Advertisment

ଭୁବନେଶ୍ୱର ଦେଖିବ ବିଗ୍ ଫାଇଟ୍; ଅପରାଜିତା ବନାମ ମନ୍ମଥ

ଢେର୍ ଦିନ ଧରି ଶ୍ରୀମୟୀଙ୍କୁ ପ୍ରୋଜେକ୍ଟ କରି ହଠାତ୍ କାହିଁକି ପ୍ରାର୍ଥୀ ପରିବର୍ତ୍ତନ କଲା ବିଜେଡି ତାକୁ ନେଇ ବି ପ୍ରଶ୍ନ ଉଠିଛି। ଯାହାକୁ ନେଇ କଟାକ୍ଷ କରି ଅପରାଜିତା କହିଛନ୍ତି ଜୋ ଡର ଗୟା, ୱୋ ମର ଗୟା।

undefined

Bhubaneswar Politics

Advertisment

ଭୁବନେଶ୍ୱରରୁ ଅପରାଜିତାଙ୍କ ବିରୋଧରେ ସୁର ରାଉତରାୟଙ୍କ ପୁଅଙ୍କୁ ମଇଦାନକୁ ଓହ୍ଲାଇଲା ବିଜେଡି। ଆଜି ଦଳରେ ମିଶିବାର କିଛି ସମୟ ପରେ ବିଜେଡି ତାଙ୍କୁ ଟିକେଟ ଦେଇଛି। ତେବେ କଣ ହେବ ସମୀକରଣ, ତାକୁ ନେଇ ଚର୍ଚ୍ଚା। ଅନ୍ୟପଟେ ଢେର୍ ଦିନ ଧରି ଶ୍ରୀମୟୀଙ୍କୁ ପ୍ରୋଜେକ୍ଟ କରି ହଠାତ୍ କାହିଁକି ପ୍ରାର୍ଥୀ ପରିବର୍ତ୍ତନ କଲା ବିଜେଡି ତାକୁ ନେଇ ବି ପ୍ରଶ୍ନ ଉଠିଛି। ଯାହାକୁ ନେଇ କଟାକ୍ଷ କରି ଅପରାଜିତା କହିଛନ୍ତି ଜୋ ଡର ଗୟା, ୱୋ ମର ଗୟା। ଏପଟେ ଭୁବନେଶ୍ୱରର ୩ ବିଧାନସଭା ଲାଗି ବି ବିଜେଡି ଅଙ୍କ ଛିଣ୍ଡୁନି।

Advertisment

ଭୁବନେଶ୍ୱର ଦେଖିବ ବିଗ୍ ଫାଇଟ୍। ଅପରାଜିତା ବନାମ ମନ୍ମଥ। ଆଉ ଆଜି ଉଭୟ ନେତାଙ୍କ ପାୱାର ଶୋ’। ଟିକେଟ ପାଇ ଦିଲ୍ଲୀରୁ ଫେରିବା ବେଳେ ଅପରାଜିତାଙ୍କୁ କର୍ମୀ ଓ ଶୁଭେଚ୍ଛୁଙ୍କ ବିପୁଳ ସ୍ୱାଗତ ସମ୍ଭର୍ଦ୍ଧନା। ଆଉ ସିଧା ଏୟାରପୋର୍ଟରୁ ବାହାରି କର୍ମୀଙ୍କ ସହ ପଦଯାତ୍ରା କରି ଲିଙ୍ଗରାଜ ଅଭିମୁଖେ ବାହାରିଲେ ଅପରାଜିତା।

ଅନ୍ୟ ପଟେ ବିଜେଡିରେ ସାମିଲ ହେବାକୁ ଲିଙ୍ଗରାଜ ମନ୍ଦିରରୁ ଶଙ୍ଖ ଭବନ ଯାଏଁ ସୁରଙ୍କ ସାନ ପୁଅ ମନ୍ମଥ ରାଉତରାୟଙ୍କ ରାଲି। ସାଢେ ୧୧ଟାରେ ଶଙ୍ଖ ଭବନରେ ସାମିଲ ହୋଇ ସିଧା ନବୀନ ନିବାସର ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ମନ୍ମଥ। ଆଉ ତାର କିଛି ସମୟ ପରେ ହିଁ ମନ୍ମଥଙ୍କୁ ଭୁବନେଶ୍ୱର ପ୍ରାର୍ଥୀ ଘୋଷଣା କରିଥିଲା ଦଳ।

Advertisment

ତେବେ ବିମାନ ବନ୍ଦରରେ ପହଞ୍ଚିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି ବିଜେଡିକୁ କଟାକ୍ଷ କରିଥିଲେ ଅପରାଜିତା। କହିଥିଲେ ଆଗରୁ ଜଣେ ମହିଳାଙ୍କୁ ପ୍ରାର୍ଥୀ କରିବେ ବୋଲି କହୁଥିଲେ ଏବେ ପରିବର୍ତ୍ତନ କରି ଆଉ ଜଣଙ୍କୁ ଦେଉଛନ୍ତି। ଏହା ପଛରେ ଭୟକୁ ଇଙ୍ଗିତ କରି ଅପରାଜିତା କହିଥିଲେ ଯୋ ଡରଗୟା ୱୋ ମରଗୟା। ଅନ୍ୟପଟେ ଏହାକୁ କାଉଣ୍ଟର କରି ମନ୍ମଥ କହିଛନ୍ତି ଅଜଣା ଆତଙ୍କରେ ଆତଙ୍କିତ ଅପରାଜିତା।

ଏପଟେ କିନ୍ତୁ ଯଦିଓ ଭୁବନେଶ୍ୱର ପାଇଁ ଲୋକସଭା ପ୍ରାର୍ଥୀ ଘୋଷଣା କରିଛି ବିଜେଡି, ହେଲେ ଭୁବନେଶ୍ୱରର ୩ ବିଧାନସଭା ପାଇଁ ଦଳ କାର୍ଡ ଖୋଲିନି। କୁହାଯାଉଛି ଏକାମ୍ର, ଭୁବନେଶ୍ୱର ମଧ୍ୟ ଓ ଭୁବନେଶ୍ୱର ଉତ୍ତରରେ ବିଦ୍ରୋହ ବଢିଛି। ଏମିତି କି ଆଶାୟୀ ଖୋଲାଖୋଲି ସଭା କରି ଦଳକୁ ଚ୍ୟାଲେଞ୍ଜ ଦେବା ସହ ନବୀନ ନିବାସ ଯାଇ ପାୱାର ସୋ ମଧ୍ୟ କରିଛନ୍ତି। ଏକାମ୍ରରେ ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ବିରୋଧ କରି ଏଠି ବାରମ୍ବାର ସମାନ୍ତରାଳ ସଭା କରି ଆସୁଛନ୍ତି ଲିଟୁ ମହାସୁପକାର। ସେହିପରି ଭୁବନେଶ୍ୱର ମଧ୍ୟରେ ବି ବିଧାୟକ ଅନନ୍ତ ନାରାୟଣ ଜେନା ଓ କର୍ପୋରେଟର ଅମରେଶ ଜେନାଙ୍କ ମଧ୍ୟରେ ଟିକେଟ ବିବାଦ। ଆଉ ଭୁବନେଶ୍ୱର ଉତ୍ତରରୁ ଟିକେଟ ଲବିରେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ଜୋରଦାର ସମାନ୍ତରଳ କାର୍ଯ୍ୟକ୍ରମକୁ ନେଇ ଦଳ ଟେନସନରେ ପଡିଛି।

Advertisment

୨୦୧୯ରେ ଅପରାଜିତାଙ୍କୁ ମିଳିଥିଲା ୪ ଲକ୍ଷ ୮୬ ହଜାର ୯୯୧ ଖଣ୍ଡ ଭୋଟ। ସେ ବିଜେଡି ପ୍ରାର୍ଥୀ ଅରୂପ ପଟନାୟକଙ୍କୁ ୨୩ ହଜାର ୮୩୯ ଭୋଟରେ ହରାଇଥିଲେ। ଯଦିଓ ଭୁବନେଶ୍ୱର ଲୋକସଭା ଅନ୍ତର୍ଗତ ୭ଟି ଯାକ ବିଧାନସଭାରେ ବିଜେପି ପରାଜୟ ହୋଇଥିଲା, ହେଲେ ଅପରାଜିତାଙ୍କ ଲୋକପ୍ରିୟତା ସହ ସ୍ପ୍ଲିଟ୍ ଭୋଟିଂ ଯୋଗୁଁ ଭୁବନେଶ୍ୱର ଜିତିଥିଲା ବିଜେପି। ଅନ୍ୟପଟେ ବିଜେଡିରୁ ପ୍ରାର୍ଥୀ ହୋଇଥିବା ସୁର ନନ୍ଦନ ମନ୍ମଥ କିନ୍ତୁ ଢେର୍ ଦିନ ହେବ ଜଟଣୀରୁ ଲଢିବା ପାଇଁ ଚାହୁଁଥିଲେ ଯେଉଁଥି ପାଇଁ ଜଟଣୀରେ ହିଁ ସେ ସମସ୍ତ କାର୍ଯ୍ୟକ୍ରମରେ ନଜର ଆସୁଥିଲେ। ଦେଖିବାର କଥା ୨୪ ମହାସଂଗ୍ରାମରେ କାହାର ହେଉଛି ଜିତାପଟ। 

BJD BJP Aparajita Sarangi Odisha Politics General Elections 2024 Sura Routray's Son Manmath
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ