Advertisment

ସୁଜାତାଙ୍କୁ ECI ଙ୍କ ଛାଟ; ବିଜେପିର ଅଭିଯୋଗ ପରେ ବଦଳି ନିର୍ଦ୍ଦେଶ !

ବିଜେପିର ଅଭିଯୋଗ ପରେ ବଦଳି ନିର୍ଦ୍ଦେଶ ଦେଲେ ECI। ବଦଳି ନିର୍ଦ୍ଦେଶ ହୋଇଥିବା ଖବର ସରବରାହ ସଂସ୍ଥା ANI ସୂତ୍ରରୁ ସୂଚନା ମିଳିଛି।

Sujata Pandian

Sujata Pandian

Advertisment

ମିଶନ ଶକ୍ତି ସଚିବ ସୁଜାତା ପାଣ୍ଡିଆନଙ୍କ ବଦଳି ନିର୍ଦ୍ଦେଶ। ବିଜେପିର ଅଭିଯୋଗ ପରେ ବଦଳି ନିର୍ଦ୍ଦେଶ ଦେଲେ ECI। ଜନସାଧାରଣ ସହ ଯୋଡ଼ି ହୋଇ ନଥିବା ବିଭାଗକୁ ତୁରନ୍ତ ବଦଳି ନିର୍ଦ୍ଦେଶ ହୋଇଛି। ବଦଳି ନିର୍ଦ୍ଦେଶ ହୋଇଥିବା ଖବର ସରବରାହ ସଂସ୍ଥା ANI ସୂତ୍ରରୁ ସୂଚନା ମିଳିଛି। ସରକାରୀ କଳ ଏବଂ ଅଧିକାରୀଙ୍କ ଅପବ୍ୟବହାର କରି ସିଷ୍ଟମେଟିକ୍ ଭୋଟରସ ଏଜୁକେସନ ଆଣ୍ଡ ଇଲେକ୍ଟୋରାଲ ପାର୍ଟିସିପେସନ୍- SVEEP ଜରିଆରେ ଭୋଟରଙ୍କୁ ପ୍ରଭାବିତ କରି ନିର୍ବାଚନରେ ବିଜେଡିକୁ ଫାଇଦା ପହଁଚାଇବାକୁ ଚେଷ୍ଟା କରୁଥିବା ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଥିଲା ବିଜେପି।

Advertisment

ସୁଜାତା ପାଣ୍ଡିଆନଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି ବିଜେପି। ମୁଖ୍ୟ ନିର୍ବାଚନ କମିଶନରଙ୍କ ନିକଟରେ ଏନେଇ ଫେରାଦ ହୋଇଥିଲା ବିଜେପି। ସରକାରୀ ଅଧିକାରୀ ହୋଇ ବିଜେଡି ଏଜେଣ୍ଟ ଭାବେ କାମ କରୁଥିବା ଅଭିଯୋଗ କରିଛି BJP। ବିଜେଡିକୁ ଫାଇଦା ପହଞ୍ଚିଇବାକୁ ସରକାରୀ କଳର ଅପବ୍ୟବହାର ହେଉଥିବା ଅଭିଯୋଗ ହୋଇଛି। ତାଙ୍କ ସ୍ୱାମୀ ତଥା ବିଜେଡି ନେତା ଭି.କାର୍ତ୍ତିକେୟନ ପାଣ୍ଡିଆନ୍‌ଙ୍କ ପ୍ରଭାବରେ ସେ ବିଜେଡିର ଏଜେଣ୍ଟ ଭଳି କାର୍ଯ୍ୟ କରୁଥିବା ବିଜେପି ଅଭିଯୋଗ କରିଛି।

ଏପରିକି ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜୁ ଜନତା ଦଳକୁ ଭୋଟ୍ ଦେବାକୁ ମିଶନ ଶକ୍ତି ବିଭାଗକୁ ବ୍ୟବହାର କରି ଭୋଟରଙ୍କୁ ପ୍ରଭାବିତ କରାଯାଉଥିବା ବିଜେପି ନିର୍ବାଚନ କମିଶନଙ୍କୁ ଅବଗତ କରିଛି। ଏଥିସହ ବିଜେଡି ସପକ୍ଷରେ ଭୋଟ୍ ଦେବାକୁ SHG ମହିଳାଙ୍କୁ ଧମକା ଯାଉଥିବା ଅଭିଯୋଗ କରିଛି ଦଳ।

Advertisment

ତେଣୁ ନିର୍ବାଚନ ସରିବା ଯାଏ ସୁଜାତା ପାଣ୍ଡିଆନଙ୍କୁ ମିଶନ ଶକ୍ତିର କମିଶନର ପଦବୀରୁ ହଟାଇବାକୁ ଦଳ ଦାବି କରିଛି। ତେବେ ବିଜେପିର ଅଭିଯୋଗ ନେଇ ସୁଜାତା ପାଣ୍ଡିଆନ କିମ୍ୱା ମିଶନ ଶକ୍ତି ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ତେବେ ଏହି ଅଭିଯୋଗ ଆଧାରରେ ତାଙ୍କର ବଦଳି କରାଯାଇଥିବା କୁହାଯାଉଛି।

Election Commission BJP Odisha Politics General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ