Advertisment

ଟ୍ୱିନ୍‌ସିଟିରେ ବଢିଲାଣି ରାଜନୈତିକ ଉଷ୍ମତା, ଗଡ଼ ଜିତିବା ଲାଗି ସବୁ ପ୍ରାର୍ଥୀଙ୍କ ମନରେ ରହିଛି ଆଶା

ସାଧାରଣ ନିର୍ବାଚନ ଲାଗି ଟ୍ୱିନ୍‌ସିଟିରେ ବଢିଲାଣି ରାଜନୈତିକ ଉଷ୍ମତା । ଆଜି ଲୋକସଭା ଓ ବିଧାନସଭା ଆସନ ପାଇଁ ନାମାଙ୍କନ ଭରିଛନ୍ତି ତିନି ପ୍ରମୁଖ ଦଳର ପ୍ରାର୍ଥୀ।

Election

Election

Advertisment

ସାଧାରଣ ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ତିନି ପ୍ରମୁଖ ଦଳର ହେଭିୱେଟ୍। ଉଭୟ ବିଧାନସଭା ଓ ଲୋକସଭା ପ୍ରାର୍ଥୀ ନିଜ ସମର୍ଥକଙ୍କୁ ନେଇ ନାମାଙ୍କନ ଭରିଛନ୍ତି । ବିଜେପିର କଟକ ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବ ବିରାଟ ରାଲି ନ କରି ନିରାଡମ୍ବର ଭାବେ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ପତ୍ର ଭରିଛନ୍ତି । ଏପଟେ କଟକ ବିଜେଡି ସାଂସଦ ପ୍ରାର୍ଥୀ ସଂତୃପ୍ତ ମିଶ୍ର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେ ଶୋଭାଯାତ୍ରାରେ ଆସି କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

Advertisment

ଆଉ ସେପଟେ ବାରବାଟୀ-କଟକ ଆସନରୁ କଂଗ୍ରେସ ପ୍ରାର୍ଥୀ ସୋଫିଆ ଫିର୍ଦ୍ଦୋସ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ମହମ୍ମଦ ମୋକିମ ଅଦାଲତି ଝିନଝଟରେ ପଡ଼ିଥିବାରୁ ତାଙ୍କ ଝିଅ ସୋଫିଆ ଫିର୍ଦ୍ଦୋସଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। ଏପଟେ ବିଜେଡିରୁ କଟକ ସଦର ଆସନ ପାଇଁ ନାମାଙ୍କନ ଭରିଛନ୍ତି ବିଜେଡି ପ୍ରାର୍ଥୀ ଚନ୍ଦ୍ର ସାରଥୀ ବେହେରା। ସେହିପରି ଚୌଦ୍ୱାର କଟକ ବିଜେଡି ବିଧାୟକ ପ୍ରାର୍ଥୀ ଶୌଭିକ ବିଶ୍ୱାଳ, ବିଜେପି ପ୍ରାର୍ଥୀ ନୟନ ମହାନ୍ତି, ସଦର ବିଜେପି ପ୍ରାର୍ଥୀ ପ୍ରକାଶ ସେଠୀଙ୍କ ସହ କିଛି ସ୍ୱାଧିନ ପ୍ରାର୍ଥୀ ବି ନାମାଙ୍କନ ଦାଖଲ କରିଛନ୍ତି।

ଏପଟେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବଢିଲାଣି ନିର୍ବାଚନୀ ତାତି। ଭୁବନେଶ୍ୱର ଏକାମ୍ର ଆସନରୁ ବିଜେପି ପ୍ରାର୍ଥୀ ବାବୁ ସିଂ ନାମାଙ୍କନପତ୍ର ଦାଖଲ କରିଛନ୍ତି। ପ୍ରଥମେ ସେ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବା ପରେ ଏକ ବିରାଟ ଶୋଭାଯାତ୍ରାରେ ନାମାଙ୍କନ ପତ୍ର ଦାଖଲ ପାଇଁ ଭୁବନେଶ୍ୱର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଭିମୁଖେ ବାହାରିଥିଲେ।

Advertisment

ଏପଟେ ବିଜେପି ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର ଭୁବନେଶ୍ୱର ଉତ୍ତର ଆସନ ଲାଗି ନାମାଙ୍କନ ଭରିଛନ୍ତି । ନନ୍ଦନକାନନ ଛକରୁ ଶତାଧିକ କର୍ମୀଙ୍କ ଗହଣରେ ସେ ଶୋଭାଯାତ୍ରାରେ ବାହାରିଥିଲେ। ଆଉ ଏପଟେ ବିଧାୟକ ପ୍ରାର୍ଥୀ ଭାବେ ବିଜେଡିରୁ ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ଲାଗି ନାମାଙ୍କନ ଭରିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । କର୍ମୀ ଓ ନେତାଙ୍କ ସହ ବିଶାଳ ପଟୁଆରରେ ବାହାରିଥିଲେ ଅଶୋକ । ଆଉ ଏପଟେ ଜୟଦେବ ନିର୍ବାଚନ ମଣ୍ଡଳୀ ଲାଗି ବିଜେପିରୁ ପ୍ରାର୍ଥୀ ହୋଇଥିବା ଅରବିନ୍ଦ ଢାଲି ଏବଂ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା କୃଷ୍ଣଚନ୍ଦ୍ର ଶଗରିଆ ନିଜ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।

BJD BJP Congress General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ