Advertisment

‘ଲୋକ ଚାହୁଁଛନ୍ତି ବିଜେପି ଆସୁ, ଓଡ଼ିଶାବାସୀଙ୍କୁ ପରିବର୍ତ୍ତନ ଦରକାର’

ବାଲେଶ୍ୱର NOCCI ହଲରେ କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେବେ ଓମ୍ ବିର୍ଲା। ପରେ ସମ୍ବଲପୁର ଯିବେ।

ଅଦ୍ୟତନ ହୋଇଛି
BJP will form government in Centre and Odisha: Om Birla

Lok Sabha Speaker Om Birla

Advertisment

ଓଡ଼ିଶାରେ ଲୋକସଭା ବାଚସ୍ପତି ଓମ୍ ବିିର୍ଲା। ଆଜି ବାଲେଶ୍ୱର ଓ ସମ୍ବଲପୁର ଲୋକସଭା କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମରେ ସେ ଯୋଗଦେବେ। ବାଲେଶ୍ୱର NOCCI ହଲରେ ସକାଳ ସାଢ଼େ ୧୦ଟାରେ କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେଇଛନ୍ତି ଓମ୍ ବିର୍ଲା। ପରେ ସମ୍ବଲପୁର ଯିବେ। ସନ୍ଧ୍ୟା ୬ଟାରେ ସମ୍ବଲପୁର କ୍ଷେତରାଜପୁରରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ଲୋକସଭା ବାଚସ୍ପତି ଓମ୍ ବିର୍ଲା।

Advertisment

ବାଲେଶ୍ୱରରେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଓଡ଼ିଶାବାସୀ ପରିବର୍ତ୍ତନ ଚାହୁଁଛନ୍ତି, ବିଜେପି ଆସୁ ଚାହୁଁଛନ୍ତି। ୨୫ ବର୍ଷ ସରକାରରେ ଗରିବଙ୍କ ପାଇଁ କିଛି କରିପାରିନାହାନ୍ତି। ଓଡ଼ିଶାରେ ପୂର୍ଣ୍ଣରୂପରେ ସବୁ ଲୋକସଭା ଜିତିବ ବିଜେପି। ଦୁଇ ଜାଗାରେ ଗୋଟିଏ ସରକାର ହେଲେ ବିକାଶର ନୂଆ ଧାରା ହେବ। ନବୀନ ସରକାର ଲୋକେ ଦେଖିଛନ୍ତି, ବିଜେପି ସରକାର ଦେଖିବେ। ଆଗାମୀ ଦିନରେ ଓଡ଼ିଶାରେ ବିକାଶର ପ୍ରବଳ ସମ୍ଭାବନା ରହିଛି। ଦେଶବାସୀ ମୋଦିଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ କରିବାକୁ ଚାହୁଁଛନ୍ତି।

ଅଧିକ ପଢ଼ନ୍ତୁ: କେତେ ପରିବାରକୁ ମାଗଣା ବିଜୁଳି ? ଏଇ ଘୋଷଣାରେ ସତ କେତେ ମିଛ କେତେ ?

Advertisment

ବିଜେପିର ଫୋକସରେ ଓଡ଼ିଶା। ମିଶନ ଓଡ଼ିଶା ଦଖଲ ଅଭିଯାନରେ ଘନଘନ ଗସ୍ତରେ ଆସିଛନ୍ତି କେନ୍ଦ୍ରୀୟ ନେତୃତ୍ୱ। ଆଜି ପୁଣି ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଗଞ୍ଜାମ ଜିଲ୍ଲାରେ ନିର୍ବାଚନୀ ସଭାରେ ଯୋଗ ଦେବେ। କଟକରେ ରୋଡ୍ ସୋ କରିବେ। ଆଜି ଦିନ ୧୨ଟା ୫୦ ମିନିଟରେ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବେ ଅମିତ ଶାହ। ସେଠାରୁ ହେଲିକପ୍ଟର ଯୋଗେ ଯିବେ ଗଂଜାମ ଜିଲ୍ଲାର କେଶରୀପାଟଣା। ସେଠାରେ ବିଜେପିର ନିର୍ବାଚନୀ କାର୍ଯ୍ୟକ୍ରମରେ ଯୋଗଦେବା ସହ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ।

ଅପରାହ୍ଣ ୩ଟା ୨୫ରେ ଫେରିବେ ଭୁବନେଶ୍ୱର। ସନ୍ଧ୍ୟାରେ କଟକରେ ବିଶାଳ ରୋଡ ସୋ କରିବେ ଅମିତ ଶାହ। ଏହି ରୋଡ୍ ସୋ କଟକ ଗୋପବନ୍ଧୁ ଛକରୁ ଆରମ୍ଭ ହୋଇ ବାଲୁ ବଜାର ଯାଏ ଚାଲିବ। ସନ୍ଧ୍ୟା ୫ଟା ୫୦ରୁ ୬ଟା ୪୦ ଯାଏ ରୋଡ୍ ସୋ କରିବେ। ରାତି ସାଢ଼େ ୭ଟାରେ ଦିଲ୍ଲୀ ଅଭିମୁଖେ ଫେରିଯିବେ ଅମିତ ଶାହ। ନିର୍ବାଚନ ଭିତରେ ଏହା ତାଙ୍କର ଦ୍ୱିତୀୟ ଓଡ଼ିଶା ଗସ୍ତ। ପୂର୍ବରୁ ସୋନପୁର ଆସି ପ୍ରଚାର କରିବା ସହ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ଏଥର କ’ଣ କହିବେ, କାହାକୁ ନିଶାନା କରିବେ ତା’ଉପରେ ସମସ୍ତଙ୍କ ନଜର ।

Advertisment

ସେପଟେ ଆଜିଠୁ ଦୁଇ ଦିନିଆ ଗସ୍ତରେ ଆସୁଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଭୁବନେଶ୍ୱରରେ ଆୟୋଜିତ ଏକ ମହିଳା ସମାବେଶରେ ନଡ୍ଡା ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହାସହ ବରଗଡ଼ ଲୋକସଭା କ୍ଷେତ୍ର ଅନ୍ତର୍ଗତ ପଦ୍ମପୁର ଓ ସୁନ୍ଦରଗଡ଼ରେ ଆୟୋଜିତ ହେବାକୁ ଥିବା ଜନସଭାରେ ଉଦବୋଧନ ଦେବା ନେଇ ବିଜେପି ସୂତ୍ରରୁ ସୂଚନା ମିଳିଛି।

ଅଧିକ ପଢ଼ନ୍ତୁ: ବିଜେଡି ନେତ୍ରୀ ଯାଉଥିବା କାରରୁ ୧୦ ଲକ୍ଷରୁ ଅଧିକ ଟଙ୍କା ଜବତ

Om Birla Lok Sabha Speaker Om Birla BJP General Elections 2024 Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ