Advertisment

ଦୁର୍ନୀତି ଓ ଦାଦନ ନେଇ ବର୍ଷିଲେ ମୋଦି; ଗୁଜରାଟରେ ଅଛନ୍ତି ଓଡ଼ିଶାର ସବୁ ବ୍ଲକ୍‌ର ଲୋକ

ଆପଣଙ୍କ ଉତ୍ସାହ କହୁଛି ୨୫ ବର୍ଷ ପରେ ଓଡ଼ିଶା ନୂଆ ଇତିହାସ ରଚିବ। ଜୁନ୍‌ ୧୦ରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ଶପଥ ନେବା ନିଶ୍ଚିତ । ମୋଦି ସରକାର ଦିଲ୍ଲୀରେ ଶପଥ ନେବା ବି ନିଶ୍ଚିତ ବୋଲି କହିଲେ ମୋଦି।

ଅଦ୍ୟତନ ହୋଇଛି
PM Modi in odisha's cuttack

PM Modi

Advertisment

କଟକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କଟକ ନିର୍ବାଚନୀ ସଭାରେ ବିଜେଡିକୁ ଟାର୍ଗେଟ୍ କଲେ ମୋଦି। ଦୁର୍ନୀତି ଓ ଦାଦନ ନେଇ ବର୍ଷିଲେ। କହିଲେ, ଓଡ଼ିଶାର କୌଣସି ବ୍ଲକ ନାହିଁ ଯାହର ଲୋକ ଗୁଜରାଟରେ ନାହାନ୍ତି । ଓଡ଼ିଶାକୁ ବରବାଦ କରିଥିବା ଲୋକଙ୍କ ପାଇଁ ଏ ନିର୍ବାଚନ ସଜା ସଦୃଶ ।

Advertisment

ବିଜେଡି କଳା ଚିଠା ଏବେ ଲୋକଙ୍କ ସାମ୍ନାକୁ ଆସିବାରେ ଲାଗିଛି । କଂଗ୍ରେସ ଅମଳରେ ଖଣିଜ ନୀତିରୁ ୫ ହଜାର କୋଟି ମିଳିଥିଲା। ହେଲେ ମୋଦି ସରକାରରେ ଖଣିଜ ନୀତିରୁ ଓଡ଼ିଶାକୁ ୫୦ ହଜାର କୋଟି ମିଳୁଛି । ଡିଏମ୍‌ଏଫ୍‌ରେ ଓଡ଼ିଶାକୁ ୨୬ ହଜାର କୋଟି ଟଙ୍କା ମିଳିଛି । ବିଜେଡିର ଭ୍ରଷ୍ଟ ସରକାର ଏ ଅନୁଦାନକୁ ଗୋଳମାଳ କରିଛି । ଓଡ଼ିଶାରେ ସ୍କୁଲ, ପାନୀୟ ଜଳ, ସ୍ବାସ୍ଥ୍ୟସେବାର ଅଭାବ ରହିଛି । ଏ କେନ୍ଦ୍ରୀୟ ଟଙ୍କା କାହା ପକେଟକୁ ଗଲା ପଚାରିଲେ ମୋଦି।

ଅଧିକ ପଢ଼ନ୍ତୁ: ରତ୍ନଭଣ୍ଡାର ଚାବି ତାମିଲନାଡୁ ପଳାଇଛି !

ବିଜେଡି ନେତାଙ୍କୁ କମିଶନ ନମିଳିବା ପର୍ଯ୍ୟନ୍ତ ପ୍ରକଳ୍ପ ଅଟକାଇ ରଖୁଛନ୍ତି । ବିଜେଡି ନେତା ଆପଣମାନଙ୍କୁ ସବୁ ପ୍ରକାର ଲୁଟି ଚାଲିଛନ୍ତି ବୋଲି ନିର୍ବାଚନୀ ସଭାରେ କହିଛନ୍ତି ପ୍ରଧାନମନ୍ତ୍ରୀ। ଆପଣଙ୍କ ଉତ୍ସାହ କହୁଛି ୨୫ ବର୍ଷ ପରେ ଓଡ଼ିଶା ନୂଆ ଇତିହାସ ରଚିବ। ଜୁନ୍‌ ୧୦ରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ଶପଥ ନେବା ନିଶ୍ଚିତ । ମୋଦି ସରକାର ଦିଲ୍ଲୀରେ ଶପଥ ନେବା ବି ନିଶ୍ଚିତ ବୋଲି କହିଲେ।

Advertisment

କଟକ ଆଧୁନିକ ଶିକ୍ଷାର ନଗରୀ, ବିକଶିତ ଭାରତର ସାମର୍ଥ୍ୟ ବଢ଼ାଇବ କଟକ । ଓଡ଼ିଶାର ସଂସ୍କୃତି ବୁଝୁନଥିବା ଲୋକ କିଭଳି ଏହାର ନେତୃତ୍ବ ନେବ । ବିଜେଡିକୁ ୨୫ ବର୍ଷ ଦେଲେ, ଏହାର ପରିଣାମ କଣ ହେଲା ଦେଖିଲେ । ଓଡ଼ିଶାକୁ ଏବେ ବିଜେଡିର ମନ୍ଥର ସରକାର ପଛକୁ ନେଇଯାଇଛି । ଏବେ ଓଡ଼ିଶା ପାଇଁ ଡବଲ ଇଂଜିନ ବାଲା ବିଜେପି ସରକାର ଦରକାର। ଏଠାରେ ବିଜେପିର ପୂର୍ଣ୍ଣ ବହୁମତ ସରକାର ହେବାକୁ ଯାଉଛି । ବିଜେପି ହିଁ ଓଡ଼ିଶାକୁ ବିକାଶର ନୂଆ ଶିଖରରେ ପହଞ୍ଚାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଅଧିକ ପଢ଼ନ୍ତୁ: ମୋଦିଙ୍କ ଟାର୍ଗେଟ୍‌ରେ ବିଜେଡି; କହିଲେ, ଏ ସରକାର ଯିବା ନିଶ୍ଚିତ..

Rephrase with Ginger (Ctrl+Alt+E)
BJD BJP PM Narendra Modi General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ