Advertisment

‘ଓଡ଼ିଶାକୁ ରିମୋଟ୍‌ କଣ୍ଟ୍ରୋଲରେ ତାମିଲବାବୁ ଲୁଟୁଛନ୍ତି ’

ଆଜି ସ୍ମୃତି ଈରାନୀଙ୍କ ମାରାଥନ୍ ପ୍ରଚାର । ପାରାଦୀପ କୁଜଙ୍ଗ ସଭାରେ ବିଜେଡ଼ି ଉପରେ ସିଧା ହମଲା କଲେ ସ୍ମୃତି ଈରାନୀ । ଓଡ଼ିଶାକୁ ରିମୋଟ କଣ୍ଟ୍ରୋଲ ତାମିଲବାବୁ ଲୁଟୁଥିବା କହିଲେ ଈରାନୀ ।

Smriti Irani

Smriti Irani

Advertisment

ପ୍ରଚାର ମଇଦାନରେ ସ୍ମୃତି ଈରାନୀ । ଆଜି ସ୍ମୃତି ଈରାନୀଙ୍କ ମାରାଥନ୍ ପ୍ରଚାର । ପାରାଦୀପ କୁଜଙ୍ଗ ସଭାରେ ବିଜେଡ଼ି ଉପରେ ସିଧା ହମଲା କଲେ ସ୍ମୃତି ଈରାନୀ । ଓଡ଼ିଶାକୁ ରିମୋଟ କଣ୍ଟ୍ରୋଲ ତାମିଲବାବୁ ଲୁଟୁଥିବା କହିଲେ ଈରାନୀ । ବିଜେଡି ରାଜ୍ୟକୁ ଲ୍ୟାଣ୍ଡ, ସ୍ୟାଣ୍ଡ, ମାଇନିଂ, କୋଲ୍‌ ମାଫିଆ ଦେଇଛି । ବିଜେଡି ନେତା, ମନ୍ତ୍ରୀଙ୍କୁ ତାମିଲ ବାବୁ ରିମୋଟ କଣ୍ଟ୍ରୋଲରେ ଚଳାଉଛନ୍ତି ।

Advertisment

ମୋଦି ଜଳ ଜୀବନ ମିଶନ ପାଇଁ ଟଙ୍କା ଦେଲେ, ଟଙ୍କା କୁଆଡ଼େ ଗଲା ?  ଓଡ଼ିଶା ନେତୃତ୍ବକୁ କଏଦ୍‌ କରି ରଖାଯାଇଛି, ରିମୋଟ୍‌ରେ ସରକାର ଚାଲୁଛି । ନବୀନ ବାବୁଙ୍କୁ କହିବା, ବୁଲିବା ପାଇଁ ବି ସ୍ବାଧୀନତା ନଥିବା କୁହାଯାଉଛି । ରିମୋଟ୍‌ କଣ୍ଟ୍ରୋଲ ତାମିଲ ବାବୁ ରତ୍ନଭଣ୍ଡାର ରିପୋର୍ଟ କାହିଁକି ଚାପିଲେ ? ରାଜ୍ୟରେ ବିଜେପି ସରକାର ଆସିଲେ ରତ୍ନଭଣ୍ଡାର ରିପୋର୍ଟ ଆସିବ । ଯଦି ରତ୍ନଭଣ୍ଡାରରେ କିଛି ଗଡ଼ବଡ଼ି ହୋଇଥିବ, ମୋଦି କାହାକୁ ଛାଡ଼ିବେନି ବୋଲି କହିଛନ୍ତି ସ୍ମୃତି ଈରାନୀ । 

ଅନ୍ୟପଟେ ଭୋଟ୍ ଦେଉଛି ଭାରତ। ଆଜି ଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନ । ସକାଳ ୭ଟାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆରମ୍ଭ ହୋଇଛି ଭୋଟିଂ। ୬ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳରେ ମତଦାନ ଚାଲିଛି । ମୋଟ୍ ୫୮ଟି ଲୋକସଭା ଆସନ ଲାଗି ଭୋଟର ମତାଧିକାର ସାବ୍ୟସ୍ତ କରୁଛନ୍ତି ଭୋଟର୍ । ଭୋଟିଂ ପ୍ରକ୍ରିୟା ସନ୍ଧ୍ୟା ୬ଟା ଯାଏ ଚାଲିବ।

Advertisment

ଷଷ୍ଠ ପର୍ଯ୍ୟାୟରେ ବିହାରର ୮ ଲୋକସଭା ଆସନ ସମେତ ହରିୟାଣାର ସମସ୍ତ ୧୦ଟି ଆସନ, ଜମ୍ମୁ ଓ କଶ୍ମୀରର ଗୋଟିଏ, ଝାଡ଼ଖଣ୍ଡର ୪, ଦିଲ୍ଲୀର ସମସ୍ତ ୭, ଓଡ଼ିଶାର ୬, ଉତ୍ତର ପ୍ରଦେଶର ୧୪ ଏବଂ ପଶ୍ଚିମବଙ୍ଗର ୮ଟି ଆସନ ଲାଗି ମତଦାନ ଜାରି ରହିଛି । ଏହି ପର୍ଯ୍ୟାୟରେ ମୋଟ୍୧୧.୧୩ କୋଟି ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରୁଛନ୍ତି। ମତଦାତାଙ୍କ ମଧ୍ୟରୁ ୫.୮୪ କୋଟି ପୁରୁଷ, ୫.୨୯ କୋଟି ମହିଳା ଏବଂ ୫,୧୨୦ ଜଣ ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି।ଏହି ପର୍ଯ୍ୟାୟରେ ମୋଟ୍‍ ୮୮୯ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।

BJP General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ