୟାସୀ, ଆଜି କିନ୍ତୁ ଖଣି ମନ୍ତ୍ରୀ

ପୁଅର ସଫଳତା ଦେଖି ମା ହୋଇଯାଇଛନ୍ତି ଭାବବିହ୍ୱଳ । ବୟସ ଯେତେବେଳେ ମାତ୍ର ୧୭ବର୍ଷ ହୋଇଥିଲା, ସେତେବେଳେ ବିବାହ ନ କରି ଜନସେବା ପାଇଁ ବ୍ରତ କରିଥିଲା ବୋଲି କହିଛନ୍ତି ମାଆ ।

Mining Minister Bibhuti Jena

ପୁଅର ସଫଳତା ଦେଖି ମା ହୋଇଯାଇଛନ୍ତି ଭାବବିହ୍ୱଳ । ବୟସ ଯେତେବେଳେ ମାତ୍ର ୧୭ବର୍ଷ ହୋଇଥିଲା, ସେତେବେଳେ ବିବାହ ନ କରି ଜନସେବା ପାଇଁ ବ୍ରତ କରିଥିଲା ବୋଲି କହିଛନ୍ତି ମାଆ । ଯେଉଁ ବୟସରେ ଖେଳି କୁଦି ସମୟ କାଟିବା କଥା, ସେ ବୟସରେ ସେ ଦେଶ ସେବାକୁ ନିଜ ଜୀବନର ବ୍ରତ କରିନେଇଥିଲେ ।

ଜୀବନରୁ ମାରିଦେବାକୁ ଚେଷ୍ଟା କରାଯାଇଥିଲା, ପରିବାର ଲୋକେ ମଧ୍ୟ ତାଙ୍କ ବଞ୍ଚିବାର ଆଶା ଛାଡ଼ିଦେଇଥିଲେ । ହେଲେ ସେ କିନ୍ତୁ ଫେରିଲେ । ବହୁ ବାଧା ବିଘ୍ନ, ବହୁତ କଷ୍ଟ ସହିଛି । ହେଲେ କେବେ ଜନସେବା ଛାଡିନି ବୋଲି ଆଜି ଗର୍ବରେ ଛାତି ଫୁଲାଇ ମାଆ କହୁଛନ୍ତି ।

ଅଧିକ ପଢ଼ନ୍ତୁ: ନବୀନଙ୍କୁ ମାତ୍ ଦେଇ କଣ୍ଟାବାଞ୍ଜିର ରିୟଲ ହିରୋ ପାଲଟିଛନ୍ତି ଲକ୍ଷ୍ମଣ ବାଗ୍

ଭୋ ଭୋ ହୋଇ କାନ୍ଦୁଛନ୍ତି । ହେଲେ ଆଜି ସେ ବହୁତ ଖୁସି କାରଣ ପୁଅ ମନ୍ତ୍ରୀ ପଦ ପାଇଛି, ଆଜି ଆସିଛି ଦେଖା କରିବ ଆଉ ଆଶିଷ ନେବ । ଏ କଥା ହେଉଛି ନିର୍ବାଚିତ ଗୋପାଳପୁର ବିଧାୟକ ତଥା ଇସ୍ପାତ, ଖଣି, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଜେନାଙ୍କର । ମାଆ ହେଲେ କେତକୀ ଜେନା ।

ବିଧାନସଭାରେ ମନ୍ତ୍ରୀପଦର ଶପଥଗ୍ରହଣ ପୂର୍ବରୁ ନିଜ ଗାଁକୁ ଆସି ମାଙ୍କ ଆଶୀର୍ବାଦ ନେଇଛନ୍ତି ବିଭୁତି । ପୁଅକୁ ଦେଖି ନିଜ କୋହ ସମ୍ଭାଳିପାରି ନଥିଲେ କେତକୀ । ସରପଞ୍ଚ ନିର୍ବାଚନ ବେଳେ ବିଭୁତିଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ତାଙ୍କୁ ମାରି ବିଲରେ ଫୋପାଡି ଦେଇଥିଲେ ।

ସମସ୍ତେ ଭାବିଥିଲେ ସେ ଆଉ ବଞ୍ଚିବେନି, ହେଲେ ବୋଧେ ସେ କରିଥିବା ଜନସେବା ପାଇଁ ତାଙ୍କୁ ଆଶିଷ ମିଳିଥିଲା ଓ ସେ ମରଣକୁ ମାତ ଦେଇଥିଲେ । ବିଭୁତିଙ୍କ ସାରାଦିନ ଲୋକଙ୍କ ସେବାରେ କଟିଯାଏ । ଅନାଥ ପିଲାଙ୍କଠୁ ଆରମ୍ଭ କରି ଦୁର୍ଘଟଣା ପୀଡିତ ପର୍ଯ୍ୟନ୍ତ ଭୋକ ଶୋଷ ଭୁଲି ସେ ସମସ୍ତଙ୍କ ସେବା କରିଥାନ୍ତି । ଏପରିକି ସେବା ପାଇଁ ସେ ଘର ପରିତ୍ୟାଗ କରିଥିବା କଥା କହିଛନ୍ତି ତାଙ୍କ ଭାଇ ବୋହୂ ।

ବିଭୁତି ମନ୍ତ୍ରୀପଦ ପାଇ ଘରକୁ ଫେରିବେ ବୋଲି ତାଙ୍କ ପୁତୁରା, ଝିଆରୀ ତାଙ୍କ ପାଇଁ କେକ ଆଣିଥିଲେ । ହେଲେ କେକ କାଟିବାକୁ ମନା କରିଦେଇଥିଲେ ବିଧାୟକ ବିଭୁତି । କାରଣ ସେ କଟ୍ଟର ହିନ୍ଦୁବାଦୀ । ତାଙ୍କ ଜୀବନରେ ସେ କେବେ କେକ କାଟିନାହାନ୍ତି । ନା କୌଣସି ଜନ୍ମଦିନ କି ବିବାହ ବାର୍ଷିକୀରେ ତାଙ୍କ ଘରକୁ କେକ ଆସେ ବୋଲି କହିଛନ୍ତି ତାଙ୍କ ସାନ ଭାଇ ବୋହୂ ।

ମନ୍ତ୍ରୀ ଭାବରେ ତାଙ୍କ କାମ ଆରମ୍ଭ ହେବାକୁ ଯାଉଛି ସେଥିପାଇଁ ବୋଉର ଆଶୀର୍ବାଦ ନେବାକୁ ଆସିଥିଲି ବୋଲି କହିଛନ୍ତି ମନ୍ତ୍ରୀ ବିଭୁତି ଜେନା । ଯେଉଁ ବିଭାଗ ମିଳିଛି ଯୋଗ୍ୟତାର ସହ ସେହି କାର୍ଯ୍ୟ ତୁଲାଇବା ସହ ଜନସେବା ଜାରି ରଖିବେ ବୋଲି କହିଛନ୍ତି ସେ ।

ଅଧିକ ପଢ଼ନ୍ତୁ: ଆସନ୍ତୁ ଜାଣିବା ମୋହନ ମାଝୀଙ୍କ ପୂରା ରାଜନୈତିକ କ୍ୟାରିୟର୍...