Advertisment

ଆସିଲା କଂଗ୍ରେସର ପ୍ରାର୍ଥୀ ତାଲିକା; ନିମାପଡ଼ାରୁ ଲଢ଼ିବେ ସୁରଙ୍କ ବଡ଼ ପୁଅ

୩ ଲୋକସଭା ଓ ୧୬ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି।

ଅଦ୍ୟତନ ହୋଇଛି
Congress

Congress

Advertisment

ଆଉ ଏକ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ। ୩ ଲୋକସଭା ଓ ୧୬ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ସମ୍ବଲପୁର ଲୋକସଭାରୁ ଦୁଲାଲ ଚନ୍ଦ୍ର ପ୍ରଧାନ ଓ ଆସିକାରୁ ଦେବକାନ୍ତ ଶର୍ମା ନିର୍ବାଚନ ଲଢ଼ିବେ। କେନ୍ଦୁଝର ଲୋକସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ। ମୋହନ ହେମ୍ବ୍ରମଙ୍କ ଜାଗାରେ ବିନୋଦ ନାଏକ ହେଲେ ପ୍ରାର୍ଥୀ।

Advertisment

ନିକଟରେ ବିଜେଡି ଛାଡ଼ି କଂଗ୍ରେସରେ ସାମିଲ ହୋଇଥିବା କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ ଟିକେଟ ପାଇଛନ୍ତି। ଦଳ ତାଙ୍କୁ ସେହି କେନ୍ଦ୍ରାପଡ଼ା ବିଧାନସଭା ଆସନରୁ ପ୍ରାର୍ଥୀ କରିଛି। କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିବା ଗଣେଶ୍ୱର ବେହେରା ମଧ୍ୟ କେନ୍ଦ୍ରାପଡ଼ା ଆସନରୁ ଟିକେଟ ପାଇଛନ୍ତି।

ବିଜେପି ଛାଡ଼ି କଂଗ୍ରେସରେ ମିଶି ଥିବା ସୋନାଲି ସାହୁଙ୍କୁ ମଧ୍ୟ ଟିକେଟ ମିଳିଛି। ତାଙ୍କୁ ଦଳ ଖୋର୍ଦ୍ଧାରୁ ଟିକେଟ ଦେଇଛି। ଝାରସୁଗୁଡ଼ା ବିଧାନସଭା ଆସନରୁ କଂଗ୍ରେସ ଅମିତା ବିଶ୍ୱାଳଙ୍କୁ ପ୍ରାର୍ଥୀ କରିଥିବା ବେଳେ ବଡ଼ସାହିରୁ କ୍ଷୀରୋଦ ପାତ୍ର, ସୁକିନ୍ଦା- ବିଭୁ ଭୂଷଣ ରାଉତ, କଣ୍ଟାମାଳରୁ ଶରତ ପ୍ରଧାନ, ରାଜନଗରରୁ ଅଶୋକ ପ୍ରତିହାରୀ, ମହାକାଳପଡ଼ାରୁ ଲୋକନାଥ ମହାରଥୀ, ନିମାପଡ଼ାରୁ ସିଦ୍ଧାର୍ଥ ରାଉତରାୟ, ପିପିଲିରୁ ଜ୍ଞାନରଂଜନ ପଟ୍ଟନାୟକ, ଜୟଦେବରୁ କୃଷ୍ଣ ସଗରିଆ, ଚିଲିକାରୁ ପ୍ରଦୀପ ସ୍ୱାଇଁ, କବିସୂର୍ଯ୍ୟନଗରରୁ ସଂଜୟ ମଣ୍ଡଳ ଓ ଗୋପାଳପୁରରୁ ଶ୍ୟାମସୁନ୍ଦର ସାହୁଙ୍କୁ ପ୍ରାର୍ଥୀ କରିଛି।

Advertisment

କଣ୍ଟାମାଳରେ ଦଳ ମନୋଜ ଆଚାର୍ଯ୍ୟ ଜାଗାରେ ଶରତଙ୍କୁ ପ୍ରାର୍ଥୀ କରିଥିବା ବେଳେ ଜୟଦେବରେ ଜୟନ୍ତ ଭୋଇ ସ୍ଥାନରେ କୃଷ୍ଣ ସଗରିଆ ଓ କବିସୂର୍ଯ୍ୟନଗର ବିପିନ ସ୍ୱାଇଁଙ୍କ ବଦଳରେ ସଞ୍ଜୟ ମଣ୍ଡଳଙ୍କୁ ପ୍ରାର୍ଥୀ କରିଛି।

ତେବେ ଘୋଷଣା ହୋଇଥିବା ୧୬ ବିଧାନସଭା ପ୍ରାର୍ଥୀ

ଝାରସୁଗୁଡ଼ା- ଅମିତା ବିଶ୍ୱାଳ

ବଡସାହି- କ୍ଷିରୋଦ ପାତ୍ର

ସୁକିନ୍ଦା- ବିଭୁ ଭୂଷଣ ରାଉତ

କଣ୍ଟାମାଳ- ଶରତ କୁମାର ପ୍ରଧାନ

କେନ୍ଦ୍ରାପଡ଼ା- ସିପ୍ରା ମଲ୍ଲିକ

ରାଜନଗର- ଅଶୋକ ପ୍ରତିହାରୀ

ମହାକାଳପଡ଼ା- ଲୋକନାଥ ମହାରଥୀ

ନିମାପଡ଼ା- ସିଦ୍ଧାର୍ଥ ରାଉତରାୟ

ପିପିଲି- ଜ୍ଞାନରଂଜନ ପଟ୍ଟନାୟକ

ଜୟଦେବ- କୃଷ୍ଣ ସଗରିଆ

ଖୋର୍ଦ୍ଧା- ସୋନାଲି ସାହୁ

ଚିଲିକା- ପ୍ରଦୀପ ସ୍ୱାଇଁ

ଖଣ୍ଡପଡ଼ା- ମନୋଜ ପ୍ରଧାନ

ଦଶପଲ୍ଲା- ନକୁଳ ନାୟକ

କବିସୂର୍ଯ୍ୟନଗର- ସଂଜୟ ମଣ୍ଡଳ

ଗୋପାଳପୁର- ଶ୍ୟାମସୁନ୍ଦର ସାହୁ

କବିସୂର୍ଯ୍ୟନଗର- ସଂଜୟ କୁମାର ମଣ୍ତଳ

Congress Odisha Politics General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ