ଖଲ୍ଲିକୋଟ ରାଜନୈତିକ ହିଂସା, ଜଣଙ୍କ ମୃତ୍ୟୁ ପରେ ୮ ଜଣଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ ଖଲ୍ଲିକୋଟରେ ରାଜନୈତିକ ହିଂସାକାଣ୍ଡ ଘଟଣାରେ ୮ ଗିରଫ । ଆକ୍ରମଣକାରୀଙ୍କ ମଧ୍ୟରୁ ୮ ଜଣଙ୍କୁ ଗିରଫ କରିଛି ପୋଲିସ । ଗତକାଲି ଖଲ୍ଲିକୋଟ ଶ୍ରୀକୃଷ୍ଣ ଶରଣପୁର ଗାଁରେ ବିଜେପି କର୍ମୀଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା ।

Khallikote

ଗଞ୍ଜାମ ଖଲ୍ଲିକୋଟରେ ରାଜନୈତିକ ହିଂସାକାଣ୍ଡ ଘଟଣାରେ ୮ ଗିରଫ । ଆକ୍ରମଣକାରୀଙ୍କ ମଧ୍ୟରୁ ୮ ଜଣଙ୍କୁ ଗିରଫ କରିଛି ପୋଲିସ । ଗତକାଲି ଖଲ୍ଲିକୋଟ ଶ୍ରୀକୃଷ୍ଣ ଶରଣପୁର ଗାଁରେ ବିଜେପି କର୍ମୀଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା। ଆକ୍ରମଣରେ ଚିକିତ୍ସାଧୀନ ଅବସ୍ଥାରେ ଦିଲୀପ ପାହାଣ ନାମକ ଜଣେ ବିଜେପି କର୍ମୀଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାକୁ ନେଇ ପରିବାର ଲୋକଙ୍କ ସହ ଥାନା ଘେରାଉ କରିଛନ୍ତି ବିଜେପି କର୍ମୀ ।

ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଲୋକେ ଥାନା ଘେରାଉ କରିଛନ୍ତି । ଥାନା ଘେରାଉ ବେଳେ ଉତ୍ତେଜନା ଦେଖାଦେଇଛି । ଏହି ରାଜନୈତିକ ହିଂସାକାଣ୍ଡକୁ ନେଇ ପୋଲିସ କିମ୍ବା ଶାସକ ଦଳର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ମରଣାନ୍ତକ ଆକ୍ରମଣର ଶିକାର ହୋଇ ଗୁରୁତର ହୋଇଥିବା ୪ ଜଣଙ୍କ ମଧ୍ୟରୁ ଜଣଙ୍କ ଜୀବନ ଯାଇଛି । ଖଲ୍ଲିକୋଟ୍ ଶ୍ରୀକୃଷ୍ଣଶରଣପୁର ଗାଁରେ ବିଜେଡି କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି ନେଇ ଅଭିଯୋଗ ହୋଇଥିଲା।

ଅଧିକ ପଢ଼ନ୍ତୁ: BJPକୁ ଭୋଟ ଦେଲେ ବୋଲି ମାଡ଼ ଖାଇଲେ-ଗାଁରେ ଜରିମାନା ଦେଲେ !

ଗାଁରେ ବିଜେପି କର୍ମୀ ବ୍ୟାନର ମାରୁଥିବାକୁ ବିରୋଧ କରିବାରୁ ସେମାନଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ଆସିଥିଲା । ଆକ୍ରମଣରେ ୪ ଜଣ ବିଜେପି କର୍ମୀ ଗୁରୁତର ହୋଇଥିଲେ। ସେମାନଙ୍କୁ ପ୍ରଥମେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ବିଳମ୍ବିତ ରାତିରେ ଗୁରୁତର ଦିଲ୍ଲୀପ ପାହାନ ନାମକଙ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି ।

ଅନ୍ୟଜଣେ ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ଜଣେ ଏବେ ବି ଏମକେସିଜିରେ ଚିକିତ୍ସାଧିନ ଅଛନ୍ତି । ଅନ୍ୟଜଣଙ୍କୁ ଚିକିତ୍ସା କରିବା ପରେ ଘରକୁ ପଠାଇ ଦିଆଯାଇଛି । ପୂର୍ବରୁ ମଧ୍ୟ ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସା ଖବର ସାମନାକୁ ଆସିଥିଲା । ଆଠଗଡ଼, ଭୁବନେଶ୍ୱର ଓ ବରଗଡ଼ରେ ବିଜେଡି-ବିଜେପି କର୍ମୀ ମାର୍‌ପିଟ୍‌ ହୋଇଥିବା ଅଭିଯୋଗ ହୋଇଥିଲା ।

ଦେଖନ୍ତୁ ଭିଡିଓ | ପ୍ରଚାର ବେଳେ ହଟହଟ୍ଟା BJD ନେତା; ୫ ବର୍ଷରେ କଣ କରିଛ? ଯାହା କହିଥିଲ କାହିଁକି କଲନି?

ସେହିପରି କଟକ ଆଠଗଡ଼ରେ ନିର୍ବାଚନୀ ହିଂସା ଘଟିଥିଲା । ଖୁଣ୍ଟୁଣି ଥାନା ସମ୍ମୁଖରେ ବିଜେପିର ଏକ ରାଲିକୁ ନେଇ ମୁହାଁମୁହିଁ ହୋଇଥିଲେ ବିଜେପି ଓ ବିଜେଡି ସମର୍ଥକ । ଥାନା ଆଗରେ ଅତିରିକ୍ତ ଏସପିଙ୍କ ଉପସ୍ଥିତିରେ ଢେଲା ମାଡ଼ ଅଭିଯୋଗ ହୋଇଥିଲା । ଆଠଗଡ଼ର ୩ ନମ୍ବର ଜୋନ୍ ଅନନ୍ତପୁରରେ ବିଜେପି ପକ୍ଷରୁ ଏକ ନିର୍ବାଚନୀ ରାଲି କରାଯାଉଥିଲା । ତେବେ ଏହି ସମୟରେ ବିଜେପି ସମର୍ଥକଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଥିଲା ।

ସେହିଭଳି ଭୁବନେଶ୍ୱର ୟୁନିଟ୍-୬ର ୪୬ ନମ୍ବର ୱାର୍ଡରେ ବିଜେପି କର୍ମୀଙ୍କୁ ଡୋର୍ ଟୁ ଡୋର୍ କ୍ୟାମ୍ପେନିଂ ବେଳେ ମରଣାନ୍ତକ ଆକ୍ରମଣ ଅଭିଯୋଗ ହୋଇଥିଲା । ବିଜେଡି କର୍ପୋରେଟରଙ୍କ ଲୋକମାନେ ମାରଣାସ୍ତ୍ରରେ ଆକ୍ରମଣ କରିଥିବା କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ ଜଣେ ମହିଳା ବିଜେପି କର୍ମୀ । ସେପଟେ ବରଗଡ଼ ଅମ୍ବାଭୋନା ବ୍ଲକର କୁମ୍ବୋ ଗାଁରେ ବି ନିର୍ବାଚନୀ ହିଂସା ଅଭିଯୋଗ ହୋଇଥିଲା । ବିଜେପି ପ୍ରଚାର ଗାଡି ପ୍ରଚାର କରୁଥିବା ବେଳେ ସେମାନଙ୍କ ଗାଡ଼ିକୁ ଭଙ୍ଗାରୁଜା କରିଥିବା ନେଇ ଅମ୍ବାଭୋନା ଥାନାରେ ଅଭିଯୋଗ ହୋଇଥିଲା ।