Advertisment

ନୀତି ଆୟୋଗ ବୈଠକରେ ଯୋଗ ଦେଲେନି ନବୀନ

ବୈଠକରେ ଯୋଗଦେଇନଥିବା ୧୧ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ନବୀନ ପଟ୍ଟନାୟକ ନାଁ ଯୋଡ଼ି ହେବା ପରେ ତାକୁ ନେଇ ବଢ଼ିଛି ଚର୍ଚ୍ଚା।

Niti Aayog

Niti Aayog

Advertisment

ନୂଆଦିଲ୍ଲୀରେ ଅନୁଷ୍ଠିତ ନୀତି ଆୟୋଗର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା। ଦେଶର ଅନ୍ୟ ୧୦ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ବୈଠକରେ ସାମିଲ ହୋଇ ନାହାନ୍ତି। ତେବେ ନବୀନ ବୈଠକକୁ ନଯିବା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସି ବିଧିବଦ୍ଧ ସୂଚନା ଦିଆଯାଇନଥିବାରୁ ଏହା ପୁଣି ବିଜେଡିର ସମଦୂରତା ସମୀକରଣର ପରିବର୍ତ୍ତନ ଚର୍ଚ୍ଚାକୁ ଖୋରାକ ଯୋଗାଇଛି।

Advertisment

ନାରୀ ସଶକ୍ତୀକରଣ, ଦକ୍ଷତା ବିକାଶ, ମଧ୍ୟମ ଓ କ୍ଷୁଦ୍ର ଉଦ୍ୟୋଗ ଉପରେ ଭରଷା, ଗତି ଶକ୍ତି ଭଳି ଆହୁରି ଅନେକ ପ୍ରସଙ୍ଗରେ ବିସ୍ତୃତ ଚର୍ଚ୍ଚା ଏଠି ଆଲୋଚନା ହୋଇଛି। ଯେଉଁଥିରେ ସଦସ୍ୟ ଥିବା ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଯୋଗ ଦେଇ ନିଜ ନିଜ ରାଜ୍ୟର ବିକାଶ, ଯୋଜନା ଓ ଦାବି ସମ୍ପର୍କରେ ମତ ଉପସ୍ଥାପନ କରିଛନ୍ତି। ତେବେ ବୈଠକରେ ଯୋଗଦେଇନଥିବା ୧୧ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ନବୀନ ପଟ୍ଟନାୟକ ନାଁ ଯୋଡ଼ି ହେବା ପରେ ତାକୁ ନେଇ ବଢ଼ିଛି ଚର୍ଚ୍ଚା।

ପୂର୍ବରୁ ଦେଶର ନୂଆ ସଂସଦ ଭବନ ଉଦଘାଟନ ଉତ୍ସବରେ ୨୦ରୁ ଅଧିକ ବିରୋଧୀ ଦଳ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ବିଜେଡି ଏ କାର୍ଯ୍ୟକ୍ରମରେ ସାମିଲ ହେବା ନେଇ ଘୋଷଣା କରିଥିଲା। ସେପଟେ ପୂର୍ବ ଧାର୍ଯ୍ୟ କାର୍ଯ୍ୟକ୍ରମ କାରଣରୁ ନବୀନ ଆଜି ଦିଲ୍ଲୀ ଯାଇନଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲେ ବି ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସି ବିଧିବଦ୍ଧ ସୂଚନା ଆସିନି।

Advertisment

ନୀତି ଆୟୋଗର ଆଜିର ଗୁରୁତ୍ୱପୂର୍ଣ୍ଣ ବୈଠକକୁ ରାଜନୈତିକ କାରଣରୁ ବର୍ଜନ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ। ସେହିଭଳି ନୂଆ ବିଧେୟକକୁ ବିରୋଧ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଓ ପୁରୁଣା ଦାବି ପୂରଣ ନହେବା ପ୍ରତିବାଦରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂ ମନ୍ ଯୋଗ ଦେଇନଥିବା ସ୍ପଷ୍ଟ କରିଛନ୍ତି।

ଅନ୍ୟପକ୍ଷରେ ସ୍ବାସ୍ଥ୍ୟଗତ କାରଣରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବୈଠକରେ ଯୋଗ ଦେଇନଥିବା ଦର୍ଶାଇଛନ୍ତି। କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ବୈଠକକୁ ନଆସିବାର କୌଣସି କାରଣ ଦର୍ଶାଇ ନାହାନ୍ତି। ସେପଟେ ଯେଉଁ ମୁଖ୍ୟମନ୍ତ୍ରୀମାନେ ନିତି ଆୟୋଗ ବୈଠକରେ ଯୋଗ ଦେଇ ନାହାନ୍ତି, ସେମାନେ ନିଜ ରାଜ୍ୟବାସୀଙ୍କ ସ୍ୱରକୁ ଦିଲ୍ଲୀରେ ପହଞ୍ଚାଇବାରେ ବିଫଳ ହୋଇଥିବା ବିଜେପି କହିଛି। ୨୦୪୭ ସୁଦ୍ଧା ଭାରତକୁ କିଭଳି ଏକ ବିକଶିତ ରାଷ୍ଟ୍ରରେ ପରିଣତ କରାଯାଇ ପାରିବ, ସେ ଉପରେ ଆଜିର ବୈଠକରେ ବିସ୍ତୁୃତ ଆଲୋଚନା ହୋଇଛି।

Advertisment
NITI Aayog NITI Aayog Meeting
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ