Advertisment

ଟଳମଳ ବିଜେଡି ଡଙ୍ଗା; ୧୬୮ ସିଟ୍‌କୁ ୧୦ ହଜାର ଆଶାୟୀ..

ବିଜେଡି ଡଙ୍ଗାରେ ଅସମ୍ଭାଳ ଭିଡ଼। ବିଧାନସଭା, ଲୋକସଭା ମିଶାଇ ଆସନ ୧୬୮। ହେଲେ ଆବେଦନ ପାଇଁ ଭିଡ଼ ପ୍ରାୟ ୬୦ ଗୁଣ ଅଧିକା। ଟିକେଟ୍ ପାଇଁ ଦଳରେ ୧୦ ହଜାର ଆଶୟୀ।

undefined

BJD Ticket

Advertisment

ବିଦ୍ରୋହର ବାରୁଦ ଗଦାରେ ଛିଡ଼ା ହୋଇଛି କି ବିଜେଡି ? କାହିଁକି ନା ୧୪୭ ବିଧାନସଭା ଆଉ ୨୧ ଲୋକସଭା ଆସନ ପାଇଁ ଦଳ ପାଖରେ ଆଶାୟୀ ପ୍ରାୟ ୧୦ ହଜାର। ତେଣୁ ସ୍ୱାଭାବିକ, ଜଣକୁ ଟିକେଟ ମିଳିଲେ ଅନ୍ୟ ସବୁ ନିରାଶ ହେବେ, ଅସନ୍ତୁଷ୍ଟ ବି ହେବେ। ବଡ଼ ପ୍ରଶ୍ନ କେତେ ଜଣଙ୍କୁ ମ୍ୟାନେଜ୍ କରିପାରିବ ଦଳ, ଆଉ କେତେଜଣ ଦଳ ପାଇଁ ସାଜିପାରନ୍ତି ରାଜୁ ଦାସ ? ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ଚର୍ଚ୍ଚା ଆଲୋଚନା।

Advertisment

ବିଜେଡି ଡଙ୍ଗାରେ ଅସମ୍ଭାଳ ଭିଡ଼। ବିଧାନସଭା, ଲୋକସଭା ମିଶାଇ ଆସନ ୧୬୮। ହେଲେ ଆବେଦନ ପାଇଁ ଭିଡ଼ ପ୍ରାୟ ୬୦ ଗୁଣ ଅଧିକା। ଟିକେଟ୍ ପାଇଁ ଦଳରେ ୧୦ ହଜାର ଆଶୟୀ। ଯଦି ଏତେ ସଂଖ୍ୟକ ଆଶାୟୀ, ତାହେଲେ ଟିକେଟ କଟିଲେ କେତେ ହେବେ ବିଦ୍ରୋହୀ ? ତିଆରି ହେବେନି ତ ହଜାର ହଜାର ରାଜୁ ଦାସ ? ଅସନ୍ତୁଷ୍ଟଙ୍କୁ ମ୍ୟାନେଜ୍ କରି ପାରିବ ତ ବିଜେଡି?

ଗତକାଲି ସୋସିଆଲ ମିଡିଆ ଏକ୍ସରେ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସୂଚନା ପରେ ଆରମ୍ଭ ହୋଇଛି କଳ୍ପନାଜଳ୍ପନା। ମ୍ୟାନେଜ୍ ପାଇଁ ସବୁଠୁ ବଡ଼ ଚାଲେଞ୍ଜ ହେଲା ଆଉ କାମ କରୁନି ନବୀନଙ୍କ ଟ୍ରଷ୍ଟ। କାହିଁକି ନା ପୂର୍ବରୁ ମଧ୍ୟ ଟିକେଟ କଟିବା ପରେ କାହାକୁ ରାଜ୍ୟସଭା ତ ଆଉ କେତେ ନେତାଙ୍କୁ ଲଲିପପ ଧରାଇଥିଲେ ନବୀନ। ହେଲେ ପ୍ରତିଶ୍ରୁତି ଦେଇ ମଧ୍ୟ ଥଇଥାନ କରି ପାରିଲେନି। ତେଣୁ ଦଳରେ ପୁରୁଖା ନେତାମାନେ ଥାଉ ଥାଉ, ଆମଦାନୀ ହୋଇଥିବା ନେତା ଆଉ ନୂଆ ମୁହଁ ଟିକେଟ ନେଲେ କର୍ମୀ ତାକୁ କେତେ ଗ୍ରହଣ କରିବେ ତାକୁ ନେଇ ବି ଚର୍ଚ୍ଚା ଆରମ୍ଭ ହେଲାଣି।

Advertisment

ଅନ୍ୟ ପଟେ ଏ ପ୍ରସଙ୍ଗରେ କଟାକ୍ଷ କରି ବିଜେପି କହିଛି, ବିନା ପାଠ ପଢା ଓ ପରୀକ୍ଷାରେ କେବଳ ଆବେଦନର ସଂଖ୍ୟା ଦେଖି ନିଜକୁ ଫାଷ୍ଟ କ୍ଲାସ ଦେବା କୁହୁଡି ପହଁରିବା ବୋଲି। ସେହିପରି କଂଗ୍ରେସ କହିଛି ଅନେକ ବିଜେଡି ଆଶାୟୀ ଦଳ ସହ ସଂପର୍କରେ ଅଛନ୍ତି। ହେଲେ ବିଜେଡି କହିଛି ସଂଖ୍ୟା ଅଧିକ ହେଲେ ବି ଦଳ ପାଇଁ ଅଡୁଆ ହେବନି।

୧୬୮ ଆସନ ପାଇଁ ୧୦ ହଜାର ଆବେଦନ, ଅର୍ଥାତ ଗୋଟିଏ ଆସନ ପାଇଁ ହାରାହାରି ୬୦ ଆଶାୟୀ। ଯେହେତୁ ଜଣେ ହିଁ ଟିକେଟ୍ ପାଇବେ, ତେଣୁ ଅସନ୍ତୁଷ୍ଟ ହେବେ ଅନ୍ୟ ୫୯ ଜଣ। ପ୍ରଶ୍ନ ଏଭଳି ସ୍ଥିତିରେ କେତେ ଜଣଙ୍କୁ ବୁଝାଇ ପାରିବ ଦଳ? ସେପଟେ ଆଶାୟୀଙ୍କ ଅସନ୍ତୋଷ ଏବଂ ଅନ୍ତଃକନ୍ଦଳ ପ୍ରାୟ ସବୁ ନିର୍ବାଚନ ମଣ୍ଡଳୀରେ ଫୁଟି ବାହାରିଲାଣି। ଜଳେଶ୍ୱରର ବ୍ଲକ ପୂର୍ବତନ ଉପାଧ୍ୟକ୍ଷ ତଥା ସମିତି ସଭ୍ୟ ବ୍ରଜ ପ୍ରଧାନ। ଜଳେଶ୍ୱରରୁ ଏବେ ମନ୍ତ୍ରୀ ଅଶ୍ୱିନୀ ପାତ୍ର ପ୍ରତିନିଧିତ୍ୱ କରୁଥିବା ବେଳେ ବ୍ରଜ ଟିକେଟ ପାଇଁ ଲବିରେ ଅଛନ୍ତି। ଆଉ ଟିକେଟ ନମିଳିଲେ ୩୦ ହଜାର କର୍ମୀଙ୍କୁ ଧରି ଦଳ ଛାଡିବେ ବୋଲି ଚେତାବନୀ ଦେଇଛନ୍ତି ବ୍ରଜ।

Advertisment

ସେହିପରି ଗଞ୍ଜାମ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀରେ ମଧ୍ୟ ସମାନ ସ୍ଥିତି। ଏବେ ଏଠାରୁ ବିଧାୟିକା ଅଛନ୍ତି ସୂର୍ଯ୍ୟମଣି ବୈଦ୍ୟ। ହେଲେ ୨୪ରେ ଟିକେଟ ପାଇଁ ଜୋରଦାର ଲବିରେ ଅଛନ୍ତି ଦୁଇ ଦୁଇ ଥରର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ। ତାଙ୍କୁ ଯଦି ଟିକେଟ ନମିଳେ ତାହେଲେ ବିକଳ୍ପ ବ୍ୟବସ୍ଥା ଦେଖିବା ବୋଲି ସିଧା ସିଧା ଶୁଣାଇଛନ୍ତି।

ତେବେ ବିଜେଡିରେ ଆଶାୟୀଙ୍କ ସଂଖ୍ୟା ବଢିବାର କାରଣ କଣ ? ଅନେକ ଆଶାୟୀ ଭାବୁଛନ୍ତି ୨୪ ନିର୍ବାଚନ ନବୀନଙ୍କ ଶେଷ ପାଳି ହୋଇପାରେ। ତେଣୁ ଏଥର ସେମାନଙ୍କ ପାଇଁ ଶେଷ ସୁଯୋଗ। ଏହା ସହ ଦଳରେ ଟିକେଟ ପାଇଁ ସେମିତି କୌଣସି ନୀତି ନଥିବାରୁ ମଧ୍ୟ ଆବେଦନକାରୀଙ୍କ ସଂଖ୍ୟା ବଢୁଛି ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ। ତେବେ ଏଥର କିନ୍ତୁ ସଂଖ୍ୟା ଏତେ ଯେ ମ୍ୟାନେଜ କରିବା କାଠିକର ପାଠ ହୋଇପାରେ।

BJD Odisha Politics 2024 General Election
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ