Advertisment

ଦଳୀୟ ହୋର୍ଡିଂରେ ନିଜ ଫଟୋ ଲଗାଇ ଫସିଲେ ସାର୍; ଚାକିରିରୁ ନିଲମ୍ୱିତ କଲେ DEO

ସରକାରୀ ଚାକିରୀ କରି ରାଜନୈତିକ ଦଳର କାର୍ଯ୍ୟକ୍ରମରେ ସେ ଯୋଗ ଦେଇ ପ୍ରଚାର କରି ଆସୁଥିଲେ। ଏ ନେଇ ବିଭାଗ ଜାଣିବା ପରେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ହେଲେ ସମ୍ପୃକ୍ତ ପ୍ରଧାନ ଶିକ୍ଷକ ଜଣକ ତାହାର କୌଣସି ଉତ୍ତର ନ ଦେଇ ଚୁପ ରହିଥିଲେ।

ଅଦ୍ୟତନ ହୋଇଛି
School Principal Suspended For Violating Election Code

Teacher Suspended

Advertisment

ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରି ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ । କୋଟଗଡ ବ୍ଲକ ପାକ୍ରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସଞ୍ଜିତ କୁମାର ପ୍ରଧାନଙ୍କୁ ନିଲମ୍ବିତ କରିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ । ଏକ ନିର୍ଦ୍ଦିଷ୍ଟ ଜାତୀୟ ଦଳର ଚିହ୍ନ ଓ ନେତାଙ୍କ ଫଟୋରେ ନିଜ ଫଟୋ ଥିବା ହୋର୍ଡିଂ ଲଗାଇଥିବାରୁ ତାଙ୍କୁ ନିଲମ୍ବିତ କରାଯାଇଛି। ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଂଚଳରେ ହୋର୍ଡିଂ ଯାଞ୍ଚ ପରେ ଶିକ୍ଷା ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।

Advertisment

ସରକାରୀ ଚାକିରୀ କରି ରାଜନୈତିକ ଦଳର କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଚାର କରି ଆସୁଥିଲେ। ଏ ନେଇ ବିଭାଗ ଜାଣିବା ପରେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ହେଲେ ସମ୍ପୃକ୍ତ ପ୍ରଧାନ ଶିକ୍ଷକ ଜଣକ ତାହାର କୌଣସି ଉତ୍ତର ନ ଦେଇ ଚୁପ ରହିଥିଲେ। ଅନ୍ୟପଟେ ଦଳୀୟ ଚିହ୍ନ ଥାଇ ହୋର୍ଡିଂ ବିଷୟରେ ପ୍ରଧାନ ଶିକ୍ଷକଙ୍କୁ ପଚାରିବା ପରେ ସେ ଏ ବିଷୟରେ କିଛି ଜାଣି ନଥିବା କହିଛନ୍ତି । ତାଙ୍କ ଅଜାଣତରେ କେହି ଏମିତି କରିଥାଇ ପାରନ୍ତି ବୋଲି ସେ କହିଛନ୍ତି।

ଅଧିକ ପଢ଼ନ୍ତୁ: ରାଜ୍ୟ ବିଜେପିର ମୋଦି ଗ୍ୟାରେଣ୍ଟି ସଂକଳ୍ପପତ୍ର ଲୋକାର୍ପିତ; ଘରେ ଘରେ ପହଞ୍ଚାଇବାକୁ ଲକ୍ଷ୍ୟ

Advertisment

ପୂର୍ବରୁ ରାଜନୈତିକ ରାଲିରେ ସାମିଲ ଅଭିଯୋଗରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଲମ୍ବସରୀ ଗାଁର ରାଧାମାଧବ ହାଇସ୍କୁଲ କନିଷ୍ଠ ସହକାରୀ କିରାଣୀ ସତ୍ୟନାରାୟଣ ଦନ୍ତା ନିଲମ୍ବିତ ହୋଇଛନ୍ତି। ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଶୋଭାଯାତ୍ରାରେ ସାମିଲ ହୋଇଥିବା ଅଭିଯୋଗ ହେବାପରେ ଏହାର ତଦନ୍ତ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ତଦନ୍ତ ପରେ ତାଙ୍କୁ ନିଲମ୍ବନ କରିଛନ୍ତି ବୌଦ୍ଧ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଜେ. ସୋନାଲ।

ପୂର୍ବରୁ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଆଦିବାସୀ ହାଇସ୍କୁଲର ସହକାରୀ ଶିକ୍ଷକ ଗୋବର୍ଦ୍ଧନ ପ୍ରଧାନଙ୍କୁ ବଦଳି କରାଯାଇଥିଲା । ରାଜନୈତିକ କାର୍ଯ୍ୟରେ ସମ୍ପୃକ୍ତ ରହୁଥିବା ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା l ଗତ ଏପ୍ରିଲ ୧୩ ତାରିଖ ଦିନ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ | ପ୍ରଧାନଙ୍କୁ ବୌଦ୍ଧ ନିର୍ବାଚନ ମଣ୍ଡଳୀର ମଥୁରା ପଞ୍ଚାୟତ ହାଇସ୍କୁଲ, କେଲାକଟାକୁ ବଦଳି କରାଯାଇଛି।

Advertisment

ସେହିପରି ଗତ ଏପ୍ରିଲ ୧୩ରେ ବୌଦ୍ଧର ଆଉଜଣେ ଶିକ୍ଷୟିତ୍ରୀଙ୍କୁ ନିଲମ୍ୱନ କରାଯାଇଥିଲା। ଦହ୍ୟା ସରକାରୀ ନୋଡାଲ ହାଇସ୍କୁଲର ସହକାରୀ ଶିକ୍ଷୟିତ୍ରୀ ସଂଘମିତ୍ରା ମଲ୍ଲିକଙ୍କୁ ଜିଲ୍ଲା ନିର୍ବାଚନ ଅଧିକାରୀ ନିଲମ୍ବିତ କରିଥିଲେ । କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ପଲଶପାଟଠାରୁ ଆମ୍ବଗାଁ ପର୍ଯ୍ୟନ୍ତ ଏକ ରାଜନୈତିକ ଦଳ ପକ୍ଷରୁ ବିଶାଳ ବାଇକ ରାଲି ଅନୁଷ୍ଠିତ ହୋଇଥିଲା l ଏହି ରାଲିରେ ବୌଦ୍ଧ ବ୍ଲକ ଦହ୍ୟା ନୋଡାଲ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ସଙ୍ଘମିତ୍ରା ମଲ୍ଲିକ ଯୋଗଦେଇଥିବା ନେଇ ଅଭିଯୋଗ ହୋଇଥିଲା l ତଦନ୍ତ ପରେ ସଂପୃକ୍ତ ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ତାଙ୍କ ନିର୍ଦ୍ଦେଶରେ ଦର୍ଶାଇଥିଲେ।

Govt Teacher
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ