Advertisment

କଟକ ପାଇଁ ମୋକିମଙ୍କ ଝିଅଙ୍କ ନାଁ ସୁପାରିସ୍ କଲା ପ୍ରଦେଶ କଂଗ୍ରେସ

କଟକରେ କଟକ-ବାରବାଟୀ କଂଗ୍ରେସ ପକ୍ଷରୁ ଅନୁଷ୍ଠିିତ ହୋଇଛି ବିଶାଳ ସମାବେଶ। କାର୍ଯ୍ୟକ୍ରମରେ ମହମ୍ମଦ ମୋକିମଙ୍କ ସମେତ ତାଙ୍କ ଝିଅ ଶୋଫିଆଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା।

Sofia Firdous

Sofia Firdous

Advertisment

କଟକ-ବାରବାଟୀ ବିଧାନସଭା ଆସନରୁ କଂଗ୍ରେସ ଟିକଟରେ ପ୍ରାର୍ଥୀ ହୋଇପାରନ୍ତି ବିଧାୟକ ମହମ୍ମଦ ମୋକିମଙ୍କ ଝିଅ। ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋସଙ୍କ ନାଁକୁ ଆଜି ସୁପାରିସ୍ କରିଛି ଦଳ। ସୋଫିଆଙ୍କ ନାଁ AICCକୁ ପଠାଯାଇଥିବା ନେଇ ସୂଚନା ଦେଇଛନ୍ତି ପ୍ରଭାରୀ ଅଜୟ କୁମାର। ତେବେ ଏ ସଂପର୍କରେ AICC ବିଧିବଦ୍ଧ ନିଷ୍ପତ୍ତି ନେବ ବୋଲି ଅଜୟ କୁମାର କହିଛନ୍ତି।

Advertisment

ଏସବୁ ଭିତରେ ଆଜି କଟକରେ କଟକ-ବାରବାଟୀ କଂଗ୍ରେସ ପକ୍ଷରୁ ଅନୁଷ୍ଠିିତ ହୋଇଛି ବିଶାଳ ସମାବେଶ। କାର୍ଯ୍ୟକ୍ରମରେ ମହମ୍ମଦ ମୋକିମଙ୍କ ସମେତ ତାଙ୍କ ଝିଅ ଶୋଫିଆଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ଆଉ ଏହି ସମାବେଶରେ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଯୋଗଦେଇ ଶୋଫିଆଙ୍କୁ ଏଥର ବିପୁଳ ଭୋଟ୍ ଦେଇ ଜିତାଇବାକୁ ଅପିଲ୍ କରିଛନ୍ତି।

ରାଜ୍ୟ କଂଗ୍ରେସର ପ୍ରସ୍ତାବ ଉପରେ AICC ଯଦି ମୋହର ମାରେ ତେବେ ରିୟଲ ଇଷ୍ଟେଟ୍ ବ୍ୟବସାୟ ସମ୍ଭାଳୁଥିବା ସୋଫିଆ ବାପାଙ୍କ ଜାଗାରେ ନିର୍ବାଚନୀ ମୈଦାନକୁ ଓହ୍ଲାଇବେ। ଗତ ଦୁଇଦିନ ହେଲା କଂଗ୍ରେସରୁ ସୋଫିଆଙ୍କ ପ୍ରାର୍ଥୀତ୍ବକୁ ନେଇ ଲାଗିରହିଛି ଜୋରଦାର କସରତ। ବାପାଙ୍କ ସହ ଏବଂ ଦଳୀୟ କର୍ମୀଙ୍କ ସହ କଂଗ୍ରେସର ବିଭିନ୍ନ ବୈଠକରେ ସୋଫିଆ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ଆଇନ ଜାଲରେ ଛନ୍ଦି ହୋଇଥିବା ମୋକିମଙ୍କ ରାଜନୈତିକ ଭବିଷ୍ୟତ ଅନିଶ୍ଚିତତା ଘେରରେ ଥିବାରୁ ତାଙ୍କ ଜାଗାରେ ସୋଫିଆଙ୍କ ପ୍ରାର୍ଥିତ୍ୱକୁ ନେଇ ବୈଠକରେ ଦଳୀୟ କର୍ମୀ ଓ ବୁଦ୍ଧିଜୀବୀ ପ୍ରସ୍ତାବ ଦେଇଥିଲେ।

Advertisment

କଂଗ୍ରେସ ୧୩୭ ବିଧାନସଭା ଆସନରେ ପ୍ରାର୍ଥୀ ଦେଇସାରିଥିବା ବେଳେ, ଆଉ ୮ଟି ସିଟ୍ ବାକି ରହିଛି। କଂଗ୍ରେସ ଏଯାଏଁ ପ୍ରାର୍ଥୀ ଘୋଷଣା କରିନଥିବା ଆସନ ଗୁଡ଼ିକ ହେଲା ପାଲଲହଡ଼ା, ବାରବାଟୀ-କଟକ, ଜଳେଶ୍ୱର, ବାଲେଶ୍ୱର ସଦର, ନୀଳଗିରି, ବଡ଼ଚଣା, ଜଗତସିଂହପୁର ଓ କାକଟପୁର। କଂଗ୍ରେସର ଦୁଇଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ମଧ୍ୟ ବାକି ରହିଛି। କଟକ ଓ ମୟୂରଭଞ୍ଜ ପାଇଁ ସାଂସଦ ପ୍ରାର୍ଥୀ ଘୋଷଣା କରିନି କଂଗ୍ରେସ।

Congress Odisha Politics General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ