Advertisment

ଓଡ଼ିଶା ମୁହାଁ ବିଜେପି ହେଭିୱେଟ୍‌; ୫ରେ ନଡ୍ଡା, ୬ରେ ଆସିବେ PM ମୋଦି

ପ୍ରଥମ କରି ନିର୍ବାଚନ ପ୍ରଚାରରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସୋମବାର ବ୍ରହ୍ମପୁର ଓ ନବରଙ୍ଗପୁରରେ କରିବେ ସଭା ।

ଅଦ୍ୟତନ ହୋଇଛି
undefined

BJP's heavyweight

Advertisment

୪ରେ ଜୟଶଙ୍କର । ୫ରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡା । ଆଉ ସୋମବାର ଆସିବେ ପ୍ରଧାନମନ୍ତ୍ରୀ ମୋଦି । ଆସନ୍ତାକାଲି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଭୁବନେଶ୍ୱର ପହଞ୍ଚିବା ପରେ ବିଭିନ୍ନ କାର୍ଯ୍ୟକ୍ରମ ଯେପରିକି ଏଡିଟର୍ସ ମିଟ, ବୁଦ୍ଧିଜୀବୀ ସମ୍ମିଳନୀ ପରେ ଏକ ସାମ୍ବାଦିକ ସମ୍ମିଳନୀ କରିବେ । ପରଦିନ ସକାଳେ କଟକରେ ଦଳୀୟ କାର୍ଯ୍ୟକ୍ରମ ଓ ସନ୍ଧ୍ୟାରେ ସମ୍ବଲପୁରରେ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗ ଦେବେ।

Advertisment

ସେପଟେ ରବିବାର ଅପରାହ୍ନରେ ଭୁବନେଶ୍ୱର ପହଞ୍ଚିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । ସେ ଏଠି ରାଜ୍ୟ ବିଜେପିର ନିର୍ବାଚନୀ ଇସ୍ତାହାର ରିଲିଜ୍ କରିବା ପରେ ସନ୍ଧ୍ୟାରେ କଟକରେ କାର୍ଯ୍ୟକର୍ତ୍ତା ବୈଠକରେ ଗୁରୁମନ୍ତ୍ର ଦେବାର କାର୍ଯ୍ୟକ୍ରମ ରହିଛି। ଏଣେ ମୋଦି, ନଡ୍ଡା ଓ ଜୟଶଙ୍କରଙ୍କ ଭଳି ଶୀର୍ଷ ନେତୃତ୍ୱଙ୍କ ଓଡ଼ିଶା ଆଗମନକୁ ନେଇ ବେଶ୍ ଉତ୍ସାହିତ ହୋଇପଡ଼ିଛି ରାଜ୍ୟ ବିଜେପି।

ସୋନପୁରରୁ ରାଜ୍ୟରେ ସରକାର ପରିବର୍ତ୍ତନର ଅମିତ୍ ଶାହାଙ୍କ ହୁଙ୍କାର । ଓଡ଼ିଆ ଅସ୍ମିତାଠୁ, ଅଫିସରଙ୍କ ମାଧ୍ୟମରେ ଭ୍ରଷ୍ଟାଚାର, କେନ୍ଦ୍ରୀୟ ଯୋଜନାର ହାଇଜାକିଂ ଆଦି ପ୍ରସଙ୍ଗରେ ନିଶାନା ସହ ନବୀନ ସରକାରକୁ ଉପାଡ଼ି ଫିଙ୍ଗିବାକୁ ଦେଇଥିବା ଆହ୍ୱାନ ରାଜ୍ୟ ବିଜେପିରେ ଜୋଶ୍ ଭରିଛି। ସେମିତି ୨୮ ତାରିଖରେ ବ୍ରହ୍ମପୁର ଆମ୍ବପୁଆରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ବି ସିଧା ନବୀନ ସରକାରକୁ ନିଶାନା କରି ଓଡ଼ିଶାରେ ଓଡ଼ିଆଙ୍କ ନେତୃତ୍ୱ ନେବାକୁ କଣ କେହି ନେତା ନାହାନ୍ତି ବୋଲି କରିଥିବା ପ୍ରଶ୍ନ ଏବଂ ବାହାର ଲୋକଙ୍କୁ ଆଣିବା ଉଦ୍ୟମ ଚାଲିଥିବାରୁ ସେଥିପ୍ରତି ସତର୍କ ରହିବାକୁ ଦେଇଥିବା ପରାମର୍ଶ ବି ରାଜ୍ୟ ରାଜନୀତିର ପାରା ଉପରମୁହାଁ କରିଛି।

Advertisment

ସେମିତି ନଡ୍ଡାଙ୍କ ନିଶାନା ପରେ ପରେ ଏକ ଜାତୀୟ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ମୁହଁରେ ଓଡ଼ିଆ ଅସ୍ମିତା ସଙ୍କଟରେ ଥିବା ଏବଂ ଓଡ଼ିଆ ଭାଷା ବିପଦରେ ପଡ଼ିଥିବାରୁ ଓଡ଼ିଆ ଲୋକେ ଏହାକୁ ଲମ୍ବା ସମୟ ଆଉ ବରଦାସ୍ତ କରିବେନି ବୋଲି ଦେଇଥିବା ମନ୍ତବ୍ୟ ନିର୍ବାଚନୀ ରାଜନୀତିକୁ ଅଧିକ ରୋଚକ କରିଛି। ଏସବୁ ପରିପ୍ରକ୍ଷୀରେ ମୋଦି ପ୍ରଥମ କରି ନିର୍ବାଚନ ପ୍ରଚାରରେ ଓଡ଼ିଶା ଗସ୍ତରେ ଆସି ସୋମବାର ବ୍ରହ୍ମପୁର ସଭାରେ କିଭଳି ଢଙ୍ଗରେ ବାଣ ଛାଡୁଛନ୍ତି ? ନବରଙ୍ଗପୁର ସଭାରେ କାହାକୁ ନିଶାନା କରୁଛନ୍ତି ? ତାକୁ ନେଇ ଜୋରଦାର ଚର୍ଚ୍ଚା। ତେଣେ ରାଜନୈତିକ ସମୀକ୍ଷକ କହିଲେଣି- ମୋଦିଙ୍କ ଓଡ଼ିଶା ଗସ୍ତ ଏଠିକାର ନିର୍ବାଚନୀ ପାଣିପାଗକୁ ହଠାତ୍ ଭିନ୍ନ ମୋଡ଼ ଦେଇପାରେ ।

ବିଜେଡି ସରକାରକୁ କ୍ଷମତାରୁ ହଟାଇବାକୁ ଏବେ ଓଡ଼ିଶା ମୁହାଁ ବିଜେପିର ମାଳ ମାଳ ହେଭିୱେଟ୍ ନେତା। ମୋଦି, ଶାହା ଓ ନଡ୍ଡାଙ୍କ ଘନ ଘନ ପ୍ରଚାର ସାଙ୍ଗକୁ ଏଠି ୩୦ ଜିଲ୍ଲା ଦାୟିତ୍ୱରେ ଅଛନ୍ତି ୩୦ ଟପ୍ ନେତା। ତାମଧ୍ୟରୁ ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଲପ ଦେବ ଓ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଓଡ଼ିଶାରେ ଡେରା ପକାଇ ରହିଛନ୍ତି ।

Advertisment

Narendra Modi BJP JP Nadda General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ