Advertisment

ଆମଦାନୀଙ୍କୁ ଅନାଇଲା, ପୁରୁଣାଙ୍କୁ ମୁହଁ ମୋଡ଼ିଲା; କେଁ କଟର ଭିତରେ ସରିଲା BJDର ପ୍ରାର୍ଥୀ ଘୋଷଣା

୯ଟି ପର୍ଯ୍ୟାୟରେ ୧୪୭ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି। ଶେଷରେ ବିବାଦୀୟ ଖଣ୍ଡପଡା, କୋରେଇ ଓ ନୀଳଗିରି ଆସନରୁ ଯୋଦ୍ଧା ଘୋଷଣା କଲେ ମୁଖିଆ।

ଅଦ୍ୟତନ ହୋଇଛି
undefined

Assembly Election

Advertisment

ବଳକା ୩ ଆସନ ଲାଗି ପ୍ରାର୍ଥୀ ଘୋଷଣା ସହ ସମସ୍ତ ୧୪୭ ସିଟରେ ବିଜେଡିର ପ୍ରାର୍ଥୀ ଘୋଷଣା ସରିଛି। ୩୫ ମହିଳାଙ୍କ ସହ ରଣାଙ୍ଗନରେ ଲଢେଇ ପାଇଁ ପ୍ରସ୍ତୁତ ଯୋଦ୍ଧା। ହେଲେ ଦଳ ଏଥର ଟିକେଟ ବଣ୍ଟନରେ ଅନେକ କିଛି ନୂଆ ପ୍ରୟୋଗ ବି କରିଛି। ୫୩ ନୂଆ ମୁହଁ ସହିତ ଆମଦାନୀ ନେତାଙ୍କୁ ମଳିଛି ଅଧିକ ସୁଯୋଗ। ସେପଟେ ଅଭିଜ୍ଞଙ୍କ ଟିକେଟ ବି କଟିଛି। ଯେଉଁଥିପାଇଁ ଦଳ ଭିତରେ ବଢ଼ିଛି ଅସନ୍ତୋଷ।

Advertisment

୯ଟି ପର୍ଯ୍ୟାୟରେ ୧୪୭ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି। ଶେଷରେ ବିବାଦୀୟ ଖଣ୍ଡପଡା, କୋରେଇ ଓ ନୀଳଗିରି ଆସନରୁ ଯୋଦ୍ଧା ଘୋଷଣା କଲେ ମୁଖିଆ। ଆରପଟେ ଦେବଗଡ଼ ଆସନରୁ ରାଣୀ ଅରୁନ୍ଧତୀ ଦେବୀଙ୍କୁ ଆଉଟ କରି, ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ଇନ୍ କରିଛି ଦଳ। ଚର୍ଚ୍ଚାରେ ଥିବା କୋରେଇ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଛନ୍ତି ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ମା ସନ୍ଧ୍ୟାରାଣୀ ଦାସ। କୋରେଇ ବିଧାୟକ ଅଶୋକ ବଳଙ୍କ ଟିକେଟ କଟିବା ପରେ ସେ ଆଜି ପ୍ରଣବଙ୍କ ଭୁବନେଶ୍ୱର ବାସଭବନକୁ ଯାଇ ଭେଟିଛନ୍ତି। ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା କିନ୍ତୁ ଅଶୋକ ଦେଇନାହାଁନ୍ତି।

ସେପଟେ ଖଣ୍ଡପଡାରେ ଦଳ ଖେଳିଛି ମହିଳା କାର୍ଡ। ଭାପୁର ବ୍ଲକ୍ ଅଧ୍ୟକ୍ଷା ସାବିତ୍ରୀ ପ୍ରଧାନ ଏଥର ପ୍ରଥମ କରି ବିଜେଡି ଟିକେଟରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି। ସେହିପରି ବିବାଦ ଓ ବିଦ୍ରୋହ ଭିତରେ ନୀଳଗିରି ଟିକେଟ ହାତେଇଛନ୍ତି ବିଜେପିରୁ ଆସିଥିବା ବିଧାୟକ ସୁକାନ୍ତ ନାୟକ।

Advertisment

ବିଜେଡିର ୧୪୭ ପ୍ରାର୍ଥୀଙ୍କ ମଧ୍ୟରୁ ନୂଆ ମୁହଁ ହେଉଛନ୍ତି ୫୩। ମହିଳା ପ୍ରାର୍ଥୀଙ୍କ ସଂଖ୍ୟା ହେଉଛି ୩୫। ତେବେ ୨୪ ନିର୍ବାଚନ ଟିକେଟ ଘୋଷଣାରେ ଅନେକ ପୁରୁଖା ବଳି ପଡିଛନ୍ତି। ଅମର ଶତପଥୀ, ଭୂପିନ୍ଦର ସିଂ, ସମୀର ରଞ୍ଜନ ଦାଶ, ଅଶୋକ ବଳ, ଜ୍ୟୋତିରଞ୍ଜନ ପାଣିଗ୍ରାହୀ, ଭାଗୀରଥି ସେଠୀ, ନିତ୍ୟାନନ୍ଦ ସାହୁ, ଅନନ୍ତ ଦାସ ଓ ସୁନନ୍ଦା ଦାସଙ୍କ ଭଳି ଅଭିଜ୍ଞ ବିଧାୟକଙ୍କ ଟିକେଟ କାଟିଛି ବିଜେଡି।

ସେହିପରି ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, ଆଠମଲ୍ଲିକ ବିଧାୟକ ରମେଶ ସାଏ, ସୋର ବିଧାୟକ ପର୍ଶୁରାମ ଧଡାଙ୍କ ଟିକେଟ କଟିବା ପରେ ଏବେ ଏସବୁ ବିଧାୟକ ବିଜେପିରେ ଯୋଗ ଦେଇଛନ୍ତି। ପୂର୍ବରୁ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ, ଜୟଦେବ ବିଧାୟକ ଅରବିନ୍ଦ ଢାଲି, ସାଂସଦ ଭର୍ତ୍ତୃହରି ମହତାବ, କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ଭଳି ମାଳ ମାଳ ନେତା ବିଜେଡିରୁ ଅସନ୍ତୁଷ୍ଟ ହୋଇ ଦଳ ଛାଡି ବିଜେପିରେ ସାମିଲ ହୋଇଛନ୍ତି। ତେବେ ସିଟିଂ ଏମ୍ଏଲ୍ଏଙ୍କ ଟିକେଟ କାଟିବା, ଆମଦାନୀ ନେତାଙ୍କୁ ସୁଯୋଗ ମିଳିବା ବିଜେଡି ପାଇଁ ମହଙ୍ଗା ସାବ୍ୟସ୍ତ ହେବନି ତ?

Advertisment

ବିଜେଡି ସମସ୍ତ ପ୍ରାର୍ଥୀ ଘୋଷଣା କରିବା ପରେ ଏବେ ଅସଲ ଖେଳ ଆରମ୍ଭ ହେବ ମଇଦାନରେ। ବିଜେପି ଓ କଂଗ୍ରେସ୍ ମଧ୍ୟ କେବଳ ନୀଳଗିରିକୁ ଛାଡି ବାକି ସବୁ ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି।

ବାକି ୩ ସିଟରେ ପ୍ରାର୍ଥୀ ତାଲିକା ସହ ବିଜେଡିର ଯୋଦ୍ଧା ଘୋଷଣା ଶେଷ
ଦେବଗଡ଼ରେ ରାଣୀ ଅରୁନ୍ଧତିଙ୍କୁ ବଦଳାଇ ରୋମାଞ୍ଚ ରଞ୍ଜନଙ୍କୁ ଟିକେଟ୍
୧୪୭ ଆସନରୁ ରଣାଙ୍ଗନରେ ୫୩ ନୂଆ ମୁହଁ, ୩୫ ମହିଳା ଅବତୀର୍ଣ୍ଣ

BJD Assembly Elections Odisha Politics General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ