Advertisment

କଟକରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର; କହିଲେ ମେକ୍ ଇନ୍ ଇଣ୍ଡିଆ ଆମ ଇମେଜ୍

୧୦ ବର୍ଷ ତଳେ ଆମେ କେବଳ ଆମଦାନୀ କରୁଥିଲୁ, ଏହା ଆମ ଇମେଜ ଥିଲା। ଏବେ ମେକ୍ ଇନ୍ ଇଣ୍ଡିଆ ଆମ ଇମେଜ୍। 3G, 4G ମେଡ୍ ଇନ୍ ଚାଇନା ଥିଲା; କିନ୍ତୁ 5G ମେକ୍ ଇନ୍ ଇଣ୍ଡିଆ।

ଅଦ୍ୟତନ ହୋଇଛି
external Affairs Minister S. Jaishankar

external Affairs Minister S. Jaishankar

Advertisment

ଦୁଇଦିନିଆ ଓଡ଼ିଶା ଗସ୍ତରେ ଥିବା ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆଜି କଟକରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ଚଳିତ ନିର୍ବାଚନ ପରିପ୍ରେକ୍ଷୀରେ କଟକ ସହରର ବୁଦ୍ଧିଜୀବୀଙ୍କ ଏକ ଭବ୍ୟ ସମାବେଶରେ ‘ବିଶ୍ୱବନ୍ଧୁ ଭାରତ’ ବିଷୟ ଉପରେ ତାଙ୍କର ବିଦେଶ ଗସ୍ତରେ ହୋଇଥିବା ଅନୁଭୂତି ଓ ମୋଦି ସରକାରଙ୍କ ସଫଳ ବିଚାର ସମ୍ପର୍କରେ ନିଜର ବୌଦ୍ଧିକ ବକ୍ତବ୍ୟ ରଖିଛନ୍ତି।

Advertisment

କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ସେ କହିଛନ୍ତି, ବିକଶିତ ଭାରତ ପାଇଁ ଆମକୁ ବିଶ୍ବବନ୍ଧୁ ହେବା ନିହାତି ଜରୁରୀ। ଭାରତ ନିଜର ସୁରକ୍ଷା କରିବା ସହ ଅନ୍ୟ ଦେଶ ସହ ପାର୍ଟନର ସିପ୍ କରିବା ପାଇଁ ସକ୍ଷମ ହୋଇଛି। ସମସ୍ତଙ୍କୁ ଏକତ୍ରିତ କରିବା ଶିଖିଛି ଭାରତ। ଦେଶର ଛବି ହେଉଛି ନେତାଙ୍କ ଛବି। ଆଜି ଭାରତକୁ ସାରା ବିଶ୍ୱ ବନ୍ଧୁବୋଲି ସମ୍ୱୋଧନ କରୁଛି। ପରୋକ୍ଷରେ ଏହା ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ସମ୍ୱୋଧିତ କରାଯାଉଛି।

ଗତ ୧୦ବର୍ଷରେ ମୋଦି ସରକାର ଅନେକ ରେକର୍ଡ କରିଛନ୍ତି। ଏହି ୧୦ବର୍ଷରେ ଦେଶ ପାଇଁ ମଜବୁତ ମୂଳଦୁଆ ପକାଇଛି ମୋଦି ସରକାର। ତେବେ ଏହା ଆଗାମୀ ୨୫ବର୍ଷ ଯାଏ ବାଟ କଢାଇ ନେବ। ଗାଁ ଗାଁକୁ ପକ୍କା ସଡ଼କ, ବିଜୁଳି, ପାସପୋର୍ଟ ସେବା ଆଦିରେ ଅନେକ ପରିବର୍ତ୍ତନ ହୋଇଛି। ସାଧାରଣ ନାଗରିକର ଜୀବନଧାରଣର ମାନ ବୃଦ୍ଧି ପାଇଛି। ଭାରତକୁ ବିଶ୍ୱରେ ଏକ ନମ୍ୱର ହେବାକୁ ହେଲେ ନୂଆ ଟେକ୍‌ନୋଲୋଜି ଓ ନୂଆ ଚାଲେଞ୍ଜର ସାମନା କରିବାକୁ ପଡିବ।

Advertisment

୧୦ ବର୍ଷ ତଳେ ଆମେ କେବଳ ଆମଦାନୀ କରୁଥିଲୁ, ଏହା ଆମ ଇମେଜ ଥିଲା। ଏବେ ମେକ୍ ଇନ୍ ଇଣ୍ଡିଆ ଆମ ଇମେଜ୍। 3G, 4G ମେଡ୍ ଇନ୍ ଚାଇନା ଥିଲା; କିନ୍ତୁ 5G ମେକ୍ ଇନ୍ ଇଣ୍ଡିଆ। ମହାମାରୀ ସମୟରେ ଆମ ଉପରେ ଅନେକ ଚାପ ଥିଲା। ବାହାରୁ ଭ୍ୟାକସିନ୍‌ ଆମଦାନୀ କରିବାକୁ କୁହାଯାଉଥିଲା। ମାତ୍ର ସେତେବେଳେ ଟିକାକରଣ ଜରୁରୀ ଥିଲା। ଆମେ ମେକ୍ ଇନ୍ ଇଣ୍ଡିଆ ଉପରେ ଭରସା କଲୁ। ଯାହା ଫଳରେ ମହାମାରୀର ମୁକାବିଲା କରିବାରେ ଆମେ ସଫଳ ହୋଇପାରିଛୁ।

ପ୍ରତିରକ୍ଷା କଥା କହିବାକୁ ଯାଇ ସେ କହିଛନ୍ତି, ଭାରତ ତେଜସ୍ ନାମକ ଏକ ଯୁଦ୍ଧ ବିମାନ ପ୍ରସ୍ତୁତ କରିଛି। ଭାରତର ପ୍ରଧାନମନ୍ତ୍ରୀ ଏଥିରେ ବସି ଆମର ଭରସା ଓ ବିଶ୍ୱାସକୁ ବଢାଇଥିଲେ। ଆମକୁ ଆଗକୁ ବଢିବାକୁ ହେଲେ ଦୁନିଆ ସହ ସହଭାଗିତା କରିବାକୁ ହେବ। କୋଭିଡରେ ପ୍ରଭାବିତ ସତ୍ତ୍ବେ ଆମ ଅର୍ଥନୀତି ଟ୍ରାକକୁ ଫେରିଲା। ଭାରତର ଅର୍ଥନୀତି ବୃଦ୍ଧି କରିବାକୁ ହେଲେ ନୂଆ ଇଣ୍ଡଷ୍ଟ୍ରି ଯେପରି ଡ୍ରୋନ୍, ସ୍ପେସ୍, ଡିଜିଟାଲ୍ ଆଦିର ବ୍ୟବହାର କରିବାକୁ ହେବ।

Advertisment

ଭାରତ ଆଜି ଏପରି ଏକ ଦେଶ ସମସ୍ତେ ଏଠାରେ ନିବେଶ କରିବାକୁ ଚାହୁଁଛନ୍ତି। ବିଦେଶ ନୀତି ସଫଳ ହେଲେ ଦେଶର ଛବି ଦୁନିଆରେ ପ୍ରତିଫଳିତ ହୁଏ ବୋଲି ସେ କହିଛନ୍ତି। ଶ୍ରୀଲଙ୍କାକୁ ଆର୍ଥିକ ସଙ୍କଟରୁ ବାହାର କରିଥିଲା ଭାରତ। ତେବେ ମୋର ବିଶ୍ବାସ, ଭାରତ ବିଶ୍ବବନ୍ଧୁର ପରିଚୟ ସୃଷ୍ଟି କରିବ ବୋଲି ସେ ବୁଦ୍ଧିଜୀବୀ ସମ୍ମିଳନୀରେ କହିଛନ୍ତି।

Odisha Election General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ