Advertisment

ଏପଟେ BJP ଜିଲ୍ଲାସଭାପତିଙ୍କୁ ଆକ୍ରମଣ, ସେପଟେ ମାର୍କେଟ କମ୍ପ୍ଲେକ୍ସ ଭଙ୍ଗାରୁଜା !

ଘଣ୍ଟେଶ୍ୱର ଜୋନକୁ ଯାଉଥିବା ବେଳେ ପୋଲିସ ଉପସ୍ଥିତିରେ ଏହି ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ତେବେ ଏନେଇ ପୋଲିସ କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।

Odisha Politics

Odisha Politics

Advertisment

ବିଜେପି ଜିଲ୍ଲା ସଭାପତିଙ୍କୁ ମରଣାନ୍ତକ ଆକ୍ରମଣ । ଗଂଜାମ ଜିଲ୍ଲା ବିଜେପି ସଭାପତି ସୁବାସ ସାହୁଙ୍କ ଉପରେ ମରଣାନ୍ତକ ଆକ୍ରମଣ। ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ତୋଟାପଡ଼ାରେ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ବିଜେପି ପତାକା ଲାଗିଥିବା କାର୍ ଯାଉଥିବା ଦେଖି, ସୁବାସ ଓ ତାଙ୍କ ୫ ସାଥୀଙ୍କୁ ବିଜେଡି ସମର୍ଥକଙ୍କ ଆକ୍ରମଣ କରିଥିଲେ। ଗାଡ଼ି ଭଙ୍ଗାରୁଜା ସହ ସୁବାସଙ୍କ ହାତକୁ ପଥରରେ ଛେଚି ଭାଙ୍ଗିଦେଇଥିବା ସୂଚନା ମିଳିଛି ।

Advertisment

ଘଣ୍ଟେଶ୍ୱର ଜୋନକୁ ଯାଉଥିବା ବେଳେ ପୋଲିସ ଉପସ୍ଥିତିରେ ଏହି ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ତେବେ ଏନେଇ ପୋଲିସ କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।

ସେପଟେ ଯାଜପୁର ଧର୍ମଶାଳାରେ ବି ବିଜେଡି କର୍ମୀଙ୍କ ଲଙ୍କାକାଣ୍ଡ। ଓସାରା ଠାରେ ବିଜେଡି କର୍ମୀମାନେ ଏକ ମାର୍କେଟ କଂପ୍ଲେକ୍ସରେ ପଶି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପସ୍ଥିତିରେ ଏଭଳି ଅଭାବନୀୟ ଘଟଣା ଘଟିଥିବା କୁହାଯାଉଛି।

Advertisment

ଅଭିଯୋଗ ଅନୁସାରେ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ରାଲି ବେଳେ ଜଣେ ପୂର୍ବତନ ସରପଞ୍ଚଙ୍କ କାର୍ ଦ୍ରୁତ ଗତିରେ ଆସି ମାଡ଼ିଯାଇଥିଲା। ପୂର୍ବତନ ସରପଞ୍ଚ ଦିଲୀପ ବେହେରାଙ୍କ କାର ମାଡ଼ିଯିବା ଫଳରେ, ରାଲିରେ ଥିବା ଜଣେ ବ୍ୟକ୍ତିଙ୍କ ଗୋଡ଼ ଭାଙ୍ଗିବା ସହ ୪ଟି ବାଇକ୍ ଭାଙ୍ଗିଥିଲା । ଘଟଣାକୁ ନେଇ ପ୍ରବଳ ଉତ୍ତେଜନା ଦେଖା ଦେବା ପରେ, ଉତ୍ୟକ୍ତ ବିଜେଡି କର୍ମୀ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି । ମାଣ୍ଡିଆ ଛକରେ ଥିବା ସଂପୃକ୍ତ ପୂର୍ବତନ ସରପଞ୍ଚଙ୍କ ମାର୍କେଟ କମ୍ପ୍ଲେକ୍ସରେ ପଶି ଭଙ୍ଗାରୁଜା ହେବା ସହିତ, ତାଙ୍କର ୪ଟି ହାଇୱାର କାଚ ମଧ୍ୟ ବାଡ଼େଇ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ଯାଜପୁର ଏସପି ଭିନିତ ଅଗ୍ରୱାଲ ପହଞ୍ଚିଥିବା ବେଳେ, ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ମୁତୟନ କରାଯାଇଛି । ତେବେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।

BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ