Advertisment

ଓଡ଼ିଶା ପାଇଁ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି, ୬ ଆସନରେ ବଦଳିଲେ ପ୍ରାର୍ଥୀ

ଭୁବନେଶ୍ୱରରୁ ପୁଣି ଥରେ ରିପିଟ୍‌ ହୋଇଛନ୍ତି ଅପରାଜିତା ଷଡ଼ଙ୍ଗୀ । ସେହିପରି ପୁରୀରୁ ପ୍ରାର୍ଥୀ ହେବେ ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ।

Baijayant Panda

Baijayant Panda

Advertisment

ଓଡ଼ିଶା ପାଇଁ ଲୋକସଭା ପ୍ରାର୍ଥୀ ତାଲିକା ଜାରି କଲା ବିଜେପି। ପଞ୍ଚମ ପର୍ଯ୍ୟାୟ ତାଲିକାରେ ଓଡ଼ିଶା ପ୍ରାର୍ଥୀଙ୍କ ନାଁ ଘୋଷଣା। ଓଡ଼ିଶାର ମୋଟ ୨୧ ଆସନରୁ ୧୮ ଲୋକସଭା ସିଟ୍‌ରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି। ଆଗାମୀ ଲୋକସଭା ନିର୍ବାଚନରେ କେନ୍ଦ୍ରାପଡ଼ାରୁ ଲଢ଼ିବେ ବୈଜୟନ୍ତ ପଣ୍ଡା। ୨୦୧୯ ପରେ ତାଙ୍କୁ ପୁଣି ଥରେ ରିପିଟ୍‌ କରିଛି ବିଜେପି। ସେହିପରି ସମ୍ବଲପୁରରୁ ନିର୍ବାଚନ ଲଢ଼ିବେ ଧର୍ମେନ୍ଦ୍ର ପ୍ରଧାନ । ସମ୍ବଲପୁରରୁ ଧର୍ମେନ୍ଦ୍ର ପ୍ରଧାନ ଲୋକସଭା ନିର୍ବାଚନ ଲଢ଼ିବା ବହୁ ଦିନ ଧରି ଚର୍ଚ୍ଚା ଜାରି ରହିଥିଲା। ସେ ମଧ୍ୟ ଗତ ଦୁଇ ବର୍ଷ ଧରି ସମ୍ବଲପୁର ଲୋକସଭା କ୍ଷେତ୍ରରେ କାର୍ଯ୍ୟକ୍ରମ ଜାରି ରଖିଥିଲେ।

Advertisment

ଅନ୍ୟପକ୍ଷରେ ଭୁବନେଶ୍ୱରରୁ ପୁଣି ଥରେ ରିପିଟ୍‌ ହୋଇଛନ୍ତି ଅପରାଜିତା ଷଡ଼ଙ୍ଗୀ । ଅପରାଜିତା ୨୦୧୯ରେ ମଧ୍ୟ ଭୁବନେଶ୍ୱର ଆସନରେ ନିର୍ବାଚନ ଲଢ଼ିଥିଲେ ଏବଂ ବିଜୟ ମଧ୍ୟ ହୋଇଥିଲେ। ପୁରୀରୁ ପ୍ରାର୍ଥୀ ହେବେ ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର । ତାଙ୍କୁ ମଧ୍ୟ ୨୦୧୯ରେ ପୁରୀରେ ପ୍ରାର୍ଥୀ କରିଥିଲା ବିଜେପି। ସେହିପରି ବରଗଡ଼ରୁ ପ୍ରଦୀପ ପୁରୋହିତ, ସୁନ୍ଦରଗଡ଼ରୁ ଜୁଏଲ ଓରାମ, କେନ୍ଦୁଝରରୁ ଅନନ୍ତ ନାୟକ, ମୟୂରଭଞ୍ଜରୁ ନବ ଚରଣ ମାଝୀ, ବାଲେଶ୍ୱରରୁ ପ୍ରତାପ ଷଡ଼ଙ୍ଗୀ, ଭଦ୍ରକରୁ ଅଭିମନ୍ୟୁ ସେଠୀ, ଢେଙ୍କାନାଳରୁ ରୁଦ୍ରନାରାୟଣ ପାଣି, ବଲାଙ୍ଗିରରୁ ସଂଗୀତା କୁମାରୀ ସିଂଦେଓ, କଳାହାଣ୍ଡିରୁ ମାଳବିକା କିଶୋରୀ ଦେଓ, ନବରଙ୍ଗପୁରରୁ ବଳଭଦ୍ର ମାଝୀ, ଜଗତସିଂହପୁରରୁ ବିଭୁ ପ୍ରସାଦ ତରାଇ, ଆସ୍କାରୁ ଅନୀତା ଶୁଭଦର୍ଶିନୀ, ବ୍ରହ୍ମପୁରରୁ ପ୍ରଦୀପ ପାଣିଗ୍ରାହୀ ଓ କୋରାପୁଟରୁ ବିଜେପି ପ୍ରାର୍ଥୀ ହେବେ କାଳେରାମ ମାଝୀ ।

ତେବେ ସବୁଠାରୁ ଗୁରୁତ୍ୱପୂଣ୍ଣଆ କଥା ହେଉଛି ଓଡ଼ିଶାର ମୋଟ ୨୧ ଆସନରୁ ୧୮ଟି ଆସନରେ ପ୍ରାର୍ଥୀ ଘୋଷଣା ହୋଇଥିବାବେଳେ ଆଉ ୩ ଆସନ ପାଇଁ ଘୋଷଣା ହୋଇନି ପ୍ରାର୍ଥୀଙ୍କ ନାଁ । କଟକ, ଯାଜପୁର ଓ କନ୍ଧମାଳ ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହିଁ।

Advertisment

ସେହିପରି ଆଜି ଘୋଷଣା ହୋଇଥି‍ବା ୧୮ଟି ଲୋକସଭା ଆସନରୁ ୬ଟି ଆସନରେ ପ୍ରାର୍ଥୀ ବଦଳା ଯାଇଛି। କଳାହାଣ୍ଡି, ସମ୍ବଲପୁର, ବରଗଡ଼, ବ୍ରହ୍ମପୁର ଲୋକସଭା ଆସନରେ ପ୍ରାର୍ଥୀ ବଦଳିଲେ। ସେହିପରି ମୟୂରଭଞ୍ଜ ଓ କୋରାପୁଟ ଆସନ ପାଇଁ ବି ବଦଳିଲେ ପ୍ରାର୍ଥୀ।

BJP Baijayant Panda Dharamendra Pradhan Aparajita Sarangi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ