Advertisment

୨୮ରେ ରାଜ୍ୟ ପ୍ରଚାର ମୈଦାନରେ ବଡ଼ ଟକ୍କର; ଦିନରେ ରାହୁଲ, ସନ୍ଧ୍ୟାରେ ନଡ୍ଡାଙ୍କ ସାଧାରଣ ସଭା

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସନ୍ତାକାଲି ଭୁବନେଶ୍ୱର ବିମାନ ବନ୍ଦରରେ ଅପରାହ୍ଣ ୪ଟା ୩୦ରେ ପହଞ୍ଚିବେ ।

ଅଦ୍ୟତନ ହୋଇଛି
JP Nadda

JP Nadda

Advertisment

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ତାରିଖ ପାଖେଇ ଆସୁଥିବେଳେ ଆସନ୍ତାକାଲି ହେବେ ହାଇଭୋଲଟେଜ ପ୍ରଚାର ଟକ୍କର । କାଲି ରାଜ୍ୟରେ ଦୁଇ ହେଭିୱେଟ କରିବେ କ୍ୟାଂପେନ । ଆସନ୍ତାକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରଚାର ପାଇଁ ଆସୁଥିବା ବେଳେ ରାହୁଲ ଗାନ୍ଧିଙ୍କର ବି ରାଜ୍ୟରେ ପ୍ରଚାର କାର୍ଯ୍ୟକ୍ରମ ରହିଛି ।

Advertisment

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସନ୍ତାକାଲି ଭୁବନେଶ୍ୱର ବିମାନ ବନ୍ଦରରେ ଅପରାହ୍ଣ ୪ଟା ୩୦ରେ ପହଞ୍ଚିବେ । ବିମାନବନ୍ଦରରୁ ସିଧା ସଳଖ ସ୍ୱତନ୍ତ୍ର ବିମାନରେ ବ୍ରହ୍ମପୁର ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ ଯିବେ । ସାଢେ ୫ଟାରେ ଆମ୍ବପୁଆ ଠାରେ ସାଧାରଣ ସଭାରେ ଯୋଗ ଦେବେ ନଡ୍ଡା । ପରେ ସଂଧ୍ୟା ୬ଟା ୪୫ରେ କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେବେ । ଏହି ବୈଠକରେ ବ୍ରହ୍ମପୁର, ଆସ୍କା, ନବରଙ୍ଗପୁର, କୋରାପୁଟର କାର୍ଯ୍ୟକର୍ତ୍ତାମାନେ ଯୋଗ ଦେବେ । ତେବେ ନଡ୍ଡା ବ୍ରହ୍ମପୁରରେ ରାତ୍ରି ରହଣୀ କରି ପର ଦିନ ସକାଳୁ ଦିଲ୍ଲୀ ଫେରିବା କାର୍ଯ୍ୟକ୍ରମ ରହିଛି ।

ସେପଟେ ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ଆସନ୍ତାକାଲି ସେ ଦିନ ୧୧ଟା ୩୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ । ଏହାପରେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ କଟକର ସତ୍ୟଭାମାପୁର ଯିବେ । ସେଠାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ସତ୍ୟଭାମାପୁରରୁ ହେଲିକପ୍ଟର ଯୋଗେ ସାଲେପୁର ଯିବେ । ଦିନ ୧୨ଟା ୨୫ରୁ ୧ଟା ୪୫ ଯାଏଁ ସାଲେପୁରରେ ସାଧାରଣ ସଭାରେ ଯୋଗଦେବେ । ଏହାପରେ ଭୁବନେଶ୍ୱର ଫେରିବା କାର୍ଯ୍ୟକ୍ରମ ରହିଛି ।

Advertisment

ସୂଚନା ଅନୁସାରେ ଗତ ୨୫ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ। ଓଡ଼ିଶା ଗସ୍ତରେ ଆସି ସୋନପୁରରେ ଓଡ଼ିଶା ବିଜେପିର ନିର୍ବାଚନୀ ପ୍ରଚାର ଶୁଭାରମ୍ଭ କରିଥିଲେ। ଏହି ବିଜୟ ସଂକଳ୍ପ ସମାବେଶରେ ବାରମ୍ବାର ନବୀନଙ୍କ ନାଁ ନେଇ ନିଶାନା କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଓଡ଼ିଆ ଅସ୍ମିତାଠୁ ନେଇ ଅଫିସର ମାଧ୍ୟମରେ ଭ୍ରଷ୍ଟାଚାର, କେନ୍ଦ୍ରୀୟ ଯୋଜନାର ହାଇଜାକିଂ, ଦାଦନ, ରାମ ମନ୍ଦିର ଆଦି ପ୍ରସଙ୍ଗ ଉଠାଇ ବର୍ଷିଥିଲେ ଶାହ। ନବୀନ ସରକାରକୁ ଉପାଡ଼ି ଫିଙ୍ଗି, ଓଡ଼ିଶାରେ ବିଜେପି ସରକାର ଆଣିବାକୁ ଆହ୍ୱାନ ଦେଇଥିଲେ ଅମିତ ଶାହ।

BJP Congress Rahul Gandhi JP Nadda General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ