Advertisment

“ଦଳରେ ନାହାନ୍ତି ସଂସ୍କାରୀ ନେତା, ବଦଳିଗଲେଣି ସେତେବେଳର ନବୀନ”

ନବଦାସ ହତ୍ୟାକାଣ୍ଡକୁ ନେଇ ବି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଦେବାଶିଷ । କହିଛନ୍ତି, ଅଭିଯୁକ୍ତ ଗୋପାଳ କ୍ରାଇମ କରିବା ପରେ ବି ରିଗ୍ରେଟ୍‌ କରୁନି । କାରଣ ସେ ନିଜକୁ ସୁରକ୍ଷିତ ମନେ କରୁଛି । ରାଜ୍ୟର ଜଣେ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ଜୀବନ ଚାଲିଗଲା । ଜଣେ ପୋଲିସ ହତ୍ୟାକାରୀ... ଆଉ ସେହି ଘଟଣାରେ ପୋଲିସ ତଦନ୍ତ କରିବାଟା ଠିକ୍‌ ନୁହେଁ କହିବା ସହିତ ପୋଲିସ କୌଣସି ରାଜନୈତିକ ଦଳ ଅନୁସାରେ କାମ ନକରୁ ବୋଲି କହିଛନ୍ତି ଦେବାଶିଷ ।

ଅଦ୍ୟତନ ହୋଇଛି
BJD EX MLA

BJD EX MLA

Advertisment

ବିଜେଡିରେ ଆଉ ବରିଷ୍ଠଙ୍କ ଗୁରୁତ୍ୱ ନାହିଁ । ଏବେ କନିଷ୍ଠଙ୍କ ଉପରେ ବେଶି ଭରସା । ୧୯୯୭ରେ ଦଳ ଗଠନ ହେବା ବେଳେ ଦଳ ଯେମିତି ଥିଲା ଏବେ ଆଉ ସେମିତି ନାହିଁ କି ନବୀନ ବାବୁ ବି ସେମିତି ନାହାନ୍ତି । ବର୍ତ୍ତମାନ ଯେମିତି ଶାସନ ଚାଲିଛି ତାହାକୁ ନେଇ ଖୁସି ନାହାନ୍ତି BJDର ବରିଷ୍ଠ ନେତା । ଏକଥା କହିଛନ୍ତି ଦଳର ଅନ୍ୟତମ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ।

Advertisment

ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ବି ପୋଲିସଙ୍କୁ ଟାର୍ଗେଟ୍‌ କରିଛନ୍ତି ଦେବାଶିଷ । କହିଛନ୍ତି, ଯେଉଁ କର୍ମଚାରୀମାନଙ୍କୁ ଦାୟିତ୍ୱ ଦିଆଯାଉଛି ସେମାନେ ଯଦି ଠିକ୍‌ରେ କାମ କରୁନାହାନ୍ତି ସାଙ୍ଗେ ସାଙ୍ଗେ କାର୍ଯ୍ୟାନୁଷ୍ଠାନ ନେବା ଦରକାର । ରାଜ୍ୟପାଳଙ୍କ ବାସଭବନରୁ ଗଛ ଚୋରି ହୋଇଯାଉଛି । ଏଇଠି ଚାଲିଛି କଣ ବୋଲି ପ୍ରଶ୍ନ କରିଛନ୍ତି ଦେବାଶିଷ ।

ନବଦାସ ହତ୍ୟାକାଣ୍ଡକୁ ନେଇ ବି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଦେବାଶିଷ । କହିଛନ୍ତି, ଅଭିଯୁକ୍ତ ଗୋପାଳ କ୍ରାଇମ କରିବା ପରେ ବି ରିଗ୍ରେଟ୍‌ କରୁନି । କାରଣ ସେ ନିଜକୁ ସୁରକ୍ଷିତ ମନେ କରୁଛି। ରାଜ୍ୟର ଜଣେ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ଜୀବନ ଚାଲିଗଲା । ଜଣେ ପୋଲିସ ହତ୍ୟାକାରୀ... ଆଉ ସେହି ଘଟଣାରେ ପୋଲିସ ତଦନ୍ତ କରିବାଟା ଠିକ୍‌ ନୁହେଁ କହିବା ସହିତ ପୋଲିସ କୌଣସି ରାଜନୈତିକ ଦଳ ଅନୁସାରେ କାମ ନକରୁ ବୋଲି କହିଛନ୍ତି ଦେବାଶିଷ।

Advertisment

ଖାଲି ପୋଲିସ ନୁହେଁ ବରଂ ଗତ ୩ ତାରିଖରେ ନବୀନ ପଟ୍ଟନାୟକଙ୍କ କୋରାପୁଟ ଗସ୍ତ ବେଳେ ଯେମିତି ବିଜେଡିର ସାଙ୍ଗଠନିକ ସମ୍ପାଦକ ରବିଙ୍କୁ ମଞ୍ଚରୁ ଓହ୍ଲାଇ ଦେଲେ ତାହାକୁ ନିନ୍ଦା କରିଛନ୍ତି । କହିଛନ୍ତି, ଯଦି ରବିଙ୍କୁ ମଞ୍ଚକୁ ନେବାର ନଥିଲା ତେବେ ପୂର୍ବରୁ କହିଦେବାର ଥିଲା । ଏମିତି ସମସ୍ତଙ୍କ ସାମ୍ନାରେ କରିବା ଠିକ୍‌ ନୁହେଁ ବୋଲି ଖୋଲାକଥାରେ କହିଛନ୍ତି ଦେବାଶିଷ ନାୟକ।

ଏବେ ନୁହେଁ ବହୁପୂର୍ବରୁ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ, ପ୍ରଫୁଲ୍ଲ ଘଡେଇଙ୍କ ଭଳି ନେତା ଦଳରେ ବରିଷ୍ଠଙ୍କୁ ଅପମାନିତ କରାଯାଉଥିବା ସହ ଦଳର କେମିତି ଶାସନ ଚାଲୁଛି ସେନେଇ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି । ବର୍ତ୍ତମାନ ପୁଣି ଜଣେ ବରିଷ୍ଠ ନେତା ମୁହଁ ଖୋଲିଥିବାରୁ ବିଜେଡିରେ ହଲଚଲ ସୃଷ୍ଟି ହୋଇଛି।

Advertisment
Odisha Naveen Patnaik Odisha CM
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ