Advertisment

ପଦ୍ମପୁରରେ ପ୍ରତିଶ୍ରୁତି ରଖିବେ ତ ନବୀନ?

ପଦ୍ମପୁର ନିର୍ବାଚନ ମଣ୍ଡଳିର ଝାରବନ୍ଧ, ପାଇକମାଳ ତଥା ପଦ୍ମପୁରର ତିନୋଟି ସ୍ଥାନରେ ସାଧାରଣ ସଭାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତ କିଛିବର୍ଷ ଧରି ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବି ଜୋରଧରିଥିଲା । ମିଳିତ କ୍ରିୟାନୁଷ୍ଠାନ କମିଟିର ଆହ୍ୱାନରେ ବିଭିନ୍ନ ସଂଗଠନ ଏକଜୁଟ ବି ହେଲେ। ଖାଲି ଏକଜୁଟ ହେଲେନି ବରଂ ନବୀନଙ୍କୁ ବି ଭେଟିଲେ। ନିର୍ବାଚନ ଆଚରଣବିଧି ଲାଗିଥିବାରୁ ଦଳର ସୁପ୍ରିମୋ ହିସାବରେ ଜିଲ୍ଲା ଦାବିକୁ ନିର୍ବାଚନୀ ଏଜେଣ୍ଡାରେ ସ୍ଥାନ ଦେବେ ବୋଲି ପ୍ରତିଶୃତି ଦେଇଥିଲେ। ଆଉ ଆଜି ଗସ୍ତ ଥିବାରୁ ନବୀନ କଣ କହିହେ ତାହା ଉପରେ ସମସ୍ତଙ୍କ ନଜର।

ଅଦ୍ୟତନ ହୋଇଛି
Padampur

Padampur

Advertisment

ଉପନିର୍ବାଚନ ସରିବା ପରେ ଆଜି ପଦ୍ମପୁର ଗସ୍ତରେ ଯାଉଛନ୍ତି ନବୀନ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ । ନିର୍ବାଚନ ସରିବା ପରେ ନବୀନଙ୍କ ଏହା ପ୍ରଥମ ଗସ୍ତ । ପଦ୍ମପୁରକୁ ଜିଲ୍ଲା ଘୋଷଣା କରିବା ପାଇଁ ବାରମ୍ବାର ଦାବି ହେବା ପରେ ନବୀନ ଏହାକୁ ପୂରଣ କରିବାକୁ ପଦ୍ମପୁରବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ତେଣୁ ଆଜି ନବୀନଙ୍କ ଗସ୍ତ ଥିବାରୁ ପୂରା ଅଂଚଳରେ ବଢିଲାଣି ଚର୍ଚ୍ଚା ।

Advertisment

ପଦ୍ମପୁର ନିର୍ବାଚନ ମଣ୍ଡଳିର ଝାରବନ୍ଧ, ପାଇକମାଳ ତଥା ପଦ୍ମପୁରର ତିନୋଟି ସ୍ଥାନରେ ସାଧାରଣସଭାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତ କିଛିବର୍ଷ ଧରି ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବି ଜୋରଧରିଥିଲା । ମିଳିତ କ୍ରିୟାନୁଷ୍ଠାନ କମିଟିର ଆହ୍ୱାନରେ ବିଭିନ୍ନ ସଂଗଠନ ଏକଜୁଟ ବି ହେଲେ । ଖାଲି ଏକଜୁଟ ହେଲେନି ବରଂ ନବୀନଙ୍କୁ ବି ଭେଟିଲେ । ନିର୍ବାଚନ ଆଚରଣବିଧି ଲାଗିଥିବାରୁ ଦଳର ସୁପ୍ରିମୋ ହିସାବରେ ଜିଲ୍ଲା ଦାବିକୁ ନିର୍ବାଚନୀ ଏଜେଣ୍ଡାରେ ସ୍ଥାନ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଆଉ ଆଜି ଗସ୍ତ ଥିବାରୁ ନବୀନ କଣ କହିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ନିର୍ବାଚନ ଘୋଷଣା ପୂର୍ବରୁ ରାଜ୍ୟସରକାର ପଦ୍ମପୁର ପାଇଁ ୪୫୦ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଥିବା ବେଳେ ନିର୍ବାଚନ ପରେ ବି ୬ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପକୁ ଅନୁମୋଦନ ଦେଇଥିଲେ ସରକାର । କିନ୍ତୁ ବିମାରାଶି ପ୍ରଦାନ, ଇନପୁଟ ସବସିଡି, ପାଇକମାଳକୁ ଏନ.ଏ.ସି. ମାନ୍ୟତା ପରି ଅନେକ ଦାବି ଏଯାଏଁ ପୂରଣ ହୋଇନି । କିନ୍ତୁ ଲୋକଙ୍କ ସବୁ ଦାବି ପୂରଣ ହେବ ବୋଲି ନେତାଏ ପ୍ରତିଶ୍ରୁତି ଦେଇଥିଲେ । ତେଣୁ ପ୍ରତିଶ୍ରୁତି କେତେ ପୂରଣ ହେବ ତାହା ଆଜିର ଗସ୍ତରୁ ପ୍ରମାଣିତ ହେବ । ତେବେ ନବୀନ ପଦ୍ମପୁର ପାଇଁ କଣ ଘୋଷଣା କରୁଛନ୍ତି ? କେତେ ପ୍ରତିଶ୍ରୁତି ପାଳନ କରୁଛନ୍ତି ତାହା ଆଉ କେହି ଘଂଟାରେ ଜଣାପଡ଼ିଯିବ ।

Advertisment

ପଦ୍ମପୁରରୁ ସୋମେଶ ମହାନ୍ତି

Odisha Naveen Patnaik Odisha CM Padampur
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ