Advertisment

BJD ପାଉନି ପ୍ରାର୍ଥୀ; କଂଗ୍ରେସରୁ ନେତା ଆଣି ବଳ ଦେଖାଉଛି ଦଳ !

ବର୍ତ୍ତମାନ ସୁଦ୍ଧା ଘୋଷଣା ହୋଇଥିବା ବିଜେଡିର ୧୫ ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରୁ ୩ ପୂର୍ବତନ କଂଗ୍ରେସ୍ ନେତା।

ଅଦ୍ୟତନ ହୋଇଛି
Odisha Politics

Odisha Politics

Advertisment

ବିଜେଡିର କଂଗ୍ରେସୀକରଣ! ହାତ ଛଡ଼ାଙ୍କୁ କୋଳେଇ ନେଉଛି, ଦଳୀୟ ଟିକେଟ୍ ଧରାଇ ଦେଉଛି। ନିଜ ଦଳର ପୁରୁଖା ନେତାଙ୍କୁ ହତାଦାର, ଆମଦାନୀ କଂଗ୍ରେସିଆଙ୍କ କାନ୍ଧରେ ନିର୍ବାଚନ ବୈତରଣୀ ପାର୍ ହେବା ଲକ୍ଷ୍ୟ। ୨୪ ମଇଦାନରେ ଗଣ୍ଡା ଗଣ୍ଡା କଂଗ୍ରେସ୍ ଦଳଡିଆଁ ପାଇଛନ୍ତି ବିଜେଡି ଟିକେଟ୍।

Advertisment

ବର୍ତ୍ତମାନ ସୁଦ୍ଧା ଘୋଷଣା ହୋଇଥିବା ବିଜେଡିର ୧୫ ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରୁ ୩ ପୂର୍ବତନ କଂଗ୍ରେସ୍ ନେତା। ଅଂଶୁମାନ ମହାନ୍ତିଙ୍କୁ କେନ୍ଦ୍ରାପଡ଼ା, ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କୁ ଭୁବନେଶ୍ୱର ଏବଂ ପୂର୍ବରୁ କଂଗ୍ରେସ୍ ଛାଡ଼ିଥିବା ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କୁ ବିଜେଡି ଏଥର ନବରଙ୍ଗପୁରରୁ ନିଜର ଲୋକସଭା ପ୍ରାର୍ଥୀ କରିଛି।

ଏପଟେ ବିଜେଡି, ବିଧାନସଭା ଟିକେଟ୍ ଲୋଭ ଦେଖାଇ ନିକଟରେ ଖରିଆର କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ, ପୂର୍ବତନ କଂଗ୍ରେସ ବିଧାୟକ ଚିରଞ୍ଜୀବୀ ବିଶ୍ୱାଳ, ବଲାଙ୍ଗୀର କଂଗ୍ରେସ ଜିଲ୍ଲା ସଭାପତି ସୁରେନ୍ଦ୍ର ସିଂ ଭୋଇ, ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ. ସୂରିୟା ରାଓଙ୍କୁ କୋଳେଇ ନେଇଛି।

Advertisment

କଂଗ୍ରେସିଆକୁ ବିଜେଡିର କୋଳାଗ୍ରତ ଦଳ ଉପରେ କୌଣସି ପ୍ରଭାବ ପକାଇବନି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି। ବିଜେପି କହିଛି, ବିଜେଡିର ଆଉ ପୂର୍ବଭଳି ବଳ ନାହିଁ। ତେଣୁ ନିଜର ତଥାକଥିତ ଏ-ଟିମ୍ କଂଗ୍ରେସରୁ ନେତା ନେଇ ନିଜର ବଳ ବଢ଼ାଇବାକୁ ଚେଷ୍ଟା କରୁଛି ବିଜେଡି। ଜବାବରେ ବିଜେଡି କହିଛି, ମୁଖ୍ୟମନ୍ତ୍ରୀଙ୍କ ବିକାଶ ସ୍ୱପ୍ନରେ ଅନୁପ୍ରାଣିତ ହୋଇ କେବଳ କଂଗ୍ରେସ ନୁହେଁ ବିଜେପିରୁ ବି ଅନେକ ନେତା ବିଜେଡିରେ ମିଶୁଛନ୍ତି।

ଏକଦା ବିରୋଧୀ ଦଳ ନେତା ରହିଥିବା ବରିଷ୍ଠ କଂଗ୍ରେସ ନେତା ଭୂପିନ୍ଦର ସିଂହଙ୍କୁ ନିଜ ଦଳରେ ମିଶାଇ ରାଜ୍ୟସଭାକୁ ପଠାଇଥିଲା ବିଜେଡି। ସେହିପରି କଂଗ୍ରେସରୁ ଆମଦାନି ସସ୍ମିତ ପାତ୍ର, ମାନସ ମଙ୍ଗରାଜ, ବିକ୍ରମ ପଣ୍ଡା, ଚନ୍ଦ୍ରଶେଖର ସାହୁ ଏବେ ବିଜେଡି ବଳରେ ସାଂସଦ ଓ ବିଧାୟକ ହୋଇପାରିଛନ୍ତି। ଆଗକୁ ଗଞ୍ଜାମ ଓ କେନ୍ଦ୍ରାପଡ଼ାର ଦୁଇ ହେଭିୱେଟ୍ କଂଗ୍ରେସ ନେତାଙ୍କୁ ଦଳରେ ମିଶାଇ ଟିକେଟ ଦେବାକୁ ବିଜେଡି କସରତ ଚଲାଇଥିବା ଚର୍ଚ୍ଚା ହେଉଛି।

Advertisment

ଏବେ ଦେଖିବାକୁ ବାକି ରହିଲା, ବିଜେଡିର କଂଗ୍ରେସୀକରଣ ଆଗକୁ ଦଳ ଭିତରେ ବଢ଼ାଇବନି ତ ଅନ୍ତଃକନ୍ଦଳ ?

BJD Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ