Advertisment

ଆସିଲା ବିଜେଡି ପ୍ରାର୍ଥୀ ତାଲିକା; ବେଗୁନିଆରୁ ଲଢ଼ିବେ ପ୍ରଦୀପ ସାହୁ

ଆଉ ୩ଟି ବିଧାନସଭା ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା ବାକି ରହିଛି। ଖଣ୍ଡପଡ଼ା, ନୀଳଗିରି ଏବଂ କୋରେଇ ପାଇଁ ପ୍ରାର୍ଥୀ ଘୋଷଣା ହୋଇନାହିଁ।

ଅଦ୍ୟତନ ହୋଇଛି
BJD

BJD

Advertisment

ପ୍ରଥମେ ବିଜେପି ଆଉ ଏବେ ୩ ବିଧାନସଭା ସିଟ୍‌ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ୩ ବିଜେଡି ବିଧାନସଭା ପ୍ରାର୍ଥୀ ଘୋଷଣା କରିଛି ଦଳ। ପ୍ରାର୍ଥୀ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ, ବେଗୁନିଆରୁ ପ୍ରଦୀପ ସାହୁ ଏବଂ ଭୋଗରାଇରୁ ଗୌତମବୁଦ୍ଧ ଦାସଙ୍କୁ ଟିକେଟ୍‌ ଦେଇଛି ଦଳ।

Advertisment

ଆଜି ଘୋଷିତ ୩ ଆସନରୁ ୨ ବିଧାୟକଙ୍କ ଟିକେଟ କଟିଲା। ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ରନାଥ ମିତ୍ରଙ୍କ ଟିକେଟ କଟିଲା। ଭୋଗରାଇ ବିଧାୟକ ଅନନ୍ତ ଦାସଙ୍କ ଟିକେଟ କଟିଲା। ନିଜ ପୁଅ ପାଇଁ ଟିକେଟ ଲବି କରୁଥିଲେ ଅନନ୍ତ ଦାସ। ଆଉ ୩ଟି ବିଧାନସଭା ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା ବାକି ରହିଛି। ଖଣ୍ଡପଡ଼ା, ନୀଳଗିରି ଏବଂ କୋରେଇ ପାଇଁ ପ୍ରାର୍ଥୀ ଘୋଷଣା ହୋଇନାହିଁ। ମୋଟ ୧୪୪ ସିଟ୍‌ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିଛି। ବିଜେଡି ତାର ସପ୍ତମ ପର୍ଯ୍ୟାୟ ତାଲିକାରେ ତିନି ସିଟିଂ ଏମ୍ଏଲ୍ଏଙ୍କ ଟିକେଟ କାଟିଥିବାବେଳେ ଦୁଇ ବିଧାୟକଙ୍କ ପତ୍ନୀଙ୍କୁ ଦେଇଛି ଟିକେଟ। କେବଳ କାକଟପୁରକୁ ଛାଡ଼ିଦେଲେ ଅନ୍ୟ ୫ ସିଟ୍‌ରେ ନୂଆ ମୁହଁକୁ ଦଳ ପ୍ରାର୍ଥୀ କରିଛି। ଆରପଟେ ବାକି ଥିବା ୬ ବିବାଦୀୟ ନିର୍ବାଚନ ମଣ୍ଡଳୀ କଣ୍ଟା ଏବେ ବିଜେଡି ତଣ୍ଟିରେ ଲାଗିଛି।

ବରୀ, ବାଲିକୁଦା ଆଉ ହିନ୍ଦୋଳରେ କଟିଲା ବିଧାୟକଙ୍କ ଟିକେଟ। ବଳି ପଡ଼ିଲେ ସୁନନ୍ଦା, ସୀମାରାଣୀ ଓ ରଘୁନନ୍ଦନ। ଦୁଇ ସ୍ଥାନରେ ସ୍ୱାମୀଙ୍କ ବଦଳରେ ସ୍ତ୍ରୀଙ୍କୁ ମିଳିଲା ଟିକେଟ। କେବଳ କାକଟପୁରରେ ଦଳ ପ୍ର୍ରାର୍ଥୀଙ୍କୁ ରିପିଟ୍ କରିଥିବାବେଳେ ଆଉ ସବୁଠି ନୂଆ ପ୍ରାର୍ଥୀ। ଢେଙ୍କାନାଳ ସାଂସଦ ମହେଶ ସାହୁ ଏଥର ହିନ୍ଦୋଳ ଆସନରୁ ଲଢିବେ। ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ଧର୍ମପତ୍ନୀ ରଞ୍ଜିତା ମାର୍ଣ୍ଡିଙ୍କୁ ମିଳିଛି ବାଙ୍ଗିରିପୋଷି ଟିକେଟ।

Advertisment

ସେହିପରି ରଘୁନାଥପାଲ୍ଲୀରେ ବିଧାୟକ ସୁବ୍ରତ ତରାଇଙ୍କ ପତ୍ନି ଅର୍ଚ୍ଚନା ରେଖା ବେହେରାଙ୍କ ଉପରେ ଭରସା କରିଛି ଦଳ। ବାଲିକୁଦା-ଏରସମାରେ ରଘୁନନ୍ଦନଙ୍କ ଟିକେଟ କଟିଥିବାବେଳେ ସାରଦା ପ୍ରସନ୍ନ ଜେନା ପାଇଛନ୍ତି ଟିକେଟ। ଚର୍ଚ୍ଚା ହେଉଛି ସରକାର ବିରୋଧୀ ହାୱା ପାଇଁ ତିନି ବିଧାୟକଙ୍କ ଟିକେଟ କାଟିଛି ଦଳ। କାକଟପୁରରେ କିନ୍ତୁ ପ୍ରବଳ ବିରୋଧ ଭିତରେ ପୁଣିଥରେ ଟିକେଟ ହାତେଇ ନେଇଛନ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା। ବିବାଦୀୟ ବରୀ ସିଟ୍‌ରେ ଯୁବ ଚେହେରା ବିଶ୍ୱ ମଲ୍ଲିକଙ୍କୁ ବିଜେଡି କରିଛି ପ୍ରାର୍ଥୀ।

ଖଣ୍ଡପଡ଼ା, ନୀଳଗିରି ଓ କୋରେଇ ଆସନ ପାଇଁ ଏଯାଏ ଅଙ୍କ ଛିଡିପାରୁନି। ଏହି ଶେଷ ତିନୋଟି ନିର୍ବାଚନ ମଣ୍ଡଳୀରେ ବିବାଦ ଯେତିକି, ବିଦ୍ରୋହ ବି ସେତିକି। ଆମଦାନୀ ନେତାଙ୍କ ସହ ଏକାଧିକ ଆଶାୟୀଙ୍କୁ ଥଇଥାନ କରି ବିଦ୍ରୋହକୁ ପ୍ରଶମିତ କରିବା ଦଳ ପାଇଁ ବଡ ଚାଲେଞ୍ଜ।

Advertisment
BJD Odisha Politics General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ