Advertisment

ଗୋଟିଏ ଦିନରେ ବିଜେଡି ଛାଡ଼ିଲେ ଦୁଇ ଅସନ୍ତୁଷ୍ଟ ନେତା

ପୂର୍ବରୁ 2009 ଓ 2019ରେ ମଧ୍ୟ ବିଜେଡି ଟିକେଟରୁ ଜିତିଥିଲେ। ହେଲେ ଏଥର ଟିକେଟ୍ ନମିଳିବାରୁ ସେ ଇସ୍ତଫା ଦେଇଥିବା କୁହାଯାଉଛି।

Odisha Politics

Odisha Politics

Advertisment

ବିଜେଡିକୁ ଡବଲ୍ ଝଟ୍‌କା । ଟିକେଟ୍ ନମିଳିବାରୁ ଅସନ୍ତୁଷ୍ଟ ହୋଇ ଆଜି ଗୋଟିଏ ଦିନରେ ଦଳ ଛାଡ଼ିଛନ୍ତି ଦୁଇ ନେତା। ଜଣେ ବିଧାୟକ ଓ ଅନ୍ୟ ଜଣେ ପୂର୍ବତନ ବିଧାୟକ। ଆନନ୍ଦପୁରର ବିଧାୟକ ଭାଗିରଥୀ ସେଠୀ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଦଳର ସୁପ୍ରିମୋଙ୍କୁ ଦେଇଥିବା ଇସ୍ତଫାପତ୍ରରେ ଭାଗରଥୀ ଇସ୍ତଫାର କାରଣ ଦର୍ଶାଇ ନାହାନ୍ତି।

Advertisment

ତେବେ ଆନନ୍ଦପୁରରେ ଦଳ ଏଥର ଅଭିମନ୍ୟୁ ସେଠୀକୁ ପ୍ରାର୍ଥୀ କରିବା ପରେ ଅସନ୍ତୁଷ୍ଟ ଥିଲେ ଭାଗିରଥୀ। ଏହା ପୂର୍ବରୁ 2009 ଓ 2019ରେ ମଧ୍ୟ ବିଜେଡି ଟିକେଟରୁ ଜିତିଥିଲେ। ହେଲେ ଏଥର ଟିକେଟ୍ ନମିଳିବାରୁ ସେ ଇସ୍ତଫା ଦେଇଥିବା କୁହାଯାଉଛି।

ଏହାପୂର୍ବରୁ କାକଟପୁରର ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ମଧ୍ୟ ଆଜି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। 2014ରୁ 2019 ପର୍ଯ୍ୟନ୍ତ ବିଧାୟକ ଥିବା ସୁରେନ୍ଦ୍ର ଏଥର କାକଟପୁର ପାଇଁ ବିଜେଡିର ଟିକେଟ୍ ଆଶାୟୀ ଥିଲେ। ହେଲେ ଏଠି ଦଳ ଗୃହ ରାଜ୍ୟ ମନ୍ତ୍ରୀ ତୁଷାର କାନ୍ତି ବେହେରାଙ୍କ ଉପରେ ପୁଣି ଭରସା କରିବାରୁ ଅସନ୍ତୁଷ୍ଟ ଥିବା ସୁରେନ୍ଦ୍ର ଆଜି ବିଜେଡିରୁ ଇସ୍ତଫା ଦେବା ସହ ଦଳ ତାଙ୍କ ସହ ପ୍ରତାରଣା କରିଛି ବୋଲି କହିଛନ୍ତି।

Advertisment

ସୁରେନ୍ଦ୍ରଙ୍କ ସହ କାକଟପୁର ବ୍ଲକ ଚେୟାରମ୍ୟାନ ଶ୍ରୀଧର ନାୟକ ଓ ଅସ୍ତରଙ୍ଗ ବ୍ଲକ ଚେୟାରମ୍ୟାନ ଆରତୀ ନାୟକଙ୍କ ସମେତ ଅନେକ ସରପଞ୍ଚ ଓ ପିଏସ ମେମ୍ବର ବିଜେଡିରୁ ଇସ୍ତଫା ଦେବାରୁ ଏଠି ଅକଳରେ ପଡ଼ିଛି ବିଜେଡି।

BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ