Advertisment

ବିଜେଡିକୁ ବିଜେପିର କଟାକ୍ଷ, ମୁଖ୍ୟମନ୍ତ୍ରୀ କେବେ ଓଡ଼ିଆ ଫିଲ୍ମ ଦେଖିଛନ୍ତି କି ?

କରୋନା ବେଳେ ନବୀନ ବାବୁ କଳାକାରମାନଙ୍କୁ ସହାୟତା କରିନଥିଲେ, ମୋଦି କଳାକାର ମାନଙ୍କୁ ସହାୟତାର ହାତ ବଢ଼ାଇଥିଲେ।

Pinky Pradhan

Pinky Pradhan

Advertisment

ଓଲିଉଡ୍ କଳାକାରଙ୍କୁ ନବୀନ ନିବାସକୁ ଡକରା ଓ ମୁଖ୍ୟମନ୍ତ୍ରୀ ଭେଟିବା ପ୍ରସଙ୍ଗରେ ବିଜେପିର କଟାକ୍ଷ। ବିଜେପି ନେତ୍ରୀ ପିଙ୍କି ପ୍ରଧାନ କହିଛନ୍ତି, ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ଅରିନ୍ଦମଙ୍କ ପରି ସବୁ ବଡ଼ ବଡ଼ ସେଲିବ୍ରିଟି ବିଜେଡି ଛାଡ଼ିବାରୁ ଦଳକୁ ଏବେ ହାରିବା ଭୟ ଘାରିଛି। ତେଣୁ ଫିଲ୍ମ ଷ୍ଟାରଙ୍କୁ ଖୋଜା ପଡ଼ିଛି। ବିଜେଡି ଆଗରୁ କହୁଥିଲା, କେବଳ ନବୀନ ପଟ୍ଟନାୟକ ଦଳର ଷ୍ଟାର ପ୍ରଚାରକ।

Advertisment

କଳାକାରଙ୍କୁ ୟୁଜ ଆଣ୍ଡ ଥ୍ରୋ କରୁଛି ବିଜେଡି । କଳାକାରମାନଙ୍କ ବିକାଶ ପାଇଁ କିଛି କରି ନାହାନ୍ତି ବିଜେଡି ସରକାର । ଓଲିଉଡ୍ ଇଣ୍ଡଷ୍ଟ୍ରି ତଳକୁ ଖସି ଖସି ଯାଉଛି। କଳାକାରଙ୍କୁ ଜିରୋ କହୁଛି ବିଜେଡି । ଅନ୍ୟ ରାଜ୍ୟରେ କଳାକାର ଭତ୍ତା ୪୫୦୦ ହୋଇଥିବା ବେଳେ ଓଡ଼ିଶାରେ ମାତ୍ର ୨୦୦୦ ଟଙ୍କା । କରୋନା ବେଳେ ନବୀନ ବାବୁ କଳାକାରମାନଙ୍କୁ ସହାୟତା କରିନଥିଲେ, ମୋଦି କଳାକାର ମାନଙ୍କୁ ସହାୟତାର ହାତ ବଢ଼ାଇଥିଲେ।

ମୁଖ୍ୟମନ୍ତ୍ରୀ କେବେ ଓଡ଼ିଆ ଚଳଚ୍ଚିତ୍ର ଦେଖିଛନ୍ତି କି ? ବିଜେଡି ଦଳୀୟ ଆଧାରରେ କଳାକାରମାନଙ୍କୁ ଭାଗ ଭାଗ କରିବାକୁ ଉଦ୍ୟମ କରୁଛି। ଯଦି ସତରେ କଳାକାରମାନଙ୍କ ପ୍ରତି ଦରଦ ଅଛି, ତେବେ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ବିକାଶ ପାଇଁ ପଦକ୍ଷେପ ନିଅନ୍ତୁ ବିଜେଡ଼ି ସରକାର। ଅନେକ ସିନେମା ହଲ ବନ୍ଦ ହୋଇଗଲାଣି । କଳାକାର ମାନଙ୍କ ଅବସ୍ଥା ଏମିତି ଯେ, ବିଜେଡ଼ି ସେମାନଙ୍କୁ ପଇସା ଦେଇ ନିର୍ବାଚନ ପ୍ରଚାର ପାଇଁ ବ୍ୟବହାର କରୁଛି। ଲୋକ-କଳାକାରମାନଙ୍କ ପାଇଁ ଆଜି ଯାଏଁ ନବୀନ ସରକାର କଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ପିଙ୍କି ପ୍ରଧାନ। ତେବେ ବିଜେପିର ଏସବୁ ପ୍ରଶ୍ନ ଓ ଅଭିଯୋଗ ନେଇ ବିଜେଡି କିମ୍ବା ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନି। 

Advertisment
BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ