Advertisment

୨୪ ସିଂହାସନ କାହା ଭାଗ୍ୟରେ? Exit ପୋଲ ସତ ହେଲେ, ନୂଆ ସରକାର ପାଇବ ଓଡିଶା

ରାତି ପାହିଲେ ଖୋଲିବ ଇଭିଏମ୍। ବାହାରିବ ଭାଗ୍ୟ ଫଳ। ଆଶା ଆଶଙ୍କାରେ ନେତା, ଉତ୍କଣ୍ଠାରେ ଜନତା। ବଡ଼କଥା ହେଲା, ଅନ୍ୟ ନିର୍ବାଚନଠୁ ୨୪ ନିର୍ବାଚନ ଥିଲା ଅନେକ ଦୃଷ୍ଟିରୁ ଭିନ୍ନ। ସମସ୍ତଙ୍କ ପାଇଁ ବହୁ ପ୍ରତିଦ୍ୱନ୍ଦ୍ୱିତା ପୂର୍ଣ୍ଣ, ଅନେକ ଆହ୍ୱାନ ଭରା।

ଅଦ୍ୟତନ ହୋଇଛି
undefined

Vote Counting

Advertisment

କାଲି ଆସିବ ଫଳାଫଳ ହେଲେ ଆଜିଠୁ ନେତାଙ୍କ ଛାତି ଧଡ଼ ଧଡ଼। କାରଣ କେହି ବି ଶତ ପ୍ରତିଶତ କନ୍ଫିଡେଣ୍ଟ ନାହାନ୍ତି। କାହିଁ ନା ୨୪ ନିର୍ବାଚନରେ ବଦଳି ଥିଲା ବହୁ ସମୀକରଣ। ବଦଳିଥିଲା ଭୋଟିଂ ପାର୍ଟନ୍। ତେଣୁ ୩ ଦଳର ପ୍ରାର୍ଥୀଙ୍କ ଭିତରେ ନାହିଁ ନଥିବା ଆଶଙ୍କା। ଏପଟେ ଲୋକସଭା ପରେ ବିଧାନସଭା ପାଇଁ ଆସିଥିବା ଏକଜିଟ୍ ପୋଲ୍ ଆକଳନକୁ ନେଇ ଚର୍ଚ୍ଚା ଭିତରେ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ହାସଲର ଦୃଢୋକ୍ତି ବାଢିଛନ୍ତି ଉଭୟ ବିଜେପି ଓ ବିଜେଡି।

Advertisment

ରାତି ପାହିଲେ ଖୋଲିବ ଇଭିଏମ୍। ବାହାରିବ ଭାଗ୍ୟ ଫଳ। ଆଶା ଆଶଙ୍କାରେ ନେତା, ଉତ୍କଣ୍ଠାରେ ଜନତା। ବଡ଼କଥା ହେଲା, ଅନ୍ୟ ନିର୍ବାଚନଠୁ ୨୪ ନିର୍ବାଚନ ଥିଲା ଅନେକ ଦୃଷ୍ଟିରୁ ଭିନ୍ନ। ସମସ୍ତଙ୍କ ପାଇଁ ବହୁ ପ୍ରତିଦ୍ୱନ୍ଦ୍ୱିତା ପୂର୍ଣ୍ଣ, ଅନେକ ଆହ୍ୱାନ ଭରା। ସେଇଥିପାଇଁ ତ ବିପୁଳ ଭୋଟରେ ଜିତି ଆସୁଥିବା ବହୁ ହେଭିୱେଟ ବି ସାହସ ଜୁଟେଇ ପାରୁନାହାନ୍ତି ନିଜ ପ୍ରଦର୍ଶନର ଆକଳନ ପାଇଁ।

୫୦ ଭାଗରୁ ଅଧିକ ସିଟରେ ଉନିଶ୍ ବିଶର ଟକ୍କର। ଏଇ ଯେମିତି ଭୁବନେଶ୍ୱର ଏକାମ୍ର ପ୍ରାର୍ଥୀ ବାବୁ ସିଂ। ଜିତିବା ନେଇ ଦମ୍ବୋକ୍ତି ଦେଖାଉଛନ୍ତି ସତ ହେଲେ ତଥାପି ମନରେ ଆଶଙ୍କା ହଟୁନି। କାହିଁକିନା, ଏଠି ବିଜେଡିର ହେଭିୱେଟ ଅଶୋକ ପଣ୍ଡାଙ୍କ ସହ ତାଙ୍କର ହେଉଛି ନେକ୍ ଟୁ ନେକ୍ ଫାଇଟ୍। ସେହିପରି ହାଇଭୋଲଟେଜ ସିଟ୍ ବାଲେଶ୍ୱର ଲୋକସଭା। ତ୍ରିମୁଖୀ ଲଢେଇ। ବିଜେପିରୁ ପ୍ରତାପ ଷଡଙ୍ଗୀ-ବିଜେଡିର ଲେଖାଶ୍ରୀ ସାମନ୍ତସିଂହାର,- କଂଗ୍ରେସର ଶ୍ରୀକାନ୍ତ ଜେନାଙ୍କ ମଧ୍ୟରେ କଡ଼ା ଟକ୍କର। ଏଠି ଯଦିଓ ସାଂସଦ ପ୍ରତାପ ଷଡଙ୍ଗୀ ପୁଣି ଥରେ ବିଜୟ ନେଇ ଦମ୍ଭୋକ୍ତି ଦେଖାଇଛନ୍ତି ହେଲେ ବିଜୟ ବ୍ୟବଧାନ ଗତଥରଠୁ ବଢ଼ିବ କି କମିବ ତାକୁ ନେଇ ସନ୍ଦିହାନ। କୋରାପୁଟ ଲୋକସଭା କ୍ଷେତ୍ରରେ ବି ହେଉଛି ତ୍ରିମୁଖୀ ଲଢେଇ। ତେବେ କଂଗ୍ରେସରୁ ପୁଣି ଥରେ ପ୍ରାର୍ଥୀ ହୋଇଥିବା ସାଂସଦ ସପ୍ତଗିରି ଉଲ୍ଲାକା ବି ସମାନ ଢଙ୍ଗରେ ବିଜୟ ପାଇଁ ଆଶାବାଦୀ କହିଛନ୍ତି।

Advertisment

ଅନ୍ୟପଟେ ଲୋକସଭା ପରେ ବିଧାନସଭା ଏକ୍‌ଜିଟ ପୋଲକୁ ନେଇ ରାଜ୍ୟ ରାଜନୀତିରେ କମ୍ପନ। କାରଣ କିଛି ଏକଜିଟ୍ ପୋଲ୍, ବିଧାନସଭାରେ ବିଜେପି ଅଭୂତପୂର୍ବ ସଫଳତା ପାଉଥିବାର ଏବଂ କ୍ଷମତା ଦଖଲ କରୁଥିବାର ପୂର୍ବାନୁମାନ କରିଛନ୍ତି। ଏସବୁ ଭିତରେ ବିଜେପି ରାଜ୍ୟରେ ୧ ନମ୍ବର ଦଳ ହେଉଥିବାର ଦୃଢ଼ୋକ୍ତି ବାଢ଼ିଥିଲା ବେଳେ ବିଜେଡି କହିଛି ଆମେ ଜିତିବୁ ୧୦୭ରୁ ୧୧୭ ଆସନ। ତେବେ ୯ରୁ ୯୦ ଟାର୍ଗେଟ୍ ରଖି ଲଢୁଥିବା କଂଗ୍ରେସ କିନ୍ତୁ ଗଣତି ପୂର୍ବରୁ ହାତ ଟେକିଦେଇଛି। କହିଛି ଟାର୍ଗେଟ୍ ପୂରା ନହେଲେ ବି ଗତ ଥରଠୁ ଭଲ କରିବୁ।

ଏକଜିଟ୍ ପୋଲ୍ ଆକଳନ କେତେ ଏକଜାଟ୍ ହେଉଛି ତାହାତ କାଲି ଜଣାପଡ଼ିଯିବ, ହେଲେ ଗୋଟିଏ କଥା ପ୍ରାୟତଃ ସ୍ପଷ୍ଟ ଯେ ଗତ ବିଧାନସଭା ନିର୍ବାଚନରେ ୩୨ ପ୍ରତିଶତ ପାଇଥିବା ବିଜେପିର ଭୋଟ୍ ଉଲ୍ଲେଖନୀୟ ଭାବେ ବଢ଼ିବାକୁ ଯାଉଛି।

Advertisment
Odisha Politics Vote Counting General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ