ଭୋଟର୍ ଙ୍କ ମନ ଜିଣିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ, ପୁଣି ଆସିବେ ମୋଦି-ରାହୁଲ୍

୨୯ ତାରିଖ ବୁଧବାର ଦିନ ପୁଣିଥରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି । ଓଡ଼ିଶାରେ ମୋଦିଙ୍କ ୩ଟି ସଭା ରହିଛି । ବାରିପଦା, ବାଲେଶ୍ୱର ଓ କେନ୍ଦ୍ରାପଡ଼ାରେ ଜନସଭାକୁ ସମ୍ବୋଧନ କରିବେ ।

Rahul Gandhi

୨୯ ତାରିଖ ବୁଧବାର ଦିନ ପୁଣିଥରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି । ଓଡ଼ିଶାରେ ମୋଦିଙ୍କ ୩ଟି ସଭା ରହିଛି । ବାରିପଦା, ବାଲେଶ୍ୱର ଓ କେନ୍ଦ୍ରାପଡ଼ାରେ ଜନସଭାକୁ ସମ୍ବୋଧନ କରିବେ । ୨୯ ତାରିଖ ଦିନ ପ୍ରଥମେ ବାରିପଦା ଛଉ ପଡ଼ିଆରେ ନିର୍ବାଚନୀ ସଭା କରିବେ ପ୍ରଧାନମନ୍ତ୍ରୀ । ପରେ ବାଲେଶ୍ୱର ଏବଂ କେନ୍ଦ୍ରାପଡ଼ାରେ ଜନସଭାକୁ ମୋଦି ସମ୍ବୋଧିତ କରିବେ ।

ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ଏହି ସୂଚନା ଦେଇଛନ୍ତି । ୨୯ରେ କେନ୍ଦ୍ରାପଡ଼ା ସାଧାରଣ ସଭାରେ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦି । ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ଏ ନେଇ କେନ୍ଦ୍ରାପଡା ଜିଲା ବିଜେପି ପକ୍ଷରୁ ସୂଚନା ମିଳିଛି । କେନ୍ଦ୍ରାପଡା ବାରୋ ସ୍ଥିତ ସିଦ୍ଧ ମଠ ପଡିଆରେ ବିଶାଳ ଜନସଭାରେ ଯୋଗ ଦେବେ ।

ସେପଟେ ଆସନ୍ତା ୨୯ ତାରିଖରେ ଓଡ଼ିଶା ଆସିବେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ । ତା ପରଦିନ ଅର୍ଥାତ୍ ୩୦ ତାରିଖରେ ଓଡ଼ିଶା ଆସିବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି । ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଏହି ସୂଚନା ଦେଇଛନ୍ତି । ୨୯ ତାରିଖ ଦିନ ୧୧ଟାରେ ବାଲେଶ୍ୱରରେ ସଭା କରିବେ ଖଡଗେ । ୨୯ ତାରିଖ ଅପରାହ୍ନ ୩ଟାରେ ଭଦ୍ରକ ଚାନ୍ଦବାଲିରେ ଖଡଗେଙ୍କ ସଭା ରହିଛି ।

୩୦ ତାରିଖ ଦିନ ୧୧ଟାରେ ସିମୁଳିଆ ସାନମହିତପୁରରେ ରାହୁଲ ଏକ ଜନସଭାକୁ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ରହିଛି । ସେପଟେ ଗତକାଲି ଓଡ଼ିଶା ଆସିଥିଲେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଈରାନୀ । ପାରାଦୀପ କୁଜଙ୍ଗ ସଭାରେ ବିଜେଡ଼ି ଉପରେ ସିଧା ହମଲା କରିଥିଲେ ସ୍ମୃତି ଈରାନୀ । ଓଡ଼ିଶାକୁ ରିମୋଟ କଣ୍ଟ୍ରୋଲ ତାମିଲବାବୁ ଲୁଟୁଥିବା କହିଲେ ଈରାନୀ । ବିଜେଡି ରାଜ୍ୟକୁ ଲ୍ୟାଣ୍ଡ, ସ୍ୟାଣ୍ଡ, ମାଇନିଂ, କୋଲ୍‌ ମାଫିଆ ଦେଇଛି । ବିଜେଡି ନେତା, ମନ୍ତ୍ରୀଙ୍କୁ ତାମିଲ ବାବୁ ରିମୋଟ କଣ୍ଟ୍ରୋଲରେ ଚଳାଉଛନ୍ତି ।

ମୋଦି ଜଳ ଜୀବନ ମିଶନ ପାଇଁ ଟଙ୍କା ଦେଲେ, ଟଙ୍କା କୁଆଡ଼େ ଗଲା ? ଓଡ଼ିଶା ନେତୃତ୍ୱକୁ କଏଦ୍‌ କରି ରଖାଯାଇଛି, ରିମୋଟ୍‌ରେ ସରକାର ଚାଲୁଛି । ନବୀନ ବାବୁଙ୍କୁ କହିବା, ବୁଲିବା ପାଇଁ ବି ସ୍ୱାଧୀନତା ନଥିବା କୁହାଯାଉଛି । ରିମୋଟ୍‌ କଣ୍ଟ୍ରୋଲ ତାମିଲ ବାବୁ ରତ୍ନଭଣ୍ଡାର ରିପୋର୍ଟ କାହିଁକି ଚାପିଲେ ? ରାଜ୍ୟରେ ବିଜେପି ସରକାର ଆସିଲେ ରତ୍ନଭଣ୍ଡାର ରିପୋର୍ଟ ଆସିବ । ଯଦି ରତ୍ନଭଣ୍ଡାରରେ କିଛି ଗଡ଼ବଡ଼ି ହୋଇଥିବ, ମୋଦି କାହାକୁ ଛାଡ଼ିବେନି ବୋଲି କହିଛନ୍ତି ସ୍ମୃତି ଈରାନୀ ।