Advertisment

ଶଙ୍ଖ ଛାଡ଼ି ପଦ୍ମ ଧରିଲେ ଜ୍ୟୋତି ପାଣିଗ୍ରାହୀ

ଗତ ୧୧ ତାରିଖରେ ସେ ବିଜେଡି ଛାଡ଼ିଥିଲେ। ଜ୍ୟୋତି ପାଣିଗ୍ରାହୀ ହେଉଛନ୍ତି ରାଜ୍ୟ ମହିଳା କମିଶନର ପୂର୍ବତନ ଅଧ୍ୟକ୍ଷା।

ଅଦ୍ୟତନ ହୋଇଛି
Jyoti Panigrahi joins BJP

Jyoti Panigrahi

Advertisment

ବିଜେଡି ଛାଡି ବିଜେପିରେ ସାମିଲ ହେବା ନେତାଙ୍କ ତାଲିକାରେ ଆଜି ସାମିଲ ହୋଇଛନ୍ତି ଜ୍ୟୋତି ପାଣିଗ୍ରାହୀ। ଆଜି ସେ ରାଜ୍ୟ ବିଜେପି ମୁଖ୍ୟାଳୟ ଯାଇ ସେ ପଦ୍ମ ଧରିଛନ୍ତି। ପୂର୍ବତନ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ଆଜି ବିଜେପିରେ ଯୋଗ ଦେଇଛନ୍ତି।

Advertisment

ଗତ ୧୧ ତାରିଖରେ ସେ ବିଜେଡି ଛାଡ଼ିଥିଲେ। ଜ୍ୟୋତି ପାଣିଗ୍ରାହୀ ହେଉଛନ୍ତି ରାଜ୍ୟ ମହିଳା କମିଶନର ପୂର୍ବତନ ଅଧ୍ୟକ୍ଷା। ସେ ବିଜୁ ମହିଳା ଜନତା ଦଳର ସିନିୟର ଭାଇସ୍ ପ୍ରେସିଡେଣ୍ଟ ଓ ସୁନ୍ଦରଗଡ଼ ଜିଲ୍ଲା ବିଜେଡିର ପର୍ଯ୍ୟବେକ୍ଷକ ଥିଲେ। ଜ୍ୟୋତିଙ୍କ ସ୍ୱାମୀ ସରୋଜ ପାଣିଗ୍ରାହୀ ମଧ୍ୟ ଆଜି ବିଜେପିରେ ସାମିଲ ହୋଇଛନ୍ତି। ସେ ମଧ୍ୟ ଜ୍ୟୋତିଙ୍କ ସହ ବିଜେଡି ଛାଡ଼ିଥିଲେ।

ଅଧିକ ପଢ଼ନ୍ତୁ: ଓଡ଼ିଆ ନବବର୍ଷ ଆଣିବ କି ରାଜନୈତିକ ପରିବର୍ତ୍ତନ... କ’ଣ କହୁଛି ଓଡ଼ିଆ ପଞ୍ଜିକା ?

Advertisment

ଏହି ମିଶ୍ରଣ ପର୍ବରେ ବିଜେଡି ସମ୍ପାଦକ ସରୋଜ ସାହୁ, ନୂଆପଡା ଜିଲ୍ଲା ବିଜେଡି ସଭାପତି ହରିଶ୍ଚନ୍ଦ୍ର ପଣ୍ଡାଙ୍କ ସମେତ ବିଜେଡି ଛାଡିଥିବା ଅନେକ ନେତା ବିଜେପିରେ ମିଶିଛନ୍ତି। ବିଜେପିର ମିଶ୍ରଣ ପର୍ବ। ବାଲେଶ୍ୱର ବାଲିଆପାଳ ବ୍ଲକ୍ ବାଲିକୁଟିରେ ବିଜେପିରେ ଯୋଗ ଦେଲେ ଶତାଧିକ କର୍ମୀ। ଏହି ଅବସରରେ ସାଂସଦ ଶ୍ରୀଯୁକ୍ତ ପ୍ରତାପ ଷଡ଼ଙ୍ଗୀ, ବସ୍ତା ନିର୍ବାଚନ ମଣ୍ଡଳୀ ସାଂସଦ ପ୍ରତିନିଧି ପ୍ରଦୀପ ପଣ୍ଡାଙ୍କ ଉପସ୍ଥିତିରେ ଶତାଧିକ କର୍ମୀ ବିଜେପିରେ ଯୋଗ ଦେଇଛନ୍ତି। ବିଜେଡ଼ି ଓ କଂଗ୍ରେସ ଛାଡ଼ି ବହୁ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି। ସାଂସଦ ଶ୍ରୀଯୁକ୍ତ ଷଡ଼ଙ୍ଗୀ ଉତ୍ତରୀୟ ଓ ଟୋପି ପିନ୍ଧାଇ ଦଳକୁ ସ୍ୱାଗତ କରିଛନ୍ତି।

ରିଲ୍ସ, ରୋଷେଇ ପରେ ରାଜନୀତି। ବିଜେପିରେ ମିଶିଲେ କାର୍ -ଖାନା ମାଲିକାଣୀ ନେହା ପାଣିଗ୍ରାହୀ ଏବଂ ରଶ୍ମିତା ଦାସ। ଏଣିକି କାର-ଖାନାରେ ହେବ ବିଜେପିର ପ୍ରଚାର। ବରିଷ୍ଠ ବିଜେପି ନେତା ସମୀର ମହାନ୍ତି, ବସନ୍ତ ପଣ୍ଡା ଓ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ଉପସ୍ଥିତିରେ ଉଭୟ ପଦ୍ମ ଧରିଛନ୍ତି। ବିଜେପିରେ ସାମିଲ ହେବା ପରେ ନେହା କହିଛନ୍ତି, ପିଲାଟି ଦିନରୁ ତାଙ୍କର ରାଜନୀତି ପ୍ରତି ଦୁର୍ବଳତା ଥିଲା। ମୋଦିଙ୍କ ନୀତି ଓ ଆଦର୍ଶ ତାଙ୍କୁ ବିଜେପିରେ ସାମିଲ ହେବାକୁ ଅନୁପ୍ରାଣିତ କରିଥିଲେ। ଆଗକୁ ସେ ନାରୀ ସଶକ୍ତିକରଣ ଉପରେ କାମ କରିବେ ବୋଲି କହିଛନ୍ତି।

Advertisment
BJP Odisha Politics General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ