Advertisment

ବିଜେପିରେ ଯୋଗଦେବେ ଧାମନଗର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ

ଗତ କିଛି ଦିନ ଧରି ରାଜୁ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଥିଲା। ତେବେ ଏଥିରେ ସେ ବିରାମ୍ ଲଗାଇ ବିଜେପିରେ ସାମିଲ ହେବା ନେଇ ସ୍ପଷ୍ଟ କରିଛନ୍ତି।

ଅଦ୍ୟତନ ହୋଇଛି
Raju Das

Raju Das

Advertisment

ବିଜେପିରେ ଯୋଗଦେବେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ। ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ପଦ୍ମ ଧରିବେ। ଆଜି ଏନେଇ ଓଟିଭିକୁ ଫୋନ୍ ଯୋଗେ ସୂଚନା ଦେଇଛନ୍ତି ରାଜେନ୍ଦ୍ର। ଆସନ୍ତା ୪ ତାରିଖରେ ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେବା ନେଇ ସେ ସୂଚନା ଦେଇଛନ୍ତି।

Advertisment

ଗତ କିଛି ଦିନ ଧରି ରାଜୁ ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଥିଲା। ତେବେ ଏଥିରେ ସେ ବିରାମ୍ ଲଗାଇ ବିଜେପିରେ ସାମିଲ ହେବା ନେଇ ସ୍ପଷ୍ଟ କରିଛନ୍ତି। ଧାମନଗର ଉପନିର୍ବାଚନ ବେଳେ ବେଶ୍ ଚର୍ଚ୍ଚାରେ ଥିଲେ ରାଜେନ୍ଦ୍ର ଦାସ। ଧାମନଗର ଉପନିର୍ବାଚନ ବେଳେ ରାଜୁ ବିଜେଡି ଟିକେଟ୍ ପାଇଁ ଆଶାୟୀ ଥିଲେ। ତେବେ ବିଜେଡି ପ୍ରାର୍ଥୀ ନକରିବାରୁ ଶେଷରେ ବିଦ୍ରୋହୀ ସାଜିଥିଲେ। ଏପରିକି ସ୍ୱାଧିନ ଭାବେ ନାମାଙ୍କନ କରିଥିଲେ।

ବିଜେପି ମୁହାଁ ବିଜେଡି ବିଦ୍ରୋହୀ। ୨୧ରେ ପ୍ରଦୀପ ପାଣିଗ୍ରାହୀ। ୨୫ରେ ଦେବାଶିଷ ନାୟକ। ଗୁରୁବାର ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି। ବିଜେପିର ରାଜ୍ୟ ନିର୍ବାଚନ ସହ ପ୍ରଭାରୀ ଲତା ଉସେଣ୍ଡି, ସାଂସଦ ଅପରାଜିତା ଷଡଙ୍ଗୀ, ପୂର୍ବତନ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ପଦ୍ମ ଧରିଥିଲେ ପ୍ରଶାନ୍ତ। ଆଉ ପଦ୍ମ ଶିବିରରେ ସାମିଲ ହେଉ ସିଧା ନବୀନଙ୍କୁ ନିଶାନା କରିଥିଲେ ଜଗଦ୍ଦେବ। ନିଜ ଆଗ୍ରେସିଭ ଅନ୍ଦାଜରେ କହିଥିଲେ ନବୀନ ଆଉ ପାରୁନାହାନ୍ତି, ରାଜନୀତି ଛାଡ଼ି ଦିଅନ୍ତୁ।

Advertisment

ନେତାଙ୍କ ବିଜେଡି ଛାଡ଼ିବା ପ୍ରସଙ୍ଗରେ ପ୍ରଶାନ୍ତ ଜଗଦ୍ଦେବଙ୍କ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, 'ବିଜେଡିରେ ଘଳିଆ ପଡ଼ିଛି, ଧୀରେ ଧୀରେ ଘାଇ ହେବାକୁ ଯାଉଛି। ବିଜେଡି ନେତାମାନେ ରୁନ୍ଧି ହୋଇଯାଇଛନ୍ତି, ନିଶ୍ୱାସ ନେଇ ପାରୁନାହାନ୍ତି। କାମ କରିବାକୁ ଓ ଦଳୀୟ ନେତୃତ୍ବ ନେବାକୁ ସୁଯୋଗ ମିଳୁନି। ପ୍ରଧାନମନ୍ତ୍ରୀ ମୋଦି ବିକଶିତ ଭାରତର ସ୍ବପ୍ନ ଦେଇଛନ୍ତି। ଛତିଶଗଡ଼ ଭଳି ଓଡ଼ିଶାରେ ବି ପଦ୍ମ ଫୁଟିବ’। 

BJP Odisha Politics Raju Das General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ