Advertisment

ଦେବାଶିଷ-ଭର୍ତ୍ତୃହରି କଥା କଟାକଟି; ଦଳୀୟ କାର୍ଯ୍ୟକ୍ରମରେ ପରସ୍ପରକୁ ଟାର୍ଗେଟ୍

ଆଜି କଟକରେ ବିଜେଡି କର୍ମୀ ସମ୍ମିଳନୀ କରିଥିବା ବେଳେ, ବିଜେପି ପକ୍ଷରୁ ଅନୁଷ୍ଠିତ ହୋଇଛି ଯୁବ ସମାବେଶ କାର୍ଯ୍ୟକ୍ରମ। ଦେବାଶିଷ ସାମନ୍ତରାୟ ଓ ଭର୍ତ୍ତୃହରି ମହତାବଙ୍କ ମଧ୍ୟରେ କଥା କଟାକଟି ହୋଇଛି।

ଅଦ୍ୟତନ ହୋଇଛି
Bhartruhari Mahtab & Debasish Samantray

Bhartruhari Mahtab & Debasish Samantray

Advertisment

ପୁଣି ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଓ କଟକ ଆସନ ପାଇଁ ବିଜେପି ସାଂସଦ ପାର୍ଥୀ ଭର୍ତ୍ତୃହରି ମହତାବଙ୍କ କଥା କଟାକଟି। ଭର୍ତ୍ତୃହରିଙ୍କୁ ଟାର୍ଗେଟ୍ କରି ଦେବାଶିଷ କହିଛନ୍ତି ଯେ, ଆଗରୁ ଯିଏ ସାଂସଦ ଥିଲେ ତାଙ୍କୁ ଲୋକ ଦେଖୁନଥିଲେ। ସେ ଦଳ ଉପରେ ନାଉ ହୋଇ ନିର୍ବାଚନ ଜିତୁଥିଲେ। ଅନ୍ୟପକ୍ଷରେ ଦେବାଶିଷଙ୍କ ମନ୍ତବ୍ୟର କଡ଼ା ଜବାବ ରଖିଛନ୍ତି ଭର୍ତ୍ତୃହରି ମହତାବ। ୨୦୦୯ରେ ଦେବାଶିଷ ସାମନ୍ତରାୟ କେଉଁଠି ଥିଲେ, ସେ କାହା ଉପରେ ନାଉ ହେଉଥିଲେ ବୋଲି ପଚାରିଛନ୍ତି ଭର୍ତ୍ତୃହ । ଏଥିସହ ଅସରପା କେବେ ଠୁ ଚଢ଼େଇ ହେଲାଣି ବୋଲି କଟାକ୍ଷ କରିଛନ୍ତି।

Advertisment

ଆଜି କଟକରେ ବିଜେଡି କର୍ମୀ ସମ୍ମିଳନୀ କରିଥିବା ବେଳେ, ବିଜେପି ପକ୍ଷରୁ ଅନୁଷ୍ଠିତ ହୋଇଛି ଯୁବ ସମାବେଶ କାର୍ଯ୍ୟକ୍ରମ। ଦେବାଶିଷ ସାମନ୍ତରାୟ ଓ ଭର୍ତ୍ତୃହରି ମହତାବଙ୍କ ମଧ୍ୟରେ କଥା କଟାକଟି ହୋଇଛି। କଟକରେ ନିଜ ନିଜ ଦଳୀୟ କାର୍ଯ୍ୟକ୍ରମରେ ପରସ୍ପରକୁ ଟାର୍ଗେଟ୍ କରିଛନ୍ତି। ବିଜେଡି କର୍ମୀ ସମ୍ମିଳନୀରେ ଭର୍ତ୍ତୃହରିଙ୍କୁ ଟାର୍ଗେଟ କଲେ ଦେବାଶିଷ। କହିଲେ, ଆଗରୁ ଯିଏ ସାଂସଦ ଥିଲେ ଲୋକେ ତାଙ୍କୁ ଦେଖିବାକୁ ପାଉନଥିଲେ। ସେ ଦଳ ଉପରେ ନାଉ ହୋଇକି ନିର୍ବାଚନ ଜିତୁଥିଲେ।

ଅନ୍ୟପକ୍ଷରେ ବିଜେପି ଯୁବ ସମାବେଶ କାର୍ଯ୍ୟକ୍ରମରେ ଭର୍ତ୍ତୃହରିଙ୍କ ପାଲଟା ଜବାବ। ଦେବାଶିଷ ୨୦୦୯ ପୂର୍ବରୁ କାହା ଉପରେ ନାଉ ହେଉଥିଲେ। ଅସରପା କେବେଠୁ ଚଢ଼େଇ ହେଲାଣି, ନିର୍ବାଚନ ଲଢ଼ିବାକୁ ଆହ୍ୱାନ କରିଥିଲି। ନିର୍ବାଚନ ଲଢ଼ିବା ପାଇଁ ଆହ୍ୱାନ କରିଥିଲି, ରାଜ୍ୟସଭା ପଳେଇଲେ। ରାଜ୍ୟ ସରକାରଙ୍କୁ ବି ଟାର୍ଗେଟ କଲେ ଭର୍ତ୍ତୃହରି ମହତାବ। କହିଲେ, ରାଜ୍ୟରେ ଅପ୍ରାକୃତିକ ବ୍ୟବସ୍ଥା ଚାଲିଛି, ଯିଏ ଦେଖୁଛି ହସୁଛି। କିଏ ସେ ଫାଇଭ୍ ଟି ଆପଣ ଜାଣିପାରିବେ, ପର୍ଦ୍ଦାଫାସ ହେବ।

Advertisment

Odisha Politics Bhartruhari Mahtab Debasish Samantray General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ