Advertisment

ଅପରାଜିତାଙ୍କୁ ମନ୍ମଥଙ୍କ ଟାର୍ଗେଟ୍‌, ଶିକ୍ଷିତ ମହିଳାଙ୍କ ଶବ୍ଦ ନୁହେଁ ‘ବଡ଼ ବାବୁ ସାନ ବାବୁ’

ସାନ ବାବୁ ଓ ବଡ ବାବୁ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାର ଓ ବିଜେଡି ଉପରେ ପ୍ରବଳ ବର୍ଷିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ।

ଅଦ୍ୟତନ ହୋଇଛି
Manmath Routray

Manmath Routray

Advertisment

ଅପରାଜିତା ଷଡଙ୍ଗୀଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ। ସେ କହିଛନ୍ତି, ସାନ ବାବୁ, ବଡ଼ ବାବୁ ଜଣେ ଶିକ୍ଷିତ ମହିଳାଙ୍କ ଭାଷା ନୁହେଁ। ବଡ଼ ବାବୁ ସମସ୍ତଙ୍କୁ ଏପରିକି ବିରୋଧୀଙ୍କୁ ବି ସମ୍ମାନ ଦିଅନ୍ତି। ସାନ ବାବୁ ସେମିତି କ୍ଷମତା ହାସଲ ପାଇଁ କିଛି କରି ନାହାନ୍ତି ବୋଲି କହିଛନ୍ତି ମନ୍ମଥ ରାଉତରାୟ।

Advertisment

ସାନ ବାବୁ ଓ ବଡ ବାବୁ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାର ଓ ବିଜେଡି ଉପରେ ପ୍ରବଳ ବର୍ଷିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ନା ନନେଇ ସାନବାବୁ କହି ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିଛନ୍ତି ଅପରାଜିତା। ଜଣେ ସାନବାବୁ ବଡ଼ବାବୁଙ୍କୁ ଶାସନରୁ ଦୂରେଇ ଦେଇଛନ୍ତି ବୋଲି କହିଛନ୍ତି। ସାନବାବୁଙ୍କ ଅନୁମତି ବିନା ବଡ଼ବାବୁଙ୍କ ଦର୍ଶନ କେହି ପାଉନାହାନ୍ତି।

ବଡ଼ବାବୁଙ୍କ ଦର୍ଶନ ପାଉନଥିବାରୁ ବିଜେଡି ନେତା ଦଳ ଛାଡୁଥିବା ସେ କହିଛନ୍ତି। ରାଜ୍ୟର ଜଣେ ସାନବାବୁ ସରକାରକୁ ହାଇଜାକ୍ କରିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି। ସେହିପରି ଓଡ଼ିଶାକୁ ସୁସ୍ଥ ସବଳ ଯୁବକ ମୁଖ୍ୟମନ୍ତ୍ରୀ ଦରକାର ବୋଲି କହିବା ସହ ନବୀନଙ୍କ ଦୁଇ ସ୍ଥାନରୁ ପ୍ରାର୍ଥୀ ହେବାକୁ ନେଇ ମଧ୍ୟ ପ୍ରଶ୍ନ କରିଛନ୍ତି।

Advertisment

ଏତେ ଖରାରେ ମୁଖ୍ୟମନ୍ତ୍ରୀଙ୍କୁ ୨ଟି ଜାଗାରୁ କାହିଁକି ପ୍ରାର୍ଥୀ କରାଯାଇଛି ବୋଲି ପଚାରିଛନ୍ତି ଅପରାଜିତା। ସାନବାବୁଙ୍କ ବ୍ୟାକ୍ ଡୋରରେ ଏଣ୍ଟ୍ରି ପାଇଁ ନବୀନଙ୍କୁ ୨ ଜାଗାରେ ପ୍ରାର୍ଥୀ କରାଯାଇଥିବା ସେ କହିଛନ୍ତି। ସାମ୍ବାଦିକଙ୍କୁ କାହିଁକି ସଚିବାଳୟ ଛଡାଯାଉନି କହି ନିଶାନା କରିବା ସହ ଓଡ଼ିଶାରେ ନିଷ୍କ୍ରିୟ ସରକାର ଚାଲିଛି ବୋଲି କହିଛନ୍ତି।

ମୁଖ୍ୟମନ୍ତ୍ରୀ ସଚିବାଳୟ ଯାଉନାହାନ୍ତି। ତାଙ୍କୁ ମୁଖ୍ୟ ସଚିବ ଓ ଡିଜିପି ଦେଖା କରିପାରୁ ନାହାନ୍ତି କି ମନ୍ତ୍ରୀ ଓ ବିଧାୟକ ମଧ୍ୟ ଭେଟି ପାରୁନାହାନ୍ତି ବୋଲି କହିଛନ୍ତି। ରାଜ୍ୟକୁ ମାଫିଆ ଅପରେଟ୍ କରୁଛନ୍ତି ଏବଂ ଓଡ଼ିଶାକୁ ଲୁଟ୍ କରିବା ଲାଇସେନ୍ସ ଆଉଥରେ ଦିଆନଯାଉ ବୋଲି କହିଛନ୍ତି ଅପରାଜିତା। ସେହିଭଳି ଭବ୍ୟ ରାମ ମନ୍ଦିର ନିର୍ମାଣରେ ୧୪୦୦ କୋଟି ଖର୍ଚ୍ଚ ହୋଇଥିବାବେଳେ ’ ଶ୍ରୀମନ୍ଦିର ପ୍ରକଳ୍ପରେ ୪୨୦୦ କୋଟି କେମିତି ଖର୍ଚ୍ଚ ହେଲା ବୋଲି ପଚାରିଛନ୍ତି। ପରିକ୍ରମା ପ୍ରକଳ୍ପରେ ଖର୍ଚ୍ଚ ୪୨୦୦ କୋଟିର ତଥ୍ୟ ସାର୍ବଜନୀନ ଦାବି କରିବା ସହ ରାଜ୍ୟ ସରକାରଙ୍କ ଇ-ଫାଇଲରେ ତଥ୍ୟ କିଏ ଭରୁଛି ବୋଇ ପ୍ରଶ୍ନ କରିଛନ୍ତି।

Advertisment
BJD BJP Aparajita Sarangi Odisha Politics General Elections 2024 Sura Routray's Son Manmath
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ