Advertisment

ଆଟାକିଂ ମୁଡରେ ନବୀନ : ବିରୋଧୀଙ୍କୁ ଖୋଲା ଟାର୍ଗେଟ

‘ଓଡ଼ିଶାର ବିକାଶରେ ବିରୋଧୀ ଦଳ ଖୁସି ନାହାନ୍ତି’... ଜନସଂପର୍କ ପଦଯାତ୍ରାରେ ପୁଣି ବିରୋଧୀଙ୍କୁ ନବୀନଙ୍କ ଟାର୍ଗେଟ ।

ଅଦ୍ୟତନ ହୋଇଛି
Naveen Patnaik

Naveen Patnaik

Advertisment

ବିରୋଧୀଙ୍କୁ ପୁଣି ମୁଖ୍ୟମନ୍ତ୍ରୀଙ୍କ ନିଶାନା । ଆଜି ବିଜେଡିର ପଦଯାତ୍ରାର ଶୁଭାରମ୍ଭ ସମ୍ପର୍କରେ କିଛି ଏଭଳି ଢଙ୍ଗରେ ଟାଗେର୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାର ବିକାଶରେ ବିରୋଧୀ ଦଳ ଖୁସି ନାହାନ୍ତି, ଲୋକଙ୍କୁ ଭୁଲ୍ ଖବର ଦେବା, ଭ୍ରମିତ କରିବା ସେମାନଙ୍କ କାମ ହୋଇଛି । ନିର୍ବାଚନ ଆସିଲେ ସେମାନେ ଏମିତି କାମ କରନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Advertisment

ସେଥିପାଇଁ ହିଁ ବିରୋଧୀଙ୍କୁ ଜନତା ସବୁବେଳେ ରିଜେକ୍ଟ କରି ଆସିଛନ୍ତି । ଖାଲି ଏତିକି ନୁହେଁ ଜଗନ୍ନାଥ ଓ ଲିଙ୍ଗରାଜ ମନ୍ଦିର କାର୍ଯ୍ୟରେ ବି ସେମାନେ ବାଧା ଦେବାକୁ ଚେଷ୍ଟା କରିଥିଲୋ ବିରୋଧୀ ହେଉଛନ୍ତି ବିକାଶ ବିରୋଧୀ ଓ ଜନବିରୋଧୀ । ତେଣୁ ଲୋକେ ତାଙ୍କୁ କେବେ ବି କ୍ଷମା ଦେବେନି ବୋଲି କହି ପ୍ରବଳ ସମାଲୋଚନା କରିଛନ୍ତିା ଏହା ପ୍ରଥମ ଘଟଣା ନୁହେଁ, ଚଳିତ ବିଧାନସଭା ଅଧିବେଶନରେ ଦୁଇ ଥର ବିରୋଧୀଙ୍କୁ କଡ଼ା ବାଣୀ ଶୁଣେଇଥିଲେ ।

Advertisment

ବିଧାନସଭାରେ ବିବୃତି ଦେବା ବେଳେ ଜନ ବିରୋଧୀ କହିବା ସହ ଜନ ବିରୋଧୀ କାମ କଲେ ବିଧାନସଭାକୁ ଆଉ ଫେରିବେନି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।...ସେପଟେ ଏନେଇ ବିଜେପି କିମ୍ବା କଂଗ୍ରେସର ପ୍ରତିକ୍ରିୟା ମିଳିପାରିନିା

ସୂଚନାଯୋଗ୍ୟ ଆଜି ଆରମ୍ଭ ହୋଇଛି ବିଜେଡିର ଜନସଂପର୍କ ପଦଯାତ୍ରା । ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚାଇବା ଓ ଲୋକଙ୍କର ନିକଟତର ହେବା ଏହାର ମୁଖ୍ୟ ଉଦ୍ଦେଶ୍ୟା ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳିରେ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତିା...ଗାନ୍ଧୀ ଜୟନ୍ତୀ ଓ ଲାଲ ବାହାଦୂର ଶାସ୍ତ୍ରୀ ଜୟନ୍ତୀରୁ ଆରମ୍ଭ ହୋଇ ଏହା ଅକ୍ଟୋବର ୧୧ ଲୋକନାୟକ ଜୟପ୍ରକାଶ ନାରାୟଣ ଜୟନ୍ତୀ ଯାଏଁ ଚାଲିବ ।

Advertisment
CM Naveen Patnaik
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ