Advertisment

General Election 2024: ଘୋଷଣା ହେଲା ବିଜେଡିର ଆଉ ୬ ଲୋକସଭା ପ୍ରାର୍ଥୀ..ଜାଣନ୍ତୁ କିଏ କେଉଁଠି..

ପୂର୍ବରୁ ୯ ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା ହୋଇଥିଲା। ଏବେ ଆଉ ୬ ଲୋକସଭା ପ୍ରାର୍ଥୀ ଘୋଷଣା କରାଯାଇଛି।

ଅଦ୍ୟତନ ହୋଇଛି
BJD Lok Sabha Candidates

BJD Lok Sabha Candidates

Advertisment

୨୦୨୪ ସାଧାରଣ ନିର୍ବାଚନ ପାଇଁ ବହୁ କସରତ ପରେ ଦଳୀୟ ଯୋଦ୍ଧା ଘୋଷଣା କଲା ବିଜେଡି। ଆଜି ଦୁଇ ଥରରେ ୧୫ ଲୋକସଭା ଓ ୭୨ ବିଧାନସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା କରିଛି। ୪ଟି ଲୋକସଭା ଓ ୧୨ଟି ବିଧାନସଭା ସିଟରେ ବି ବିଜେଡି ମହିଳାଙ୍କୁ ଟିକେଟ୍ ଦେଇଛି। କିଛି ସମୟ ପୂର୍ବରୁ ୬ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି ବିଜେଡି।

Advertisment

ବିଜେଡିର ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୬ ଲୋକସଭା ପ୍ରାର୍ଥୀ ଘୋଷଣା କରାଯାଇଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଏନେଇ ଘୋଷଣା କରିଛନ୍ତି। ପୂର୍ବରୁ ୯ ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା ହୋଇଥିଲା। ତେବେ ପୁରୀରୁ ଅରୂପ ପଟ୍ଟନାୟକ, ଢେଙ୍କାନାଳରୁ ଅବିନାଶ ସାମଲ, ଜଗତସିଂହପୁରରୁ ରାଜଶ୍ରୀ ମଲ୍ଲିକ, କନ୍ଧମାଳରୁ ଅଚ୍ୟୁତ ସାମନ୍ତ, କଟକରୁ ସଂତୃପ୍ତ ମିଶ୍ର ଏବଂ ଯାଜପୁର- ଶର୍ମିଷ୍ଠା ସେଠୀଙ୍କୁ ପ୍ରାର୍ଥୀ ଘୋଷଣା କରିଛି ଦଳ।

ମୋଟ ୧୫ ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି। ସମ୍ବଲପୁରରୁ ପ୍ରାର୍ଥୀ ହେଲେ ପ୍ରଣବ ପ୍ରକାଶ ଦାସ। ସେହିପରି ଭୁବନେଶ୍ୱରରୁ ମନ୍ମଥ ରାଉତରାୟଙ୍କୁ ପ୍ରାର୍ଥୀ କରିଛି ବିଜେଡି। କଳାହାଣ୍ଡିରୁ ଲମ୍ବୋଦର ନିଆଲ, ସୁନ୍ଦରଗଡ଼ରୁ ଦିଲୀପ ତିର୍କୀ, ମୟୂରଭଂଜରୁ ସୁଦାମ ମାରଣ୍ଡି, କେନ୍ଦ୍ରାପଡ଼ାରୁ ଅଂଶୁମାନ ମହାନ୍ତି, କୋରାପୁଟରୁ କୌଶଲ୍ୟା ହିକକା, ନବରଙ୍ଗପୁରରୁ ପ୍ରଦୀପ ମାଝୀ ଓ ଆସିକାରୁ ରଂଜିତା ସାହୁଙ୍କୁ ପ୍ରାର୍ଥୀ କରିଛି ବିଜେଡି।

Advertisment

ଏଥର ସମ୍ବଲପୁର ଲୋକସଭା ଆସନରେ ଦେଖିବାକୁ ମିଳିବ ହାଇଭୋଲଟେଜ୍ ଫାଇଟ୍। ବିଜେପିର ହେଭିୱେଟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡିର ହେଭିୱେଟ ପ୍ରଣବ ପ୍ରକାଶ ଦାସଙ୍କ ମଧ୍ୟରେ ହେବ ଲଢ଼େଇ। ରାଜ୍ୟ ରାଜନୀତିରେ ଏହା ବେଶ୍ ରୋଚକ ସ୍ଥିତି ସୃଷ୍ଟି କରିଛି। ଧର୍ମେନ୍ଦ୍ର ବହୁ ଆଗରୁ ସମ୍ବଲପୁର ଆସନକୁ ନଜର ରଖି ଯିବା ଆସିବା କରୁଥିଲେ। ନିଜ ଫିଲ୍ଡ ତିଆରି କରୁଥିଲେ। ସେପଟେ ଆଜି ବିଜେଡି ସମ୍ବଲପୁର ପାଇଁ ପ୍ରଣବ ପ୍ରକାଶ ଦାସଙ୍କୁ ପ୍ରାର୍ଥୀ କରି ଚମକାଇ ଦେଇଛି। ଅବଶ୍ୟ ପ୍ରଣବ ପ୍ରକାଶ ଦାସଙ୍କୁ ସମ୍ବଲପୁର ଦାୟିତ୍ୱ ଦେଇଥିଲା ବିଜେଡି। ଶେଷରେ ତାଙ୍କୁ ପ୍ରାର୍ଥୀ ମଧ୍ୟ କରାଯାଇଛି।

ଏଥର ଭୁବନେଶ୍ୱରରେ ମଧ୍ୟ ଦେଖିବାକୁ ମିଳିବ ହାଇଭୋଲଟେଜ୍ ଲଢ଼େଇ। ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଟକ୍କର ଦେବେ ବିଜେଡିର ମନ୍ମଥ ରାଉତରାୟ। ମନ୍ମଥ ଆଜି ହିଁ ବିଜେଡିରେ ମିଶିଥିଲେ। ସେ ହେଉଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ସାନ ପୁଅ। ତାଙ୍କ ବଡ଼ ଭାଇ ସିଦ୍ଧାର୍ଥ ଅବଶ୍ୟ ଏହାକୁ ନାପସନ୍ଦ କରିଛନ୍ତି। ତା ସତ୍ତ୍ୱେ ପାଇଲଟ ଚାକିରି ଛାଡ଼ି ବିଜେଡିରେ ଯୋଗ ଦେଇଛନ୍ତି ମନ୍ମଥ ଓ ସାଂସଦ ପଦ ପାଇଁ ଟିକଟ ବି ପାଇଛନ୍ତି।

Advertisment

ସେପଟେ କିଛି ଦିନ ଧରି ଶ୍ରୀମୟୀ ମିଶ୍ରଙ୍କୁ ପ୍ରାର୍ଥୀ ଭାବେ ପ୍ରୋଜେକ୍ଟ କରି ହଠାତ୍ କାହିଁକି ପ୍ରାର୍ଥୀତ୍ୱ ପରିବର୍ତ୍ତନ କଲା ବିଜେଡି ତାକୁ ନେଇ ବି ଉଠିଛି ପ୍ରଶ୍ନ। ଯାହାକୁ ନେଇ କଟାକ୍ଷ କରି ଅପରାଜିତା କହିଛନ୍ତି ଜୋ ଡର ଗୟା, ୱୋ ମର ଗୟା। ଏପଟେ ଯଦିଓ ଭୁବନେଶ୍ୱର ପାଇଁ ଲୋକସଭା ପ୍ରାର୍ଥୀ ଘୋଷଣା କରିଛି ବିଜେଡି, ହେଲେ ଭୁବନେଶ୍ୱରର ୩ ବିଧାନସଭା ପାଇଁ ଦଳ କାର୍ଡ ଖୋଲିନି।

BJD Odisha Politics General Elections 2024 Loksabha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ