Advertisment

ସୁପର୍ ସଣ୍ଡେରେ ସୁପର୍ ସୋ; ଓଡ଼ିଶା ଆସୁଛନ୍ତି ନଡ୍ଡା ଓ ରାହୁଲ

ସୋନପୁର ବିଜୟ ସଂକଳ୍ପ ସମାବେଶରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ନବୀନ ସରକାରକୁ ସିଧାସଳଖ ନିଶାନା କରିଥିବାରୁ ଆଜି ନଡ୍ଡା କଣ କହୁଛନ୍ତି ତା ପରେ ସମସ୍ତଙ୍କ ନଜର ରହିଛି।

Rahul-Nadda

Rahul-Nadda

Advertisment

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ତାରିଖ ପାଖେଇ ଆସୁଥିବେଳେ ଆଜି ହେବେ ହାଇଭୋଲଟେଜ ପ୍ରଚାର ଟକ୍କର । ରାଜ୍ୟରେ ଦୁଇ ହେଭିୱେଟ କରିବେ କ୍ୟାଂପେନ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରଚାର ପାଇଁ ଆସୁଥିବା ବେଳେ ରାହୁଲ ଗାନ୍ଧିଙ୍କର ବି ରାଜ୍ୟରେ ପ୍ରଚାର କାର୍ଯ୍ୟକ୍ରମ ରହିଛି ।

Advertisment

ଓଡ଼ିଶା ଗସ୍ତ ସାରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଯାଉ ଯାଉ ଆଜି ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । ସେ ସାଢେ ୪ଟାରେ ଭୁବବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ବ୍ରହ୍ମପୁରର ରଙ୍ଗେଇଲୁଣ୍ଡା ଏୟାର ପୋର୍ଟ ଓ ସେଠାରୁ ଆମ୍ବପୁଆ ଯାଇ ଏକ ସାଧାରଣ ସଭାରେ ଯୋଗ ଦେବେ।

ସୋନପୁର ବିଜୟ ସଂକଳ୍ପ ସମାବେଶରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ନବୀନ ସରକାରକୁ ସିଧାସଳଖ ନିଶାନା କରିଥିବାରୁ ଆଜି ନଡ୍ଡା କଣ କହୁଛନ୍ତି ତା ପରେ ସମସ୍ତଙ୍କ ନଜର ରହିଛି। ଏହି ସଭା ପରେ ନଡ୍ଡା ସନ୍ଧ୍ୟା ୬ଟା ୪୫ ମିନିଟରେ ବ୍ରହ୍ମପୁର, ଆସ୍କା, ନବରଙ୍ଗପୁର ଓ କୋରାପୁଟ ସଂସଦୀୟ କ୍ଷେତ୍ରରୁ ଆସିଥିବା କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେବେ।

Advertisment

ନଡ୍ଡା ବ୍ରହ୍ମପୁରରେ ରାତ୍ରି ଯାପନ କରିବାର କାର୍ଯ୍ୟକ୍ରମ ରହିଛି। ଏଥିସହ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ ମଧ୍ୟ ଆଜି ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ମନମୋହନ ସ୍କୁଲ ପଡିଆରେ ତାଙ୍କର ପ୍ରଚାର କାର୍ଯ୍ୟକ୍ରମ ରହିଛି ।

ସୁପର୍ ସଣ୍ଡେରେ ହେବ ସୁପର୍ ସୋ। ଓଡ଼ିଶା କଂଗ୍ରେସ ପାଇଁ ପ୍ରଚାରର ଶୁଭ ଦେବେ ରାହୁଲ ଗାନ୍ଧୀ । ଦିନ ୧୧ଟା ୪୦ରେ ରାହୁଲ ଭୁବନେଶ୍ବରେ ଏୟାରପୋର୍ଟରେ ପହଞ୍ଚିବା ପରେ ସେଠାରୁ ହେଲିକପ୍ଟର ଯୋଗେ ସିଧାଯିବେ ଉତ୍କଳ ଗୌରବ ମଧସୁଦନ ଦାସଙ୍କ ଜନ୍ମପୀଠ ସତ୍ୟଭାମାପୁରକୁ। ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ସେଠାରୁ ୧୦ କିଲୋମିଟର ଦୂର ସାଲେପୁରଠାରେ ଏକ ସାଧାରଣ ସଭାରେ ଉଦବୋଧନ ଦେବେ।

Advertisment

ଏହି ସଭାରେ କଟକ, କେନ୍ଦ୍ରାପଡ଼ା, ଜଗତସିଂପୁର ଓ ଯାଜପୁର ଜିଲ୍ଲାରୁ କଂଗ୍ରେସ ନେତା, କର୍ମୀ ଓ ସାଧାରଣ ଲୋକ ଯୋଗ ଦେବେ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ହୋଇଥିବା ବେଳେ କଂଗ୍ରେସ କର୍ମୀ ବେଶ ଉତ୍ସାହୀ ଅଛନ୍ତି । ଆଗାମୀ ନିର୍ବାଚନ ପାଇଁ ରାହୁଲ ଗାନ୍ଧୀ କର୍ମୀ ଓ ନେତାଙ୍କୁ ଗୁରୁମନ୍ତ୍ର ଦେବେ।

Rahul Gandhi General Elections 2024 J P Nadda
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ