Advertisment

ବିଜେଡିର 'ନିମାପଡ଼ା' ଚିନ୍ତା: ଏଣିକି ଦିନରାତି ପହରା ଦେବେ ୮ ନେତା

ନିମାପଡ଼ାର ପୂର୍ବତନ ବିଧାୟକ ସମୀର ରଂଜନ ଦାଶ ବିଜେପିକୁ ଯିବା ପରେ ନିମାପଡ଼ାରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ବିଜେଡି କରିଛି ସ୍ୱତନ୍ତ୍ର ରଣନୀତି। ନିମାପଡ଼ା ଆସନ ଲାଗି ୮ ଜଣ ନେତାଙ୍କୁ ଦାୟିତ୍ୱ ଦେଇଛି ଦଳ।

ଅଦ୍ୟତନ ହୋଇଛି
BJD

BJD

Advertisment

ବିଜେଡିକୁ 'ନିମାପଡ଼ା' ଚିନ୍ତା। ନିମାପଡ଼ାର ପୂର୍ବତନ ବିଧାୟକ ସମୀର ରଂଜନ ଦାଶ ବିଜେପିକୁ ଯିବା ପରେ ନିମାପଡ଼ାରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ବିଜେଡିର ସ୍ୱତନ୍ତ୍ର ରଣନୀତି। ନିମାପଡ଼ା ଆସନ ଲାଗି ୮ ଜଣ ନେତାଙ୍କୁ ଦାୟିତ୍ୱ ଦେଇଛି ବିଜେଡି।

Advertisment

ନିମାପଡ଼ା ନିର୍ବାଚନମଣ୍ଡଳୀ ଲାଗି ୮ ନେତାଙ୍କୁ ନିର୍ବାଚନ ସଂଯୋଜକ ଭାବେ ନିଯୁକ୍ତ କରିଛି ଦଳ। ସେମାନେ ହେଲେ ସୁଭାଶିଷ ଖୁଣ୍ଟିଆ, ଉମାକାନ୍ତ ସାମନ୍ତରାୟ, ରୁଦ୍ର ପ୍ରତାପ ମହାରଥୀ, ରମା ରଞ୍ଜନ ବଳିଆରସିଂହ, ସଂଗ୍ରାମ ପାଇକରାୟ, କମଳ ପାତ୍ର, ସୁନୀଲ ମହାନ୍ତି ଓ ଦିବାକର ପାତ୍ର।

ନିମାପଡ଼ାରେ ଶେଷ ପର୍ଯ୍ୟାୟରେ ଭୋଟ ହେବାକୁ ଯାଉଥିବା ବେଳେ ଏଠୁ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ଦିଲ୍ଲୀପ ନାୟକ। ତିନି ଥରର ବିଧାୟକ ସମୀର ଦାସଙ୍କ ଟିକେଟ୍ କାଟି ଦଳ ଏଠି ବିଜେପିରୁ ଆସି ବିଜେଡିରେ ଯୋଗ ଦେଇଥିବା ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ କରିଥିଲା। ଏପଟେ ବିଜେଡି ଟିକେଟ୍ ନପାଇବାରୁ ସମୀର ନିକଟରେ ବିଜେପିରେ ଯୋଗଦେବା ସହ ବିଜେପି ପ୍ରାର୍ଥୀ ପ୍ରଭାତୀ ପରିଡ଼ାଙ୍କ ନିଶ୍ଚିୟ ବିଜୟ ହେବ ବୋଲି ଘୋଷଣା କରିଥିଲେ।

Advertisment

ସମୀର ବଦଳାଇ ଦେବେ କି ନିମାପଡ଼ା ସମୀରକରଣ ? ବିଜେପି ଖାତାକୁ ଯିବ କି ନିମାପଡ଼ା ଆସନ ? ଅସନ୍ତୁଷ୍ଟ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେବା ପରେ ଆରମ୍ଭ ହୋଇଛି ଏଭଳି ଆକଳନ। ବିଜେଡି ଟିକେଟରୁ ତିନି ତିନି ଥର ବିଧାୟକ ହୋଇଥିବା ସମୀରଙ୍କୁ କିନ୍ତୁ ଏଥର ଭରସା କରିନଥିଲା ଦଳ। ଯେଉଁଥିପାଇଁ ସମୀର ଅସନ୍ତୁଷ୍ଟ ଥିଲେ। ହଜାର ହଜାର କର୍ମୀଙ୍କ ନେଇ ବାରମ୍ବାର ଶକ୍ତି ପ୍ରଦର୍ଶନ କରି ବିଜେଡି ପ୍ରାର୍ଥୀ ଦିଲୀପ ନାୟକଙ୍କ ଟିକେଟ ବଦଳାଇବା ପାଇଁ ଚାପ ପ୍ରୟୋଗ କରିଥିଲେ।

BJD Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ