ନିର୍ବାଚନ ପୂର୍ବରୁ ECIଙ୍କ ନିର୍ଦ୍ଦେଶ, ଓଡ଼ିଶାରୁ ବଦଳିବେ ୨ SP ଓ ଜଣେ ଜିଲ୍ଲାପାଳ

ଯେଉଁ ଅଧିକାରୀମାନେ IAS ଓ IPS ନ ହୋଇ ଏଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଛନ୍ତି ସେମାନଙ୍କୁ ବଦଳି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ ।

ECI

ସାଧାରଣ ନିର୍ବାଚନ ପୂର୍ବରୁ ବଦଳିବେ ୪ ରାଜ୍ୟର ଜିଲ୍ଲାପାଳ ଓ ଏସପି। ଏହି ୪ ରାଜ୍ୟ ମଧ୍ୟରୁ ଓଡ଼ିଶାରେ ୨ ଜଣ ଏସପି ଓ ଜଣେ ଜିଲ୍ଲାପାଳଙ୍କୁ ତୁରନ୍ତ ବଦଳି ପାଇଁ କୁହାଯାଇଛି । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ। ECIଙ୍କ ନିର୍ଦ୍ଦେଶ ଅନୁସାରେ ଢେଙ୍କାନାଳ ଜିଲ୍ଲାପାଳ, ଦେବଗଡ଼ ଓ କଟକ ଗ୍ରାମାଞ୍ଚଳ ଏସପିଙ୍କୁ ବଦଳି ପାଇଁ କୁହାଯାଇଛି। ଅଣକ୍ୟାଡର ଅଫିସର ହୋଇଥିବାରୁ ଏମାନଙ୍କୁ ତୁରନ୍ତ ବଦଳି କରିବାକୁ ECI ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ଯେଉଁ ଅଧିକାରୀମାନେ IAS ଓ IPS ନ ହୋଇ ଏଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଛନ୍ତି ସେମାନଙ୍କୁ ବଦଳି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ । କେବଳ ଓଡ଼ିଶାର ୩ ଅଧିକାରୀ ନୁହଁନ୍ତି ଗୁଜରାଟ, ପଞ୍ଜାବ ଓ ପଶ୍ଚିମବଙ୍ଗର ମଧ୍ୟ ଅଣକ୍ୟାଡର ଏସପି ଓ କଲେକ୍ଟରଙ୍କୁ ବଦଳି କରିବାକୁ ECI ନିର୍ଦ୍ଦେଶ ଜାରି କରିଛନ୍ତି ।