Advertisment

କିଏ ହେବେ ରାଜ୍ୟ କଂଗ୍ରେସର ନୂଆ ମଙ୍ଗୁଆଳ ? ରେସ୍‌ରେ ୪ ନେତା

ଭୁବନେଶ୍ୱରରେ ଯେଉଁ ଅଙ୍କ ଛିଡ଼ି ପାରିଲାନି ସେହି ଅଙ୍କ ଦିଲ୍ଲୀରେ ଛିଡାଇବାକୁ ହାଇକମାଣ୍ଡ ସ୍ଥିର କରିଛନ୍ତି। ସେଠାରେ କାହା ନାଁ ରେ ମୋହର ଲାଗୁଛି ତା’ଉପରେ ସମସ୍ତଙ୍କ ନଜର ରହିଛି।

ଅଦ୍ୟତନ ହୋଇଛି
Odisha Congress Leaders in Delhi To Meet High Command

Odisha Congress Leaders in Delhi To Meet High Command

Advertisment

ରାଜ୍ୟ କଂଗ୍ରେସରେ ହେବ ଆମୂଳ ଚୂଳ ପରିବର୍ତ୍ତନ। ମିଳିବେ ନୂଆ ମଙ୍ଗୁଆଳ। ରାଜ୍ୟ ନେତୃତ୍ୱ ଲାଗି ଏକମତ ହୋଇପାରୁନଥିବା ନେତା ଓ ବିଧାୟକ ଆଜି ନୂଆଦିଲ୍ଲୀରେ ରାହୁଲ ଗାନ୍ଧିଙ୍କୁ ଭେଟିବେ। ସେ ରାଜ୍ୟ ନେତାଙ୍କ ମତ ନେବା ସହ ପ୍ରସ୍ତୁତ କରିଥିବା ବ୍ଲୁ ପ୍ରିଣ୍ଟ ବି ଶୁଣାଇବେ। ଏଥିଲାଗି ପିସିସି ସଭାପତିଙ୍କ ଠାରୁ ଆରମ୍ଭ କରି ବିଧାୟକ ଓ ନେତା ଦିଲ୍ଲୀ ପହଞ୍ଚିଛନ୍ତି।

Advertisment

ଭୁବନେଶ୍ୱରରେ ଯେଉଁ ଅଙ୍କ ଛିଡ଼ି ପାରିଲାନି ସେହି ଅଙ୍କ ଦିଲ୍ଲୀରେ ଛିଡାଇବାକୁ ହାଇକମାଣ୍ଡ ସ୍ଥିର କରିଛନ୍ତି। ସେଠାରେ କାହା ନାଁ ରେ ମୋହର ଲାଗୁଛି ତା’ଉପରେ ସମସ୍ତଙ୍କ ନଜର ରହିଛି।ବିଧାୟକମାନେ ଓ ସାଂଗଠନିକ ନେତୃତ୍ୱ ଭିତରେ ତୁ ତୁ ମେ ମେ  ଲାଗି ରହିଛି। ଏହାରି ଭିତରେ ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ, ଜୟଦେବ ଜେନା, ବିଧାୟକ ମହମ୍ମଦ ମୋକିମ ଓ ଭକ୍ତଚରଣ ଦାସଙ୍କ ନାଁ ରେସ୍‌ରେ ଥିବା ଚର୍ଚ୍ଚା ହେଉଛି।

ପ୍ରଭାରୀ ଚେଲା କୁମାର ଓଡିଶା ଆସି କଂଗ୍ରେସ ନେତୃତ୍ୱ ଏବଂ ଦଳ ବାହାରର ନେତାଙ୍କ ସହ ଆଲୋଚନା କରି ହାଇକମାଣ୍ଡଙ୍କୁ ରିପୋର୍ଟ ଦେଇଛନ୍ତି। ଏହି ରିପୋର୍ଟ ଆଧାରରେ ଆଲୋଚନା ହେବ। ସେପଟେ ପୁରା ଦେଶରେ କଂଗ୍ରେସରେ ସଂସ୍କାର ଆଣିବା ଲାଗି ଆସନ୍ତା ୧୩ରୁ ରାଜସ୍ଥାନ ଉଦୟପୁରରେ ଚିନ୍ତନ ଶିବିର ଆରମ୍ଭ ହେବାକୁ ଯାଉଛି। ସବୁ ରାଜ୍ୟର କଂଗ୍ରେସ ପ୍ରତିନିଧି ଏଥିରେ ଯୋଗ ଦେବେ। ରାଜ୍ୟ କଂଗ୍ରେସରୁ ପିସିସି ସଭାପତି ଏହି ଶିବିରରେ ଯୋଗ ଦେବେ। କେନ୍ଦ୍ରୀୟ କମିଟିର ଫୋକସରେ ଓଡିଶା ଥିବାରୁ ଏଠାରେ ବି ଅନେକ ସଂସ୍କାର ମୂଳକ ପରିବର୍ତ୍ତନ ଆଣିପାରେ ଦଳ। 

Advertisment
Congress Odisha Congress Leaders
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ