Advertisment

୧୫ ବର୍ଷର ବିଜେଡି ଗଡ଼କୁ ଭାଙ୍ଗିଲେ ବାବୁ ସିଂ

୧୫ ବର୍ଷର ବିଜେଡି ଗଡ଼କୁ ଭାଙ୍ଗିଲେ ବାବୁ ସିଂ। ଏକ୍ରାମ ଭୁବନେଶ୍ୱରର ୩ଥରର ବିଧାୟକ ବିଜେଡି ହେବିଓ୍ୱେଟ ଅଶୋକ ପଣ୍ଡାଙ୍କୁ ଦେଲେ ଚେକମେଟ୍। ରାଜନୈତିକ ଗୋଟି ଚାଳନାରେ ପଛରେ ପଡ଼ିଗଲେ ଅଶୋକ।

Babu Singh

Babu Singh

Advertisment

ସଦ୍ୟ ସଦ୍ୟ ସରିଛି ୨୦୨୪ ସାଧାରଣ ନିର୍ବାଚନ। ଏଥିରେ ଅକଳ୍ପନୀୟ ରେଜଲ୍ଟ ଦେଖାଇଛି ଓଡ଼ିଶା। ୨୫ ବର୍ଷର ଦୀର୍ଘ ଅପେକ୍ଷା ପରେ ଓଡ଼ିଶାରେ ଆସିଛି ପଦ୍ମ ସୁନାମୀ। ଯେଉଁଥିରେ ଧରାଶାୟୀ ହୋଇଛନ୍ତି ବଡ଼ ବଡ଼ ହେବିଓ୍ୱେଟ ଶଙ୍ଖ ସୈନିକ। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବିଜେଡିର ଟାଣୁଆ ନେତା ତଥା ମନ୍ତ୍ରୀ ଅଶୋକ ପଣ୍ଡା। ସେ ବିଜେଡିର ଗଡ଼ ଏକ୍ରାମ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀରୁ ଲଢେଇ କରିଥିଲେ। ଯେଉଁଠି ସେ ତିନି ତିନି ଥର ବିଧାୟକ ଥିଲେ। ହେଲେ ଏଥର ସେ ରାଜନୈତିକ ଗୋଟି ଚାଳନାରେ ପଛରେ ପଡ଼ିଗଲେ ଓ ବିଜେପି ପ୍ରାର୍ଥୀ ବାବୁ ସିଂ ତାଙ୍କୁ ଦେଇଦେଲେ ଚେକ ମେଟ୍। ତେବେ ଏହି ବିଜୟକୁ ଏକ୍ରାମବାସୀଙ୍କ ସ୍ୱାଭିମାନର ବିଜୟ ବୋଲି କହିଛନ୍ତି ବାବୁ ।

Advertisment

ପ୍ରବଳ ଗରମ ଗୁଳୁଗୁଳିକୁ ଭୃକ୍ଷେପ ନକରି ଜୋରଦାର ପ୍ରଚାର କରିଥିଲେ ବିଜେଡି ଓ୍ୱାରିଅର ଅଶୋକ ପଣ୍ଡା ଓ ବିଜେପିର ବାବୁ ସିଂ। ଏଥର ମଧ୍ୟ ଗଡ଼ ବଞ୍ଚାଇବା ଲକ୍ଷ୍ୟରେ ଥିଲେ ଅଶୋକ, ସେପଟେ ଏକାମ୍ରର ସ୍ୱାଭିମାନ ପାଇଁ ଳଢୁଥିବା କହିଥିଲେ ବାବୁ ସିଂ। ଭୋଟ୍ ଗଣନା ଦିନ ଦୁହିଁଙ୍କ ଭିତରେ ଚାଲିଥିଲା ଜୋରଦାର ଟକ୍କର।

ହେଲେ ଶେଷରେ ବାବୁ ସିଂଙ୍କୁ ବିଜୟ ମୁକୁଟ ପିନ୍ଧାଇଥିଲେ ଏକାମ୍ର ଜନତା। ଅଶୋକଙ୍କୁ ମୋଟ ୬୯,୮୬୧ ଖଣ୍ଡ ଭୋଟ ମିଳିଥିବା ବେଳେ ବାବୁଙ୍କୁ ୭୪,୮୪୪ ଖଣ୍ଡ ଭୋଟ ମିଳିଥିଲା। ସମୁଦାୟ ୫୦୨୩ ଖଣ୍ଡ ଭୋଟରେ ଏକାମ୍ର ଭୁବନେଶ୍ୱର ଅକ୍ତିଆର କରିଥିଲେ ବିଜେପି ପ୍ରାର୍ଥୀ ବାବୁ ସିଂ। ଗତ ୧୫ ବର୍ଷ ଧରି ଏକାମ୍ର ଭୁବନେଶ୍ୱରର ବିଧାୟକ ଥିବା ଅଶୋକ ନିଜ ଗଡ଼ ବଞ୍ଚାଇପାରି ନଥିଲେ।

Advertisment

୨୦୨୪ ନିର୍ବାଚନ ଓଡ଼ିଶା ପାଇଁ ଆଣି ଦେଇଛି ବିରାଟ ପରିବର୍ତ୍ତନ। ୧୪୭ ବିଧାସଭା ଆସନରୁ ବିଜେପିକୁ ୭୮ଟି ଆସନ ମିଳିଥିବାବେଳେ ବିଜେଡିକୁ ୫୧ ଓ କଂଗ୍ରେସକୁ ୧୪ଟି ଆସନ ମିଳିଛି। ସେହିପରି ୨୧ ଲୋକସଭା ଆସନରୁ ୨୦ଟି ବିଜେପି ଓ ଗୋଟିଏ କଂଗ୍ରେସକୁ ମିଳିଥିବା ବେଳେ ବିଜେଡି ହାତ ଖାଲି ପଡ଼ିଛି।

Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ