Advertisment

ଆସୁ ଆସୁ ବର୍ଷିଲେ ଶାହ; କହିଲେ, ଅଫିସରଙ୍କ ମାଧ୍ୟମରେ ଭ୍ରଷ୍ଟାଚାର ଚଳାଇଛି ନବୀନ ସରକାର

ସୋନପୁରରେ ଜନସଭାରେ ଯୋଗ ଦେଇଛନ୍ତି ଶାହ। ସାରା ପଶ୍ଚିମ ଓଡ଼ିଶାରୁ ବିଜେପି କର୍ମୀ ଆଜି ଶାହଙ୍କୁ ଶୁଣିବାକୁ ସୋନପୁର ଆସିଛନ୍ତି। ରାମେଶ୍ୱରମ ଷ୍ଟାଡିୟମରେ ନିର୍ବାଚନୀ ସଭାକୁ ସମ୍ବୋଧନ କରିଛନ୍ତି ଶାହ। ଏହି ଅବସରରେ ଶାହ ଜୟ ଜଗନ୍ନାଥ, ଜୟ ଶ୍ରୀରାମ କହି ଭାଷଣ ଆରମ୍ଭ କରିଛନ୍ତି।

ଅଦ୍ୟତନ ହୋଇଛି
Amit Shah targets CM Naveen Pattnaik

Amit Shah

Advertisment

ଓଡିଶା ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଝାରସୁଗୁଡ଼ା ବିମାନ ବନ୍ଦରରେ ସ୍ୱତନ୍ତ୍ର ବିମାନ ଯୋଗେ ପହଞ୍ଚିଲେ ଶାହ। ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ସୋନପୁରରେ ପହଞ୍ଚିଛନ୍ତି ଶାହ। ସୋନପୁରରେ ବିଶାଳ ସମାବେଶ ପାଇଁ ଜୋରସୋରରେ ଆୟୋଜନ ହୋଇଛି।

Advertisment

ସୋନପୁରରେ ଜନସଭାରେ ଯୋଗ ଦେଇଛନ୍ତି ଶାହ। ସାରା ପଶ୍ଚିମ ଓଡ଼ିଶାରୁ ବିଜେପି କର୍ମୀ ଆଜି ଶାହଙ୍କୁ ଶୁଣିବାକୁ ସୋନପୁର ଆସିଛନ୍ତି। ରାମେଶ୍ୱରମ ଷ୍ଟାଡିୟମରେ ନିର୍ବାଚନୀ ସଭାକୁ ସମ୍ବୋଧନ କରିଛନ୍ତି ଶାହ। ଏହି ଅବସରରେ ଶାହ ଜୟ ଜଗନ୍ନାଥ, ଜୟ ଶ୍ରୀରାମ କହି ଭାଷଣ ଆରମ୍ଭ କରିଛନ୍ତି। ସେ ଉପସ୍ଥିତ ଲୋକଙ୍କୁ ପଚାରିଛନ୍ତି ଯେ, ଓଡ଼ିଶାରେ ୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ। ଓଡ଼ିଶାରେ ପ୍ରଥମ ଥର ବିଜେପି ସରକାର ବନେଇବା କି ନାହିଁ। ଓଡ଼ିଶାରେ ପ୍ରଥମ ଥର ବିଜେପି ସରକାର କରିବା ବୋଲି ସମର୍ଥକଙ୍କୁ ଆହ୍ୱାନ ଦେଇଛନ୍ତି।

ଅଧିକ ପଢ଼ନ୍ତୁ: ‘ମୋଦି ସରକାର ଚାଉଳ ଦେଉଛନ୍ତି, ନବୀନ ସେଥିରେ ଷ୍ଟାମ୍ପ ମାରି ମିଛ କହୁଛନ୍ତି’

Advertisment

ସେ ଆହୁରି କହିଛନ୍ତି ଯେ, ଓଡ଼ିଶାକୁ ପ୍ରଥମ ଥର ମୁଁ ନିର୍ବାଚନ ପ୍ରଚାର ପାଇଁ ଆସିଛି। ସାରା ଦେଶରେ ଯୁଆଡ଼େ ଯାଇଛି ସବୁଠି ମୋଦି ନାରା। ଆଜି ଓଡ଼ିଶାରେ ବି ପୂରା ମାହୋଲ ମୋଦି ମୟ ରହିଛି। ଓଡ଼ିଶା ଲୋକ ବି ମୋଦିଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବେ। ଓଡ଼ିଶାର ଭାଷା, ସଂସ୍କୃତି ଗୌରବ ପାଇଁ ବିଜେପି ସରକାର ବନିବା ଦରକାର।

ଜନସଭାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଶାହ। କହିଲେ, ଏଠାକାର ସରକାର ଓଡ଼ିଶାକୁ ବିକାଶରୁ ଦୂରରେ ରଖିଛି। ଅଫିସରଙ୍କ ମାଧ୍ୟମରେ ଭୟଙ୍କର ଭ୍ରଷ୍ଟାଚାର କରିଛି ଏଠାକାର ସରକାର। ଓଡ଼ିଆ ଭାଷା, ସଂସ୍କୃତି ଗୌରବରୁ ବଞ୍ଚିତ ରଖିଛି। ସବୁଠୁ ଅଧିକ ପ୍ରାକୃତିକ ସଂପଦ ଓଡ଼ିଶାରେ ରହିଛି। ସବୁଥାଇ ବି ଓଡ଼ିଶା ସମୃଦ୍ଧିଠାରୁ ଦୂରରେ ରହିଛି। ଓଡ଼ିଶା ଲୋକ ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ୟ ଯାଉଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ବିଜେପି ସରକାର ବନାନ୍ତୁ। ବିଜେପି ସରକାର ଆସିଲେ ଜଣେ କାହାକୁ ବାହାର ରାଜ୍ୟ ଯିବାକୁ ପଡ଼ିବନି।

Advertisment

ସେ ଆହୁରି କହିଛନ୍ତି, ଏଠାକାର ସରକାର ରାମ ମନ୍ଦିର ଉତ୍ସବକୁ ଡାଇଭର୍ଟ କରିବାକୁ ଚେଷ୍ଟା କଲେ। କିନ୍ତୁ ମୋ ଓଡ଼ିଶାବାସୀ ରାମ ମନ୍ଦିର ଉତ୍ସବକୁ ପାଳନ କଲେ। ମୋଦି ଆତଙ୍କବାଦ, ନକ୍ସଲବାଦକୁ ସମାପ୍ତ ପାଇଁ ଚେଷ୍ଟିତ। ମୋଦି ସରକାର ପାକିସ୍ତାନରେ ପଶି ସର୍ଜିକାଲ ଷ୍ଟ୍ରାଇକ କଲେ। ଦେଶକୁ ସୁରକ୍ଷିତ ରଖିବା ପାଇଁ ପାକିସ୍ତାନରେ ପଶି ଷ୍ଟ୍ରାଇକ କଲେ। ମୋଦି ସରକାର ଗରିବଙ୍କୁ ଚାଉଳ ଦେଲେ, ନବୀନ ନାଁ ନେଉଛନ୍ତି। ମୋଦି ଚାଉଳ ଦେଉଛନ୍ତି, ନବୀନ ସେଥିରେ ଷ୍ଟାମ୍ପ ମାରି ମିଛ କହୁଛନ୍ତି। ଓଡ଼ିଶାବାସୀଙ୍କୁ ଆୟୁଷ୍ମାନ ଭାରତ ସୁଫଳ ମିଳୁନାହିଁ। ନବୀନ ବାବୁଙ୍କୁ ଡର ଲାଗୁ ହେଲେ ମୋଦି ନାଁ ନେଇଯିବେ।

ବିଜେପି ସରକାର ବନାନ୍ତୁ, ଆୟୁଷ୍ମାନ ଯୋଜନା ଲାଗୁ ହେବ। କପଡ଼ା, ଆଗ୍ରୋ ଇଣ୍ଡଷ୍ଟ୍ରୀ ଏଠାରେ କରିବୁ, ଲୋକ ବାହାରକୁ ଯିବେନି। ମୋଦିଙ୍କ ସବୁ ଅନୁଦାନକୁ ଏଠା ସରକାର ନିଜ ନାଁରେ ନେଇଯାଉଛି। ନବୀନ ବାବୁଙ୍କ ଫଟୋ ଲଗାଇ ସବୁ ନିଜ ନାଁରେ ନେଇଯାଉଛନ୍ତି। ଓଡ଼ିଶାବାସୀ ଜାଣିଛନ୍ତି ଚାଉଳ, ଘର ମୋଦି ହିଁ ଦେଉଛନ୍ତି। କାଶୀ ବିଶ୍ୱନାଥ ଭଳି ପୁରୀକୁ ସାରା ବିଶ୍ୱରେ ମହିମାମଣ୍ଡିତ କରାଯିବ। ସବୁଠାରୁ ଅଧିକ ଖଣିଜ ସଂପଦ ଏଇଠି, ସବୁଠାରୁ ଅଧିକ ଗରିବ ବି ଏଇଠି। ରାଜ୍ୟ ସରକାର ଓଡ଼ିଶାର ଖଣିଜ ସଂପଦକୁ ଲୁଟି ଚାଲିଛନ୍ତି। ବିଜେପି ସରକାର ବନାନ୍ତୁ, ଖଣିଜ ସଂପଦର ସୁବିନିଯୋଗ ହେବ। ଏଭଳି କହି ରାଜ୍ୟ ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି ଅମିତ ଶାହ।

ସେ ଆହୁରି କହିଛନ୍ତି, ନବୀନଙ୍କ ଶାସନ କାଳରେ ଓଡ଼ିଶା ଅନେକ ପଛକୁ ଚାଲିଯାଇଛି। ଯେଉଁଠି ଡବଲ ଇଂଜିନ ସରକାର ହୋଇଛି, ସେଠି ବିକାଶ ହୋଇଛି। ଓଡ଼ିଶାକୁ ବିକାଶ, ସମୃଦ୍ଧଶାଳୀ କରିବାର ସମୟ ଆସିଛି। ନବୀନ ବାବୁଙ୍କୁ ୨୫ ବର୍ଷ ଦେଇଛନ୍ତି, ବିଜେପିକୁ ୫ ବର୍ଷ ଦିଅନ୍ତୁ। ୫ ବର୍ଷରେ ଓଡ଼ିଶାକୁ ଦେଶରେ ଏକ ନମ୍ବର କରିବୁ। ବିଜେପିକୁ ଆପଣଙ୍କର ଓ ମହାପ୍ରଭୁଙ୍କର ଆଶୀର୍ବାଦ ଦରକାର। ଲୋକସଭା ସହ ଓଡ଼ିଶା ବିଧାନସଭାରେ ବହୁମତ ଦରକାର। ୨୦ରୁ ଅଧିକ ଲୋକସଭା ଜିତି ମୋଦିଙ୍କୁ ୩ୟ ଥର ପ୍ରଧାନମନ୍ତ୍ରୀ କରିବା। ଓଡ଼ିଶାରେ ବିଜେପି ସରକାର ଗଠନ ପାଇଁ ଶପଥ ନିଅନ୍ତୁ।

Amit Shah BJP Odisha Politics General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ