ନବୀନ ବାବୁ ଘୋଟାଲାକାରୀଙ୍କୁ ଜେଲ୍ ପୂରାଇ ପାରିବେ କି : ଅମିତ୍ ଶାହ

ଅମିତ୍ ଶାହଙ୍କ ଗର୍ଜନରେ କମ୍ପିଲା ପାଣିକୋଇଲି ସଭା । କୋରେଇ ପାଣିକୋଇଲି ସଭାରେ ଅମିତ ଶାହଙ୍କ ବକ୍ତବ୍ୟ । ଚିଟଫଣ୍ଡ ଘୋଟାଲାକାରୀଙ୍କୁ ଜେଲ୍‌ରେ ପୂରାଯିବ କି ନାହିଁ ବୋଲି ପ୍ରଶ୍ନ କରିଛନ୍ତି ।

Amit Shah

ଅମିତ୍ ଶାହଙ୍କ ଗର୍ଜନରେ କମ୍ପିଲା ପାଣିକୋଇଲି ସଭା । କୋରେଇ ପାଣିକୋଇଲି ସଭାରେ ଅମିତ ଶାହଙ୍କ ବକ୍ତବ୍ୟ । ଚିଟଫଣ୍ଡ ଘୋଟାଲାକାରୀଙ୍କୁ ଜେଲ୍‌ରେ ପୂରାଯିବ କି ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ଏ ନବୀନ ବାବୁ ଘୋଟାଲାକାରୀଙ୍କୁ ଜେଲ୍ ପୂରାଇ ପାରିବେ କି? ବିଜେପି ସରକାର ବନାନ୍ତୁ, ଘୋଟାଲାକାରୀଙ୍କୁ ଜେଲ୍‌ ପୂରାଇବୁ । ଘୋଟାଲା କରିଥିବା ଲୋକଙ୍କୁ ଓଲଟା ଲଟକାଇ ଦିଆଯିବ ବୋଲି ଶାହ କହିଛନ୍ତି ।

ନବୀନ ଜଣେ ତାମିଲ ଲୋକକୁ ଉତ୍ତରାଧିକାରୀ କରିବାକୁ ଯାଉଛନ୍ତି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ତାମିଲନାଡୁ ଲୋକକୁ କରାଯିବ କି ? ବିଜେପିକୁ ଜିତାନ୍ତୁ, ଜଣେ ଓଡ଼ିଆ ସନ୍ତାନକୁ ମୁଖ୍ୟମନ୍ତ୍ରୀ କରାଯିବ । ବିଜେପି ସରକାର ଆସିଲେ ଦୁର୍ନୀତିଗ୍ରସ୍ତ ସବୁ ବାବୁ ଜେଲରେ ପଶିବେ ବୋଲି କହିଛନ୍ତି ଶାହ ।

ଅଧିକ ପଢ଼ନ୍ତୁ: ୪ ଜୁନ୍ ପରେ ନବୀନ ହେବେ ପୂର୍ବ ମୁଖ୍ୟମନ୍ତ୍ରୀ: ଅମିତ୍ ଶାହ

ସେପଟେ ଚାନ୍ଦବାଲିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିଜେଡି ସରକାର ବିରୋଧରେ ଆରମ୍ଭରୁ ବର୍ଷିଛନ୍ତି । ୪ ଜୁନ୍‌ରେ ନବୀନ ହେବେ ‘ପୂର୍ବ ମୁଖ୍ୟମନ୍ତ୍ରୀ’ବୋଲି କହିଲେ । ୬ ପର୍ଯ୍ୟାୟ ସରିଲାଣି, ୫ ପର୍ଯ୍ୟାୟ ରିପୋର୍ଟ ଅଛି । ୫ ପର୍ଯ୍ୟାୟରେ ମୋଦିଜୀ ୩୧୦ ସିଟ୍‌ ଜିତି ସାରିଲେଣି ବୋଲି କହିଛନ୍ତି ଅମିତ୍ ଶାହ ।

ସପ୍ତମ ପର୍ଯ୍ୟାୟ ଶେଷ ସୁଦ୍ଧା ଚାର୍‌ଶୋ ପାର୍‌ କରିବାକୁ ପଡ଼ିବ । ଓଡ଼ିଶାରେ ବି ମୋଦିଙ୍କ ସରକାର ବନାଇବାକୁ ପଡ଼ିବ । ୭୫ରୁ ଅଧିକ ସିଟ୍‌ ଜିତି ଡବଲ ଇଂଜିନ ସରକାର କରିବ ବିଜେପି । ୪ ଜୁନ୍‌ରେ ରେଜଲ୍ଟ ଆସିବ, ନବୀନ ବାବୁ ପୂର୍ବ ମୁଖ୍ୟମନ୍ତ୍ରୀ ହୋଇଯିବେ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଜଗନ୍ନାଥଙ୍କ ଭକ୍ତ ହିଁ ହେବ ବୋଲି କହିଛନ୍ତି ଶାହ ।

ଅଧିକ ପଢ଼ନ୍ତୁ: ବର୍ଷିଲେ ଶାହ; କହିଲେ, ଖାଲି ଅଖାରେ ପେଟ ପୁରିବନି, ୫ କେଜି ଚାଉଳ ଦିଅ

୨୫ ବର୍ଷ ପରେ ଓଡ଼ିଶାକୁ ଓଡ଼ିଆ ଲେଖାପଢ଼ା ମୁଖ୍ୟମନ୍ତ୍ରୀ ମିଳିବ । ବିଜେପିକୁ ଭୋଟ ଦିଅନ୍ତୁ, ଆପଣଙ୍କ ଜନସେବକ ଏଠି ଶାସନ କରିବେ । ଓଡ଼ିଶାର ଅସ୍ମିତା ବଞ୍ଚାଇବା କି ନାହିଁ ପଚାରିଲେ ଶାହ । ତାମିଲ ବାବୁ ନା ମୁଖ୍ୟମନ୍ତ୍ରୀ ପରିଚାଳନା କରିବେ? ଏ ନିର୍ବାଚନ ଓଡ଼ିଆ ଅସ୍ମିତା, ଭାଷା, କଳା, ସ୍ୱାଭିମାନର ନିର୍ବାଚନ ।

ଜଣେ ତାମିଲବାବୁ ପରଦା ପଛରେ ରହି ଶାସନ କରିବେ କି? ବିଜେପିକୁ ଭୋଟ ଦିଅନ୍ତୁ, ଆପଣଙ୍କ ଜନସେବକ ଏଠି ଶାସନ କରିବେ ବୋଲି କହିଛନ୍ତି ଅମିତ୍ । ସେହିପରି ଓଡ଼ିଶା ଦେଶର ଅନ୍ୟତମ ସମୃଦ୍ଧ ପ୍ରଦେଶ । ଖଣିଜ ସଂପଦରେ ଭରପୂର, ପାଣିରେ ଭର୍ତ୍ତି । କିନ୍ତୁ ନବୀନ ବାବୁଙ୍କ ପାଇଁ ଓଡ଼ିଶା ଲୋକ ଗରିବ ବୋଲି କହିଛନ୍ତି ।

ଓଡ଼ିଶାର ଯୁବବର୍ଗ ପେଟ ପୋଷିବାକୁ ବାହାରକୁ ଯାଉଛନ୍ତି । ବିଜେପିକୁ ଭୋଟ ଦିଅନ୍ତୁ, ସମୃଦ୍ଧ ଓଡ଼ିଶା ବନାଇବୁ । ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରିବୁ, ଯୁବବର୍ଗଙ୍କୁ ଏଇଠି ଚାକିରି ମିଳିବ ବୋଲି କହିଲେ । ତାମିଲ ବାବୁ ଓଡ଼ିଆ ଲୋକଙ୍କୁ ରାମ ଉତ୍ସବରୁ ବାରଣ କଲେ । ପ୍ରଭୁ ଜଗନ୍ନାଥଙ୍କ ସମ୍ମାନ ସହ ଖେଳକୁ ବରଦାସ୍ତ କରିବା ଉଚିତ କି ବୋଲି ପ୍ରଶ୍ନ କରିଛନ୍ତି ଶାହ ।

ଜଗନ୍ନାଥ ପରମ୍ପରା ଅନୁସାରେ ଜଗନ୍ନାଥ ମନ୍ଦିର ଚାଲିବା ଉଚିତ କି ନାହିଁ । ନବୀନ ବାବୁଙ୍କୁ ପଚାରୁଛି, ରତ୍ନଭଣ୍ଡାର ଚାବି କୁଆଡ଼େ ଗଲା । ଡୁପ୍ଲିକେଟ ଚାବି ହୋଇଛି କି ନାହିଁ ନବୀନ ବାବୁଙ୍କୁ ପଚାରୁଛି । ଯାଞ୍ଚ ରିପୋର୍ଟ କାହିଁକି ଚାପିଛନ୍ତି, ବିଜେଡି କାହାକୁ ବଞ୍ଚାଇବାକୁ ଚାହୁଁଛି । ବିଜେପି ସରକାର ଆସିଲେ ମାସକରେ ଯାଞ୍ଚ ରିପୋର୍ଟ ସାର୍ବଜନୀନ ହେବ ବୋଲି କହିଛନ୍ତି ଶାହ ।

ଅଧିକ ପଢ଼ନ୍ତୁ: ମୋଦିଙ୍କ ଦୃଢୋକ୍ତି; ଖୁବଶୀଘ୍ର ଓଡ଼ିଶାର ଭାଗ୍ୟ ପରିବର୍ତ୍ତନ ହେବ, ବଦଳିବ ସରକାର