Advertisment

BJDରେ ଅସମ୍ଭାଳ ବିଦ୍ରୋହ, ଟିକେଟ୍ କଟିବା ପରେ ଅସନ୍ତୋଷ ଝାଡ଼ିଲେ ରଘୁନନ୍ଦନ ଓ ସୁନନ୍ଦା

କାକଟପୁରରେ ସ୍ୱାଧୀନ ଲଢ଼ିବାକୁ ସୁର ସେଠୀଙ୍କ ଚେତାବନୀ । ଟିକେଟ୍ ଗୋଳମାଳ ନେଇ କଂଗ୍ରେସରେ ବି ବିଦ୍ରୋହର ସ୍ୱର ।

undefined

Odisha Politics BJD

Advertisment

ବରୀ, ବାଲିକୁଦା-ଏରସମା, କାକଟପୁର। ସପ୍ତମ ପର୍ଯ୍ୟାୟରେ ବିଜେଡି ଘୋଷଣା କରିଥିବା ୬ ବିଧାନସଭା ମଧ୍ୟରୁ ଏହି ୩ ଆସନରେ ଚରମରେ ବିଦ୍ରୋହ। ଟିକେଟ ଘୋଷଣା ହେଉ ହେଉ ଆଶାୟୀଙ୍କ ବିରୋଧ । ନେତୃତ୍ୱକୁ ଚାଲେଞ୍ଜ।

Advertisment

ବରୀରେ ବିଧାୟିକା ସୁନନ୍ଦା ଦାସଙ୍କ ଟିକଟ୍ କଟିବା ପରେ ସେ ଖୋଲାଖୋଲି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କହିଛନ୍ତି ମୋ ରିପୋର୍ଟ କାର୍ଡ ଆଉ ସର୍ଭେ ଭଲ ଥିଲା ବୋଲି ଦଳ କହିଥିଲା। ହେଲେ କେଉଁ ଗ୍ରାଉଣ୍ଡରେ ଟିକେଟ କାଟିଲା ଦଳ ? ଦଳରେ ଥିବା କୁଚକ୍ରୀ ଗୋଷ୍ଠୀ ଟିକଟ୍ କାଟି ଦେଲେ, ତାଙ୍କ କଥା ଜଗନ୍ନାଥ ବିଚାର କରିବେ ବୋଲି କାନ୍ଦ କାନ୍ଦ ହୋଇ କହିଛନ୍ତି ସୁନନ୍ଦା।

ସମାନ ବିଦ୍ରୋହ ବାଲୁକିଦା-ଏରସମାରେ। ଏଠି ନୂଆ ପ୍ରାର୍ଥୀ ଭାବେ ଶାରଦା ପ୍ରସନ୍ନ ଜେନାଙ୍କୁ ଟିକଟ୍ ଦେଇଥିବା ବେଳେ ବରିଷ୍ଠ ନେତା ରଘୁନନ୍ଦନ ଦାସଙ୍କ ଟିକେଟ କାଟିଛି ଦଳ। ରଘୁଙ୍କୁ ମ୍ୟାନେଜ କରିବାକୁ ନବୀନ ନିବାସ ଡକାଇ ସୁପ୍ରିମୋ ଆଲୋଚନା କରିଥିଲେ ମଧ୍ୟ ସେ ମାନିବାକୁ ନାରାଜ। ଦଳ ଉପରେ ତୀବ୍ର ଅସନ୍ତୋଷ ଝାଡ଼ି କହିଛନ୍ତି ମୋତେ ତିନି ତୁଣ୍ଡରେ ଛେଳିକୁକୁର ପରି କରି ଦିଆଗଲା। କୁଚକ୍ରୀଗୋଷ୍ଠୀ ମୋର ସ୍ୱାସ୍ଥ୍ୟଗତ କାରଣକୁ ଅପପ୍ରଚାର କରି, ନବୀନ ନିବାସରେ ମୋ ବିରୋଧରେ ଅସନ୍ତୋଷ ଥିବା କଥା କୁହାଗଲା। କର୍ମୀଙ୍କ ସହ କଥା ହୋଇ ପରବର୍ତ୍ତୀ କାର୍ଯ୍ୟାପନ୍ଥା ସ୍ଥିର କରିବେ ବୋଲି କହିଛନ୍ତି ରଘୁନନ୍ଦନ। ଏଠି ଖାଲି ରଘୁନନ୍ଦନ ନୁହନ୍ତି, ଯୁବ ନେତା ତଥା ଟିକେଟ ଲବିରେ ଥିବା ସୌମ୍ୟଜିତ ମହାପାତ୍ର ବି ଅସନ୍ତୁଷ୍ଟ ହୋଇଛନ୍ତି।

Advertisment

କାକଟପୁର ନିର୍ବାଚନ ମଣ୍ଡଳୀରେ ବି ସମାନ ଚିତ୍ର। ଏଠୁ ରିପିଟ୍ ହୋଇଛନ୍ତି ତୁଷାରକାନ୍ତି ବେହେରା। ହେଲେ ଅସନ୍ତୁଷ୍ଟ ପୂର୍ବତନ ବିଧାୟକ ତଥା ଆଶାୟୀ ନେତା ସୁରେନ୍ଦ୍ର ସେଠୀ। ଏମିତି କି ନିର୍ବାଚନ ପୂର୍ବରୁ ବି ବାରମ୍ବାର ପାୱାର ଶୋ କରି ଟିକଟ ଦାବି କରି ଆସୁଥିଲେ। ଟିକଟ୍ ନମିଳିବା ପରେ ସୁରେନ୍ଦ୍ର କହିଛନ୍ତି, ଯେମିତି ହେଲେ ସେ ନିର୍ବାଚନ ଲଢ଼ିବେ।

ଏଣେ ଟିକଟ୍ ଘୋଷଣା ପରେ କଂଗ୍ରେସ ଭିତରେ ବି ତେଜିଛି ବିଦ୍ରୋହର ସ୍ୱର। ପିପିଲି, ବ୍ରହ୍ମଗିରି ଓ ଜୟଦେବ ଆସନରେ ତେଜିଛି ବିଦ୍ରୋହ ଆଉ ବିବାଦ। ପିପିଲିରେ ଜ୍ଞାନରଞ୍ଜନ ପଟ୍ଟନାୟକଙ୍କୁ ଟିକେଟ ଦେବା ପରେ କଂଗ୍ରେସ ଭବନରେ ଧାରଣାରେ ବସିଥିଲେ ନିଶିକାନ୍ତ ମିଶ୍ରଙ୍କ ସମର୍ଥକ। ସେହିପରି ବ୍ରହ୍ମଗିରିରେ ବି ମିତ୍ରଭାନୁ ମହାପାତ୍ରଙ୍କ ଟିକଟକୁ ବିରୋଧ କରି ବିଦ୍ରୋହ। ସବୁଠୁ ଅଧିକ ଅଶାନ୍ତ ଜୟଦେବ ଆସନରେ କୃଷ୍ଣ ସଗରିଆଙ୍କ ଟିକେଟକୁ ନେଇ। ଗତକାଲି କଂଗ୍ରେସ ଭବନରେ  ଧାରଣା ସହ ଆଜି ପ୍ରଭାରୀ ଅଜୟ କୁମାରଙ୍କୁ ଭେଟିଛନ୍ତି ସମସ୍ତ ବିଦ୍ରୋହୀ ଗୋଷ୍ଠୀ। ଅଜୟ କୁମାର ବି ମାନିଛନ୍ତି ୧୦ରୁ ୧୫ ଜାଗାରେ ସମସ୍ୟା ହୋଇଛି, ତାର ପୁନର୍ବିଚାର କରାଯିବ। 

Advertisment

BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ