Advertisment

ପୁଅ ପାଇଁ ମହାଭାରତ; ସୁରଙ୍କ ଶଙ୍ଖପ୍ରୀତିକୁ ନେଇ ଅକଳରେ ଦଳ !

ଚଟୁ ଆମିଷ, ବେଣ୍ଟ ନିରାମିଷ! ଏହି ନ୍ୟାୟରେ ନିଜର ରାଜନୈତିକ ଗୋଟି ଚାଳନା ଜାରି ରଖିଛନ୍ତି କି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ ?

undefined

Sura Routray

Advertisment

କେବେ ନିଜକୁ ସଚ୍ଚା କଂଗ୍ରେସିଆ କହୁଛନ୍ତି, ଆଉ କେବେ ୫ ଦଶନ୍ଧିର ସ୍ୱାଭିମାନ ନାଁରେ ଭାଷଣ ଝାଡୁଛନ୍ତି। ହେଲେ ନିର୍ବାଚନୀ ରାଜନୀତିରୁ ବିରାମ ନେଇଥିବା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ କିନ୍ତୁ ପୁତ୍ରମୋହରେ ଦଳୀୟ ନୀତିନୈତିକତା ସବୁ ଯେପରି ଛାଡ଼ିଦେଇଛନ୍ତି। ବିଜେଡିର ସାଂସଦ ପ୍ରାର୍ଥୀ ତଥା ସାନପୁଅ ମନ୍ମଥ ଏବଂ ଶଙ୍ଖଦଳ ପାଇଁ କ୍ରମାଗତ କ୍ୟାମ୍ପେନ୍ କରୁଛନ୍ତି ସୁର। ଅଥଚ ସୁରଙ୍କ ଏଭଳି ମନ ଓ ବିବେକ ମଧ୍ୟରେ ଚାଲିଥିବା ଲଢ଼େଇ ଭିତରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେଉନି କଂଗ୍ରେସ। ଯାହା ଦଳୀୟ କର୍ମୀ ଓ ସମର୍ଥକଙ୍କୁ ମୈଦାନରେ ଅକଳରେ ପକାଇଛି।

Advertisment

ଚଟୁ ଆମିଷ, ବେଣ୍ଟ ନିରାମିଷ! ଏହି ନ୍ୟାୟରେ ନିଜର ରାଜନୈତିକ ଗୋଟି ଚାଳନା ଜାରି ରଖିଛନ୍ତି କି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ ? କେବେ କହୁଛନ୍ତି, କଂଗ୍ରେସ ସହ ଆଜୀବନ ରହିବି ତ ଆଉ କେବେ ବିଜେଡି ସାଂସଦ ପ୍ରାର୍ଥୀ ସାଜିଥିବା ସାନ ପୁଅ ମନ୍ମଥ ରାଉତରାୟ ଏବଂ ବିଜେଡି ସପକ୍ଷରେ ପ୍ରଚାର କରୁଛନ୍ତି।

୧- ସ୍ଥାନ- ଉତ୍ତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀ

ଅବସର ଥିଲା ଏକ କ୍ରିକେଟ୍ ମ୍ୟାଚ୍। ସାଙ୍ଗରେ ଥିଲେ ବିଜେଡି ବିଧାୟକ ପ୍ରାର୍ଥୀ ସୁଶାନ୍ତ ରାଉତ। ଭାଷଣ ଛଳରେ ସୁଶାନ୍ତଙ୍କୁ ତ ପ୍ରଶଂସା କଲେ ତା’ସହ ପୁଅ ଓ ସୁଶାନ୍ତଙ୍କୁ ଡବଲ ଶଙ୍ଖ ଚିହ୍ନରେ ଭୋଟ୍ ଦେବାକୁ ଅପିଲ୍ କଲେ।

Advertisment

୨- ସ୍ଥାନ- ବୁଦ୍ଧ ପାର୍କ

ଏଇଠି ବି ସକାଳୁ ସକାଳୁ ବିଜେଡି ବିଧାୟକ ପ୍ରାର୍ଥୀ, ଭୁବନେଶ୍ୱର ମେୟରଙ୍କ ସହ ପୁଅ ମନ୍ମଥଙ୍କୁ ଧରି ପହଞ୍ଚିଥିଲେ ଜନତାଙ୍କ ପାଖରେ। ଆଉ ଭୋଟ୍ ଭିକ୍ଷା କରିଥିଲେ। ତେବେ କାହା ବିପକ୍ଷରେ ପ୍ରଚାର ନୁହଁ, ବରଂ ଅତି ଭଦ୍ରାମୀର ସହ ଭୋଟ୍ ଭିକ୍ଷା କରୁଛୁ ବୋଲି କହିଥିଲେ।

କେବେ ନିଜକୁ ସଚ୍ଚା କଂଗ୍ରେସିଆ କହି ୫ ଦଶନ୍ଧିର ସ୍ବାଭିମାନର କଥା ବଖାଣୁଛନ୍ତି ତ ଆଉ କେବେ ବିଜେଡି-ବିଜେପି ବିପକ୍ଷରେ ବିଷୋଦଗାର କରୁଛନ୍ତି। ସାନ ପୁଅ ମନ୍ମଥଙ୍କ ବିଜେଡିରେ ଯୋଗଦାନକୁ ନେଇ ସୁର ଅସନ୍ତୁଷ୍ଟ ଥିବା ବି କୁହାଯାଉଥିଲା। ଏବେ ଏମିତି କ’ଣ ହେଲା କେଜାଣି, ପାଟପଟୁଆରରେ ଯାଇ ମନ୍ମଥଙ୍କ ସହ ବିଜେଡି ପାଇଁ ଖୋଲଖୋଲି ପ୍ରଚାର କରୁଛନ୍ତି। ପୁତ୍ରମୋହରେ ସୁର ବନ୍ଧା ନା ରହିଛି କୌଣସି ରାଜନୈତିକ ବାଧ୍ୟବାଧକତା?

Advertisment

ଏଭଳି ଦୋ’ମୁହାଁ ନୀତି ଆପଣାଇ ନିର୍ବାଚନବେଳେ କି ବାର୍ତ୍ତା ଦେବାକୁ ଚାହୁଛନ୍ତି ସୁର ? ଏହା କଂଗ୍ରେସ୍ ସହ ଦଳର କର୍ମୀ ଏବଂ ସମର୍ଥକଙ୍କୁ ଦ୍ୱନ୍ଦ୍ୱରେ ପକାଉଛି। ହେଲେ ସୁରଙ୍କ ଏଭଳି ଆଚରଣ ପରେ ପୂର୍ବରୁ ସୋ କଜ୍ ଜାରି କରିଥିବା କଂଗ୍ରେସ କାହିଁକି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେଉନି? ଏ ସଂପର୍କରେ ପିସିସି ସଭାପତିଙ୍କୁ ଯୋଗାଯୋଗ କରାଯାଇଥିବାବେଳେ ସେ ବାହାରେ ଥିବା ଦର୍ଶାଇ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ।

ବାପାଙ୍କ ପ୍ରଚାରରେ କେତେ ଫାଇଦା ମିଳିବ ପୁଅ ମନ୍ମଥଙ୍କୁ, ତାହା ତ ନିର୍ବାଚନ ପରେ ସ୍ପଷ୍ଟ ହେବ। କିନ୍ତୁ, ଲୋକେ ଯେ ବିଜେଡି ଏବଂ ମନ୍ମଥଙ୍କ ପ୍ରତି କେତେ ବିମୁଖ, ତାର ଦୃଶ୍ୟ ଦେଖିବାକୁ ମିଳିଛି ସେହି ବୁଦ୍ଧ ପାର୍କରେ। ସୁରଙ୍କ ପରେ ପରେ ଭୋଟ୍ ମାଗିବାବେଳେ ପାର୍କରେ ଯୋଗାଭ୍ୟାସ କରୁଥିବା ଜନତା ବିଜେଡି ଏବଂ ମନ୍ମଥଙ୍କୁ ଉତ୍ତର ଦେବା ସହ କହିଥିଲେ, ମନ୍ମଥ ଭୋଟ୍ ମାଗିଲେ କଣ ହେବ, ଭୁବନେଶ୍ୱର ଲୋକେ ଅପରାଜିତାଙ୍କୁ ଚାହୁଁଛନ୍ତି। ଏଥର ବିଜେପି ଲୋକସଭାରେ ୪୦୦ ପାର୍ କରିବ।

Congress Sura Routray General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ