Advertisment

ଦିନ ଗଡୁଛି, ଆଶା କମୁଛି; ଏକାକୀ ଲଢ଼ିବାକୁ ଜୋର୍‌ ଲଗାଇଲେଣି BJP-BJD

ସମୟ ଯେତେ ଗଡୁଛି, ସେତେ କମୁଛି ମେଣ୍ଟ ସମ୍ଭାବନା। ଛିଡୁନି ଅଙ୍କ, ମେଣ୍ଟ ଆଶା କ୍ଷୀଣ। ଏପଟେ ଉଭୟ ବିଜେଡି ଓ ବିଜେପି ଚଳାଇଛନ୍ତି ଏକାକୀ ନିର୍ବାଚନୀ କସରତ। ଅଧିକାଂଶ ସିଟରେ ପ୍ରାର୍ଥୀ ଫାଇନାଲ କରିସାରିଲାଣି ବିଜେପି।

undefined

BJP-BJD Alliance

Advertisment

ଦିନ ଯେତିକି ଯେତିକି ବିତୁଛି, ମେଣ୍ଟ ଆଶା ସେତିକି କମି କମି ଯାଉଛି। ସ୍ଥିତି ଏଭଳି ହେଲାଣି ଯେ, ମେଣ୍ଟ ହେବା ଠାରୁ ଏବେ ନହେବା ସମ୍ଭାବନା ଅଧିକ। ସ୍ଥିତିକୁ ଦେଖି ଢେର ଦିନର ନିରବତା ପରେ ଏବେ ପୁଣି ନିର୍ବାଚନୀ କସରତକୁ ଜୋରଦାର କରିଛନ୍ତି ଦୁଇ ଦଳ। ଅଧିକାଂଶ ସିଟରେ ବିଜେପି ଏକପ୍ରକାର ପ୍ରାର୍ଥୀ ଫାଇନାଲ କରିସାରିଲାଣି। ଯେଉଁଥିରେ ମୋହର ମାରିବାକୁ ଖୁବ୍ ଶୀଘ୍ର ଦିଲ୍ଲୀରେ ବସିପାରେ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ। ଏଣେ ବିଜେଡି ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେପି। ତେଣୁ କୁହାଯାଉଛି ସମୀକରଣ ବଦଳି ଗଲା କି ?

Advertisment

ସମୟ ଯେତେ ଗଡୁଛି, ସେତେ କମୁଛି ମେଣ୍ଟ ସମ୍ଭାବନା। ଛିଡୁନି ଅଙ୍କ, ମେଣ୍ଟ ଆଶା କ୍ଷୀଣ। ଏପଟେ ଉଭୟ ବିଜେଡି ଓ ବିଜେପି ଚଳାଇଛନ୍ତି ଏକାକୀ ନିର୍ବାଚନୀ କସରତ। ଅଧିକାଂଶ ସିଟରେ ପ୍ରାର୍ଥୀ ଫାଇନାଲ କରିସାରିଲାଣି ବିଜେପି। ସଭାପତି ଧରି ଯାଇଥିବା ରାଜ୍ୟ ନିର୍ବାଚନ କମିଟି ରିପୋର୍ଟ ଉପରେ ହୋଇଛି ବିଚାର ବିମର୍ଶ। କୁହାଯାଉଛି ବିଧାନସଭାରେ ପ୍ରାୟ ୧୦୦ ସିଟରେ ଦଳ ପ୍ରାର୍ଥୀ ଚୂଡାନ୍ତ କରି ଦେଇଛି।

ସେହିପରି ପ୍ରାୟ ୧୬ ଲୋକସଭା ଟିକେଟ ବି ଫାଇନାଲ। କିନ୍ତୁ ମୟୁରଭଞ୍ଜ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା ଆଉ କଟକରେ ଲୋକସଭା ପ୍ରାର୍ଥୀ କିଏ ହେବେ ତାକୁ ନେଇ ଏବେ ବି ଅଙ୍କକଷା ଚାଲିଛି। ଏପଟେ ଦୀର୍ଘ ଦିନର ଗୁମ୍ ପରେ ପୁଣି ଆରମ୍ଭ ହୋଇଛି ଆରୋପ, ପ୍ରତ୍ୟାରୋପ ରାଜନୀତି। ବିଜେଡି ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଛି ବିଜେପିର ପ୍ରତିନିଧି ଦଳ। ନିର୍ବାଚନ ଆଚରଣ ବିଧି ଲାଗୁ ସତ୍ତ୍ୱେ ବି ଅନେକ ସ୍ଥାନରେ ଏବେ ବି ବିଭିନ୍ନ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମର ପୋଷ୍ଟର ବ୍ୟାନର ଲାଗିଥିବା ଅଭିଯୋଗ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଦଳ।

Advertisment

ସେପଟେ ନବୀନ ନିବାସରେ ଦଳ କସରତ ବଢେଇ ଦେଇଛି। ଦିନକୁ ୨ଟି ଲେଖାଏଁ ଲୋକସଭା ନିର୍ବାଚନ ମଣ୍ଡଳକୁ ନେଇ ଦଳ ସମାକ୍ଷା କରୁଥିବା ବେଳେ ଆଜି ଗୋଟିଏ ଦିନରେ ୪ଟି ଲୋକସଭା ନିର୍ବାଚନ ମଣ୍ଡଳୀର ନେତାଙ୍କୁ ଡାକି ବୈଠକ ନେଇଥିଲେ ନବୀନ। ତଥାପି ନେତା କିନ୍ତୁ ଅପେକ୍ଷା କରିଛନ୍ତି ଶୀର୍ଷ ନେତୃତ୍ୱଙ୍କ ଇସାରାକୁ।

ତେବେ ଦୀର୍ଘ ଦିନ ଧରି ସସପେନ୍ସ ପଛର କାରଣ କଣ, ତାକୁ ନେଇ ଏବେ ବି ଚର୍ଚ୍ଚା। କୁହାଯାଉଛି ବିଧାନସଭା ସିଟ୍ ନଛିଣ୍ଡିବା ସହ ପାୱାର ସେୟାରିଂକୁ ନେଇ ବି ଅସହମତି ଚାଲିଛି। ବିଜେଡି ଚାହୁଁଛି ନିର୍ବାଚନରେ ଆସନ ତ ଦେବ ହେଲେ ବିଜେପି ସରକାରରେ ଭାଗିଦାରୀ ନହେଉ। ଏମିତି ବି ଚର୍ଚ୍ଚା ହେଉଛି ବିଜେଡି ନିଜେ କେନ୍ଦ୍ର ମନ୍ତ୍ରିମଣ୍ଡଳ ରହିବନି କି ରାଜ୍ୟରେ ସରକାରରେ ବିଜେପିକୁ ମନ୍ତ୍ରୀ ପଦ ନଦେବାକୁ ସର୍ତ୍ତ ରଖୁଛି। ପୂର୍ବଥର ଭଳି ଏଥର ବି ମେଣ୍ଟ ହେଲେ ବଡ ଭାଇ ହୋଇ ରହିବାକୁ ଚାହୁଁଛି ବିଜେଡି। ଅନ୍ୟପଟେ ମହାରାଷ୍ଟ୍ର, ବିହାର ଭଳି ରାଜ୍ୟରେ ବିଜେପି କରିଥିବା ମେଣ୍ଟ ସରକାରରେ ଉପମୁଖ୍ୟମନ୍ତ୍ରୀ ପଦ ବିଜେପି ରଖିଛି। ତେଣୁ ପ୍ରଶ୍ନ ଓଡିଶାରେ ବି ସମାନ ଗଣିତ ଛିଣ୍ଡିପାରିବ କି। ଏସବୁ ଭିତରେ ଏବେ ବି ପ୍ରଧାନମନ୍ତ୍ରୀ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପରେ ସବୁ ନିର୍ଭର କରୁଛି।

Advertisment
BJD BJP Odisha Politics General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ