Political Violence
ରକ୍ତମୁଖା ହୋଇ ପଡିଛି କି ଶାସକ ବିଜେଡି ? ନିର୍ବାଚନୀ ମୈଦାନରେ କାହିଁକି ବାରମ୍ବାର ବିଜେପି ନେତା ଓ କର୍ମୀଙ୍କୁ କରାଯାଉଛି ମରଣାନ୍ତକ ଆକ୍ରମଣ ? ଶାନ୍ତିପ୍ରିୟ ଓଡ଼ିଶାରେ ଅଶାନ୍ତିର ବାତାବରଣ ପଛର ଉଦ୍ଦେଶ୍ୟ କ’ଣ ?
ଭଦ୍ରକ ଚାନ୍ଦବାଲି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତୋଟାପଡ଼ାରେ ଦେଖାଯାଇଛି ହିଂସାକାଣ୍ଡ । ଛିନ୍ଛତ୍ର ହୋଇଯାଇଛି କାର୍। ବନେଟରୁ କାଚ ଯାଏଁ କିଛି ବି ବାକି ନାହିଁ। ଯେଉଁ ଗାଡ଼ିରେ ବସିଥିଲେ ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ସୁବାସ ସାହୁ। ମରଣାନ୍ତକ ଆକ୍ରମଣରେ ଜୀବନ ବଞ୍ଚିଯାଇଛି ସତ, କିନ୍ତୁ ଜଖମ୍ ହୋଇଛି ବାମ ହାତ ।
ସୁବାସଙ୍କ କହିବା କଥା, ଅମିତ ଶାହଙ୍କ ଗସ୍ତ ଥିବାରୁ କାର୍ଯ୍ୟକ୍ରମ ପ୍ରସ୍ତୁତିର ଅନୁଧ୍ୟାନ ପାଇଁ ଗତକାଲି ସେ ଚାନ୍ଦବାଲି ଯାଇଥିଲେ। କିନ୍ତୁ ଘଣ୍ଟେଶ୍ୱର ତୋଟାପଡ଼ାରେ ଏଭଳି ଆକ୍ରମଣ କରାଯାଇଥିଲା। ଗାଡ଼ିରେ ବିଜେପି ପତାକା ଲାଗିଥିବା ଦେଖି ୪୦ରୁ ୫୦ ବ୍ୟକ୍ତି ତାଙ୍କ ଗାଡ଼ି ଉପରକୁ ଇଟା, ପଥର ମାଡ଼ ସହ ତାଙ୍କୁ ବିଧା ଗୋଇଠା ମାରିଥିଲେ । ତା’ ପୁଣି ପୋଲିସ ଉପସ୍ଥିତିରେ। ସେଠାରୁ ଜୀବନ ବଞ୍ଚାଇ ଥାନାକୁ ଆସି ଅଭିଯୋଗ କରିଥିଲେ ସୁବାସ।
ଅଧିକ ପଢ଼ନ୍ତୁ: ‘ବିଜେପି ସରକାରକୁ ଆସିଲେ ଚିଟ୍ ଫଣ୍ଡ ଲୁଟେରାଙ୍କୁ ଓଲଟା ଲଟକାଯିବ’
ସୁବାସଙ୍କ ଅଭିଯୋଗ, ପରାଜୟ ଆଶଙ୍କାରେ ବିଜେଡିର ଚାନ୍ଦବାଲି ବିଧାୟକ ପ୍ରାର୍ଥୀ ବ୍ୟୋମକୋଶ ରାୟ ନିଜ ସମର୍ଥକ ଓ କର୍ମୀଙ୍କୁ ଉସୁକାଇ ଏଭଳି ଆକ୍ରମଣ କରାଇଛନ୍ତି। ଏହି ଘଟଣାରେ ଚାନ୍ଦବାଲି ପୋଲିସ ୫ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ସେପଟେ ଗଂଜାମ ଜିଲ୍ଲା ବିଜେପି ସଭାପତିଙ୍କୁ ଏଭଳି ଆକ୍ରମଣକୁ ତୀବ୍ର ନିନ୍ଦା କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । କହିଛନ୍ତି ଲୋକେ ଏହାର ବିଚାର କରିବେ। ଅପରପକ୍ଷେ ଅଭିଯୋଗ ସଂପର୍କରେ କିନ୍ତୁ ମୁହଁ ଖୋଲିବାକୁ ନାରାଜ ବ୍ୟୋମକେଶ ରାୟ।
ଅନ୍ୟପଟେ ଯାଜପୁର ଧର୍ମଶାଳାରେ ବି ଦେଖିବାକୁ ମିଳିଛି ସମାନ ସ୍ଥିତି । ସ୍ଥାନୀୟ ଓସାରାର ମାର୍କେଟ୍ କଂପ୍ଲେକ୍ସରେ ଘଟିଛି ଲଙ୍କାକାଣ୍ଡ । ଅଭିଯୋଗ ହୋଇଛି, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପସ୍ଥିତିରେ ଘଟିଛି ଏହି ଅଭାବନୀୟ କାଣ୍ଡ। ଅଭିଯୋଗ ହୋଇଛି ପ୍ରଣବଙ୍କ ରାଲି ବେଳେ ପୂର୍ବତନ ସରପଞ୍ଚ ଦିଲୀପ ବେହେରାଙ୍କ ସ୍କର୍ପିଓ ମାଡ଼ିଯାଇଥିଲା। ଫଳରେ ରାଲିରେ ଥିବା ଜଣେ ବ୍ୟକ୍ତିଙ୍କ ଗୋଡ଼ ଭାଙ୍ଗିବା ସହ ୪ଟି ବାଇକ୍ ଭାଙ୍ଗିଥିଲା। ଏହାକୁ ନେଇ ଉତ୍ତ୍ୟକ୍ତ ବିଜେଡି କର୍ମୀ ତଥା ପ୍ରଣବଙ୍କ ସମର୍ଥକ ଦିଲୀପଙ୍କ ମାର୍କେଟ କମ୍ପ୍ଲେକ୍ସ ସହ ତାଙ୍କର ୪ଟି ହାଇୱା କାଚକୁ ବାଡ଼େଇ ଭାଙ୍ଗି ଦେଇଛନ୍ତି। ଏ ସଂପର୍କରେ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1716913602.jpg)