Advertisment

ପଞ୍ଚାୟତ ନିର୍ବାଚନ ପୂର୍ବରୁ ଭୁଶୁଡ଼ୁଛି ରାଜ୍ୟ କଂଗ୍ରେସର ଦୁର୍ଗ

ପଞ୍ଚାୟତ ନିର୍ବାଚନ ପୂର୍ବରୁ ଭୁଶୁଡ଼ୁଛି ରାଜ୍ୟ କଂଗ୍ରେସର ଦୁର୍ଗ। ଅବିଭକ୍ତ ଗଞ୍ଜାମ ଧିରେ ଧିରେ ବିଜେଡି କବ୍‌ଜାକୁ ଆସି ଥିବାବେଳେ ଏବେ ଅବିଭକ୍ତ କୋରାପୁଟ ଜିଲ୍ଲାର କଂଗ୍ରେସ ଦୁର୍ଗ ନଷ୍ଟ ହେବାରେ ଲାଗିଛି।

ଅଦ୍ୟତନ ହୋଇଛି
Congress Bhawan, Odisha

Congress Bhawan, Odisha

Advertisment
Advertisment

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପୂର୍ବରୁ ଭୁଶୁଡ଼ୁଛି ରାଜ୍ୟ କଂଗ୍ରେସର ଦୁର୍ଗ। ରାଜ୍ୟରେ ୨୦୦୦ ମସିହାରୁ କଂଗ୍ରେସ କ୍ଷମତାଚ୍ୟୁତ୍‌ ହୋଇଥିଲେ ବି ଦକ୍ଷିଣାଞ୍ଚଳରେ ଦଳର ଦବ୍‌ଦବା ବଜାୟ ରହିଥିଲା। ଅବିଭକ୍ତ ଗଞ୍ଜାମ ଓ କୋରାପୁଟ ଜିଲ୍ଲାରେ କଂଗ୍ରେସ ମଜଭୁତ ସ୍ଥିତିରେ ଥିଲା। ହେଲେ ଅବିଭକ୍ତ ଗଞ୍ଜାମ ଧିରେ ଧିରେ ବିଜେଡି କବ୍‌ଜାକୁ ଆସି ଥିବାବେଳେ ଏବେ ଅବିଭକ୍ତ କୋରାପୁଟ ଜିଲ୍ଲାର କଂଗ୍ରେସ ଦୁର୍ଗ ନଷ୍ଟ ହେବାରେ ଲାଗିଛି। 

ବୁଧବାର ଦିନ ପୂର୍ବତନ କଂଗ୍ରେସ ବିଧାୟକ କୈଳାସ କୁଲେସିକା ବିଜେଡିରେ ଯୋଗ ଦେଇଥିବାବେଳେ ଆଜି ଓଡ଼ିଶାର ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ପ୍ରଦୀପ ମାଝି ନବରଙ୍ଗପୁରର ପୂର୍ବତନ ସାଂସଦ। ପ୍ରଦୀପ ମାଝି ଦଳ ଛାଡ଼ିବା ପରେ ଅବିଭକ୍ତ କୋରାପୁଟରେ କଂଗ୍ରେସ ସଂଗଠନ ଦୁର୍ବଳ ହୋଇଛି। ପ୍ରଦୀପ ମାଝି ୨୦୦୯ରୁ ୧୪ ଯାଏ ନବରଙ୍ଗପୁରର ସାଂସଦ ଥିଲେ। ତା ପୂର୍ବରୁ ରାଜ୍ୟ ଯୁବ କଂଗ୍ରେସର ସଭାପତି ଓ ଭାରତୀୟ ଯୁବ କଂଗ୍ରେସର ସଂପାଦକ ଥିଲେ। 

Advertisment

ସେହିପରି କୈଳାସ କୁଲେସିକା ୨୦୧୪ ଓ ୨୦୧୯ରେ ଲକ୍ଷ୍ମୀପୁର ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତେବେ କିଛିଦିନ ପୂର୍ବରୁ ସେ କଂଗ୍ରେସରୁ ଇସ୍ତଫା ଦେଇଥିବା ବେଳେ ବୁଧବାର ଦିନ ବିଜେଡିରେ ଯୋଗ ଦେଇଛନ୍ତି। ତାଙ୍କ ପୂର୍ବରୁ ସେପ୍ଟେମ୍ବର ୧୫ରେ କୋଟପାଡ଼ର ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝି ବିଜେଡିରେ ସାମିଲ ହୋଇଥିଲେ। ଲୋକପ୍ରିୟ ଆଦିବାସୀ ନେତା କୁଲେସିକା ୨୦୧୯ ନିର୍ବାଚନରେ ମାତ୍ର ୨୨୯ ଖଣ୍ଡ ଭୋଟ୍‌ରେ ପରାଜିତ ହୋଇଥିଲେ। 

Congress Pradeep Majhi Odisha Panchayat Elections
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ