Advertisment

ସବୁରି ମୁହଁରେ ଗୋଟିଏ କଥା; ବିଜେଡିକୁ ଭାରି ପଡ଼ିବ କି 'ଓଡ଼ିଆ ଅସ୍ମିତା' ଅସ୍ତ୍ର ?

ବିଜେପିର ଶୀର୍ଷ ସ୍ତରର ନେତା ଓଡ଼ିଆ ଅସ୍ମିତା ପ୍ରସଙ୍ଗକୁ ବାରମ୍ବାର ଉଖାରି ଚାଲିଥିବାରୁ ଦଳ ଯୋଜନାବଦ୍ଧ ଭାବେ ବିଜେଡି ବିରୋଧରେ ଏହାକୁ ମୁଖ୍ୟ ଅସ୍ତ୍ର କରିବାକୁ ଯାଉଥିବା ସ୍ପଷ୍ଟ ହେଉଛି।

ଅଦ୍ୟତନ ହୋଇଛି
undefined

BJP

Advertisment

୨୪ ମହାସଂଗ୍ରାମରେ ବଡ଼ ମୁଦ୍ଦା ହେବାକୁ ଯାଉଛି ଓଡ଼ିଆ ଅସ୍ମିତା। ବିଜେପିର ଶୀର୍ଷ ସ୍ତରର ନେତା ଏହି ପ୍ରସଙ୍ଗକୁ ବାରମ୍ବାର ଉଖାରି ଚାଲିଥିବାରୁ ଦଳ ଯୋଜନାବଦ୍ଧ ଭାବେ ବିଜେଡି ବିରୋଧରେ ଏହାକୁ ମୁଖ୍ୟ ଅସ୍ତ୍ର କରିବାକୁ ଯାଉଥିବା ସ୍ପଷ୍ଟ ହେଉଛି। ଏମିତିକି, ବିଜେପି ପ୍ରତିଷ୍ଠା ଦିବସରେ ସାଂସଦ ଭର୍ତ୍ତୃହରି ବି ଆଜି ଏଇ ଅସ୍ତ୍ରରେ ନାଁ ନନେଇ ସିଏମ୍ ନବୀନଙ୍କ ଉପରେ ତୀବ୍ର ହମଲା କରିଛନ୍ତି।

Advertisment

୨୪ ମହାଲଢ଼େଇର ଅସ୍ତ୍ରକୁ ନେଇ ରାଜ୍ୟ ବିଜେପି ମୁଖିଆ ମନମୋହନଙ୍କ ପ୍ରତିକ୍ରିୟା ଯେ, ଏକାକି ଲଢ଼ିବୁ, ଓଡ଼ିଆର ଅସ୍ମିତାକୁ ନେଇ ଲୋକଙ୍କ ପାଖକୁ ଯିବୁ। ସୋସିଆଲ ମିଡିଆରେ ତାଙ୍କ ପୋଷ୍ଟର ଆତ୍ମାରେ ବି ଥିଲା ସେଇ ସମାନ ଭାଷା। ଓଡ଼ିଆ-ଅସ୍ମିତା, ଓଡ଼ିଶାର ଗୌରବ ଓ ଓଡ଼ିଶାବାସୀଙ୍କ ସ୍ୱାର୍ଥ।ଆଉ ଏହା ପରକୁ ପର ସେଇ ସମାନ ଲାଇନରେ ବି ଅନ୍ୟ ନେତା।

ଗତ ୩ ତାରିଖରେ ବିଜେପି ନେତା ସିଦ୍ଧାନ୍ତ ମହାପାତ୍ରଙ୍କ ବିଜେଡି ସରକାରକୁ ଭାଷା ତୀର। ଗତକାଲି ମାଛକୁଣ୍ଡ ନଦୀ ଓଡ଼ିଶା ମାନଚିତ୍ରରେ ନଥିବାର ଖବରର ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସୋସିଆଲ୍ ମିଡିଆ ପୋଷ୍ଟ, ଯେଉଁଥିରେ ଆମର ଭୌଗୋଳିକ ସ୍ଥାନଗୁଡିକ ଓ ସୀମାନ୍ତ ଅଞ୍ଚଳର ପ୍ରସଙ୍ଗ ଗୁଡିକୁ ରାଜ୍ୟ ସରକାର ସମ୍ବେଦନଶୀଳତାର ସହ ଗୁରୁତ୍ୱ ଦେଇ ସମାଧାନର ରାସ୍ତା ବାହାର ନକରିବା ଚିନ୍ତାର ବିଷୟ ବୋଲି ଉଲ୍ଲେଖ କରି ଏହା କଣ ୨୫ ବର୍ଷ ଶାସନର ରୂପାନ୍ତରଣ ବୋଲି କହି ବର୍ଷିଥିଲେ ସେ।

Advertisment

ଆଉ ଆଜି ଥିଲା ବରିଷ୍ଠ ବିଜେପି ନେତା ତଥା ସାଂସଦ ଭର୍ତ୍ତୃହରିଙ୍କ ପାଳି। ବିଜେପିର ପ୍ରତିଷ୍ଠା ଦିବସରେ ନାଁ ନନେଇ ସିଧା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରି ଭର୍ତ୍ତୃହରି କହିଛନ୍ତି, ରୋମାନ ଲିପିରେ ଲିଖିତ ଭାଷଣ ପଢ଼ିଲେ ଅସ୍ମିତା ପ୍ରତିଷ୍ଠା ହୁଏନି। ଓଡ଼ିଆ ଅସ୍ମିତାର ଉଦ୍ଧାର, ପୁନଃପ୍ରତିଷ୍ଠା ହେଉଛି ଏଥରର ପ୍ରସଙ୍ଗ, ଯାହାକୁ ନେଇ ଆମେ ଏଥର ପ୍ରତି ଅଞ୍ଚଳକୁ ଯିବୁ। ଭର୍ତ୍ତୃହରିଙ୍କ ଏ ମନ୍ତବ୍ୟକୁ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନି।

ଅପରପକ୍ଷେ ପ୍ରଶ୍ନ ଉଠୁଛି, ପୂର୍ବ ନିର୍ବାଚନ ତୁଳନାରେ ଏଥର କାହିଁକି ବେଶି ଓଡ଼ିଆ ଅସ୍ମିତାର ଚର୍ଚ୍ଚା। ସରକାରରେ ଅଣ ଓଡ଼ିଆ ଅମଲାଙ୍କ ଆଧିପତ୍ୟର ଅଭିଯୋଗକୁ ନେଇ ବିରୋଧୀଙ୍କ ବାରମ୍ବାର ଆକ୍ରମଣ ଭିତରେ, ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ ଏକାଧିକ ଥର କଣ୍ଠକବିର ଉଚ୍ଚାରଣକୁ ନେଇ ରାଜ୍ୟବ୍ୟାପୀ ପ୍ରତିକ୍ରିୟା, ହୁଏତ ବିଜେପିକୁ ଏଦିଗରେ ଜନମତକୁ ନିଜ ଆଡ଼କୁ ମୋଡ଼ିବାକୁ ସୁଯୋଗ ସୃଷ୍ଟି କରିଛି। ତେଣୁ ରାଜନୈତିକ ସମୀକ୍ଷକଙ୍କ ମତରେ ଏଇସବୁ କାରଣ ପାଇଁ ୨୪ ମହାସଂଗ୍ରାମରେ ୨୪ ବର୍ଷର ବିଜେଡି ସରକାର ବିରୋଧରେ ଓଡ଼ିଆ ଅସ୍ମିତାକୁ ପ୍ରମୁଖ ମୁଦ୍ଦା କରି ନିଜ ସପକ୍ଷରେ ଜନମତ ଧରିବାକୁ ଚାହୁଁଛି ବିଜେପି।

Advertisment

ଏବେ ଅପେକ୍ଷା, ବିଜେପିର ଏ ଓଡ଼ିଆ ଅସ୍ମିତା ଅସ୍ତ୍ର କେତେ କାମ ଦେଉଛି ଏବଂ ଏହାର ମୁକାବିଲାରେ କେଉଁ ଅସ୍ତ୍ରର ପ୍ରୟୋଗ କରୁଛି ଶାସକ ବିଜେଡି।

BJP General Elections 2024 Manmohan Samal Bhartruhari Mahatab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ